July 28, 2025
Home » ବ୍ୟଙ୍ଗ କବି ଉତ୍କଳଘଣ୍ଟ ଯଦୁମଣି ମହାପାତ୍ରଙ୍କ ଜୟନ୍ତୀ ପାଳିତ

ବ୍ୟଙ୍ଗ କବି ଉତ୍କଳଘଣ୍ଟ ଯଦୁମଣି ମହାପାତ୍ରଙ୍କ ଜୟନ୍ତୀ ପାଳିତ

0
IMG_20250108_181657

filter: 0; fileterIntensity: 0.0; filterMask: 0; module: photo; hw-remosaic: false; touch: (-1.0, -1.0); modeInfo: ; sceneMode: 8; cct_value: 6125; AI_Scene: (-1, -1); aec_lux: 196.62764; aec_lux_index: 0; hist255: 0.0; hist252~255: 0.0; hist0~15: 0.0; albedo: ; confidence: ; motionLevel: 0; weatherinfo: null; temperature: 42;

ନୟାଗଡ଼ ୮.୧.୨୦୨୫ (ଇପିଏ) ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଯଦୁମଣି କ୍ଳବ ଇଟାମାଟି ଆନୁକୁଲ୍ୟରେ ପ୍ରତି ବର୍ଷଭଳି ଆଶୁ ବ୍ୟଙ୍ଗକବି ଉତ୍କଳଘଣ୍ଟ ଯଦୁମଣି ମହାପାତ୍ରଙ୍କ ୨୪୫ତମ ଜୟନ୍ତୀ ମହାସମାରୋହରେ ଇଟାମାଟି ଗ୍ରାମ ପଞ୍ଚାୟତ ପ୍ରାଙ୍ଗଣରେ ପାଳିତ ହୋଇଯାଇଛି । କାର୍ଯ୍ୟସୂଚୀ ପ୍ରକାରେ ପଥମ ପର୍ଯ୍ୟାୟରେ ବିଦ୍ୟାଳୟ,ମହାବିଦ୍ୟାଳୟ ଛାତ୍ର/ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା ।ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଡ. ସୁକାନ୍ତି ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବାବେଳେ ସଂଯୋଜନା କରିଥିଲେ ଅଧ୍ୟାପିକା ନିଳୀମା ନନ୍ଦ ,ହରପ୍ରିୟା ଦ୍ବିବେଦୀ ଓ ଗୋପୀନାଥ ସେଠୀ । ସନ୍ଧ୍ୟାରେ ବ୍ୟଙ୍ଗ ଆଶୁକବି ଉତ୍କଳଘଣ୍ଟ ଯଦୁମଣି ମହାପାତ୍ରଙ୍କ ୨୪୫ତମ ଜନ୍ମ ଜୟନ୍ତୀ ସ୍ମୃତି ସଭା ହୋଇଥିଲା ।

filter: 0; fileterIntensity: 0.0; filterMask: 0; module: photo;
hw-remosaic: false;
touch: (-1.0, -1.0);
modeInfo: ;
sceneMode: 32768;
cct_value: 5750;
AI_Scene: (-1, -1);
aec_lux: 202.85999;
aec_lux_index: 0;
hist255: 0.0;
hist252~255: 0.0;
hist0~15: 0.0;
albedo: ;
confidence: ;
motionLevel: 0;
weatherinfo: null;
temperature: 44;

ଏହି ସଭାରେ ଯଦୁମଣି କ୍ଳବର ସଭାପତି , ପ୍ରାକ୍ତନ ସାହିତ୍ୟ ଏକାଡେମୀ ନୟାଗଡ଼ ଜିଲ୍ଲାର ସଭ୍ୟ ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ଅଶୋକ କୁମାର ନାୟକ ସଭାପତିତ୍ବ କରିଥିବାବେଳେ ମୁଖ୍ୟ ଅତିଥିରୂପେ ଦାଶ ବେନହୁର, ମୁଖ୍ୟବକ୍ତା ବ୍ୟଙ୍ଗ କବି ଶ୍ରୀଯୁକ୍ତ ସତ୍ୟାନାସ ଏବଂ ସମ୍ମାନିତ ଅତିଥ୍‌ ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ , ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ଥିବାବେଳେ ଯଦୁମଣି ମହାପାତ୍ରଙ୍କ ବଂଶଧର ରୋହନ ମହାପାତ୍ର ମଞ୍ଚାସିନ ଥିଲେ ।ଅତିଥିମାନେ ଯଦୁମଣିଙ୍କ ଜୀବନୀ ଉପରେ ଓ ତାଙ୍କର ସାହିତ୍ୟ ବ୍ୟଙ୍ଗ କବିତା ସମାଜକୁ ତଥା ରାଜା ରାଜୁଡ଼ା ଶାସନରେ କିପରି ସତର୍କ ଘଣ୍ଟି ରୂପେ ସଚେତନ କରୁଥିଲା ସେହି ବିଷୟରେ ବକ୍ତବ୍ୟ ରଖିଥିଲେ । ଏହି ସଭା ମଞ୍ଚରେ ମୁଖ୍ୟ ଅତିଥି ଦାଶ ବେନୁହୁର ଓ ଅତିଥି ମାନଙ୍କ ଦ୍ଵାରା କବି ଗୋଦାବରୀଶ ମିଶ୍ରଙ୍କ “ଅପୂର୍ଣ୍ଣ ଅଭିଷେକ”,କବୟିତ୍ରୀ ଡ଼ ସୁକାନ୍ତି ମହାନ୍ତିଙ୍କ “ଚନ୍ଦ୍ରକାନ୍ତି ଟୀକା ” ଓ “ଅନାବନା ” କବୟିତ୍ରୀ ହରପ୍ରିୟା ଦ୍ବିବେଦୀଙ୍କ “ବିଶ୍ଵଧ୍ଵନି” ପୁସ୍ତକ ଗୁଡ଼ିକ ଉନ୍ମୋଚନ କରାଯାଇଥିଲା ।ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିବାବେଳେ , ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରତିନିଧି ଭାବେ ରଶ୍ମିରଞ୍ଜନ ଶତପଥୀ ଉପସ୍ଥିତ ରହିଥିବାବେଳେ କ୍ଲବର ସଭ୍ୟ ଓ ଶୁଭେଚ୍ଛୁ ମାନଙ୍କ ସହଯୋଗରେ ଯଦୁମଣି ମହାପାତ୍ରଙ୍କ ଜୟନ୍ତୀ ସଫଳ ହୋଇଥିଲା । ଏହି ଜୟନ୍ତୀ ସମାରୋହରେ ଯଦୁମଣି ପ୍ରେମୀ , ବୁଦ୍ଧିଜୀବି ,ଛାତ୍ର /ଛାତ୍ରୀ ବହୁ ପରିମାଣରେ ଯୋଗଦେଇଥିଲେ । ପ୍ରକାଶ ଥାଉକି ସକାଳେ କବି ଯଦୁମଣିଙ୍କ ଇଟାମାଟି ପ୍ରଧାନ ସାହି ସ୍ଥିତ ବାସଭବ ଠାରେ ବଂଶଧର ରୋହନ ମହାପାତ୍ରଙ୍କ ନେତୃତ୍ବରେ ମଧ୍ୟ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇ ଶ୍ରଦ୍ଧାଞ୍ଜଳି ଓ ସ୍ମୃତି ଚାରଣ କରାଯାଇଥିଲା ।ନୟାଗଡ଼ରେ ମଧ୍ୟ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଯଦୁମଣିଙ୍କ ମୂର୍ତ୍ତିରେ ପୁଷ୍ପ ମାଲ୍ୟଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।

ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *