July 16, 2025
Home » ବ୍ୟାସ ବାରିକ ହତ୍ୟା ଘଟଣା: ମାରଣାସ୍ତ୍ର ସହ ସାତ ଅଭିଯୁକ୍ତ ଗିରଫ

ବ୍ୟାସ ବାରିକ ହତ୍ୟା ଘଟଣା: ମାରଣାସ୍ତ୍ର ସହ ସାତ ଅଭିଯୁକ୍ତ ଗିରଫ

0
WhatsApp Image 2025-02-11 at 11.11.09 AM

ସୁବର୍ଣ୍ଣପୁର –ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା ଅନ୍ତର୍ଗତ ନାରାୟଣପ୍ରସାଦ-ବରଗାଁ ରାସ୍ତା ପତ୍ରଫଡି ନିକଟରେ ଗତ ଚାରିମାସ ତଳେ ହୋଇଥିବା ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ, ୭ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ହତ୍ୟା ଘଟଣାରେ ବ୍ୟବହୃତ ଦୁଇଟି ଦେଶୀ ପିସ୍ତଲ, ୧୬ଟି ଜୀବନ୍ତ ଗୁଳି, ରକ୍ତ ଲାଗିଥିବା ଗୋଟିଏ ଷ୍ଟିଲ ରଡ଼, ରକ୍ତ ଲାଗିଥିବା ଗୋଟିଏ ଭୁଜାଲି ସହ ଗୋଟିଏ ବୋଡ଼କିନ ଅଭିଯୁକ୍ତ ମାନଙ୍କ ଠାରୁ ଜବତ କରିବା ସହ ହତ୍ୟା ଓ ବେଆଇନ ମାରଣାସ୍ତ୍ର ନିଷେଧ ଆଇନ ରେ ଏକ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଏକ ପ୍ରେସବିବୃତି ଜରିଆରେ ଜଣାଇଛି ଘଣ୍ଟାପଡା ପୋଲିସ l ସୂଚନା ମତେ ଗତ ତା ୦୮.୧୦.୨୦୨୪ରିଖ ରାତି ପ୍ରାୟ ୭ଘଣ୍ଟା ସମୟରେ କିଛି ଅଜଣା ଦୁର୍ବୃତ୍ତ ଘଣ୍ଟାପଡା ଥାନା ନାରାୟଣପ୍ରସାଦ ର ନୁଆଁମୁଣ୍ଡା ଗ୍ରାମର କୁଶଳେଶ୍ୱର ବାରିକ ଙ୍କ ଏକ ମାତ୍ର ପୁଅ ବ୍ୟାସ ବାରିକ (୨୫)ଙ୍କୁ ବନ୍ଧୁକରେ ଗୁଳି କରିବା ସହ ଧାରୁଆ ଅସ୍ତ୍ର ସାହାଯ୍ୟରେ ଅତି ନିର୍ମମ ଭାବେ ହତ୍ୟା କରି ନାରାୟଣପ୍ରସାଦ-ବରଗାଁ ରାସ୍ତାର ନିକଟ ପତ୍ରଫଡି ପାଖ ଏକ ବିଲରେ ଫିଙ୍ଗିଦେଇଥିବା ନେଇ ଘଣ୍ଟାପଡା ଥାନାରେ ସିଲେଟପଡ଼ା ଗ୍ରାମର ମୃତକର ବଡ଼ବାପାର ପୁଅ ଦିବ୍ୟ ବାରିକ (୩୧)ଅଭିଯୋଗ କରିଥିଲେ l ଅଭିଯୋଗ କୁ ଆଧାର କରି ଏହି ଘଟଣାରେ ବୌଦ୍ଧ ଆରକ୍ଷୀ ଅଧିକ୍ଷକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଘଣ୍ଟାପଡା ଥାନାଧିକାରୀ ନରସିଂହ ମହାପାତ୍ର ଘଟଣାର ତଦନ୍ତ ଆରମ୍ଭ କରି ତା୧୧.୧୦.୨୦୨୪ରେ ନାରାୟଣପ୍ରସାଦ ଗ୍ରାମର କିରତି ବାଘ ଓରଫ ଦିନେଶ (୨୫)କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଘଟଣା ସହ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ କେସ ନଂ ୧୨୯/୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟାକୁ ଚତୁରତାର ସହ ଜୋରଦାର କରି ଶେଷରେ ବଡ଼ ସଫଳତା ପାଇଥିଲେ l ଗତ ରବିବାର ତା ୦୯. ୦୨. ୨୦୨୫ରିଖ ଦିନ ଘଣ୍ଟାପଡା ଥାନା ଦେଢ଼େନମାଲ ଆଦିବାସୀ ପଡିଆ ସ୍ଥିତ କ୍ଲବ ଘର ଠାରେ ଅଭିଯୁକ୍ତ ମାନେ ରାଜ୍ୟ ବାହାରକୁ ଖସି ଚାଲିଯିବାକୁ ଯୋଜନା କରୁଥିବା ନେଇ ସୂଚନା ପାଇ ଘଣ୍ଟାପଡା ଥାନାଧିକାରୀ ନରସିଂହ ମହାପାତ୍ର ଏକ ପୋଲିସ ଟିମ ସହ ଚତୁରତାର ସହ ଚଢ଼ାଉ କରି ୭ଜଣ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲେ l ଅଭିଯୁକ୍ତ ମାନେ ଘଣ୍ଟାପଡା ଥାନା ନାରାୟଣପ୍ରସାଦ ର ମନ୍ଦିର ସାହି ର ଜିତେନ୍ଦ୍ର ମହାକୁଡ଼ (୨୮), ରଥପଡା ଗ୍ରାମର ବିକାଶ ଷlଣ୍ଢ (୨୮), ଜଗନ୍ନାଥ ମନ୍ଦିର ସାହି ର ରାଜେଶ ବାଘ ଓରଫ ଗୁଣ୍ଠି (୨୦),ସାନଖୋଲି ର ଶ୍ରୀଧର ସାହୁ (୨୧), ତଳସାହି ଗ୍ରାମର ଶେଷ ପ୍ରଧାନ (୨୪), ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଜଣ୍ଟିପଦର ଗ୍ରାମର ରତନ ପ୍ରଧାନୀ ଓରଫ ହଲୁ (୨୧)ବର୍ତ୍ତମାନ ବାସସ୍ଥାନ ଘଣ୍ଟାପଡା ଥାନା ନାରାୟଣପ୍ରସାଦ ତଳିସାହି ଗ୍ରାମ ଓ ପୁରୀ ଜିଲ୍ଲା ପିପିଲି ଥାନା ମଙ୍ଗଳପୁର ଗ୍ରାମର ଲିଟୁନା ବିଶ୍ଵାଳ ଓରଫ ରାଜା (୩୧) ହୋଇଥିବା ପୁଲିସ ସୂଚନା ଦେଇଛି l ଗଞ୍ଜେଇ ବ୍ୟବସାୟ କୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ହୋଇଥିବା କଳି ଓ ଝଗଡା କୁ ନେଇ ନାରାୟଣପ୍ରସାଦର ବ୍ୟାସ ବାରିକକୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ନେଇ ଅଭିଯୁକ୍ତମାନେ ପୁଲିସ ତଦନ୍ତ ସମୟରେ ନିଜ ବୟାନରେ ସ୍ୱୀକାର କରିଥିଲେ l ଅଭିଯୁକ୍ତ ମାନେ ହତ୍ୟାକାଣ୍ଡରେ ବ୍ୟବହାର କରିଥିବା ୨ଟି ଦେଶୀ ପିସ୍ତଲ, ରକ୍ତଲଗା ଷ୍ଟିଲ ପାଇପ, ଭୁଜାଲି,୧୬ଟି ଜୀବନ୍ତ ଗୁଳି ଓ ଗୋଟିଏ ବୋଡ଼କିନ ଉଦ୍ଧାର କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଘଟଣାର ଅନ୍ୟ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପ୍ରେସ ବିଜ୍ଞାପ୍ତି ଜରିଆରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ପୋଲିସ l ଏପଟେ ଏତଲାକାରୀ ଦିବ୍ୟ ବାରିକ ଗଣମାଧ୍ୟମକୁ ପ୍ରତିକ୍ରିୟାରେ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଶିଘ୍ର ଗିରିଫ କରିବାପାଇଁ ଘଣ୍ଟାପଡ଼ା ପୋଲିସକୁ ନିବେଦନ କରିଛନ୍ତି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *