May 27, 2026
Home » ବ୍ୟାସ ବାରିକ ହତ୍ୟା ଘଟଣା: ମାରଣାସ୍ତ୍ର ସହ ସାତ ଅଭିଯୁକ୍ତ ଗିରଫ

ବ୍ୟାସ ବାରିକ ହତ୍ୟା ଘଟଣା: ମାରଣାସ୍ତ୍ର ସହ ସାତ ଅଭିଯୁକ୍ତ ଗିରଫ

0
WhatsApp Image 2025-02-11 at 11.11.09 AM

ସୁବର୍ଣ୍ଣପୁର –ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା ଅନ୍ତର୍ଗତ ନାରାୟଣପ୍ରସାଦ-ବରଗାଁ ରାସ୍ତା ପତ୍ରଫଡି ନିକଟରେ ଗତ ଚାରିମାସ ତଳେ ହୋଇଥିବା ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ, ୭ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ହତ୍ୟା ଘଟଣାରେ ବ୍ୟବହୃତ ଦୁଇଟି ଦେଶୀ ପିସ୍ତଲ, ୧୬ଟି ଜୀବନ୍ତ ଗୁଳି, ରକ୍ତ ଲାଗିଥିବା ଗୋଟିଏ ଷ୍ଟିଲ ରଡ଼, ରକ୍ତ ଲାଗିଥିବା ଗୋଟିଏ ଭୁଜାଲି ସହ ଗୋଟିଏ ବୋଡ଼କିନ ଅଭିଯୁକ୍ତ ମାନଙ୍କ ଠାରୁ ଜବତ କରିବା ସହ ହତ୍ୟା ଓ ବେଆଇନ ମାରଣାସ୍ତ୍ର ନିଷେଧ ଆଇନ ରେ ଏକ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଏକ ପ୍ରେସବିବୃତି ଜରିଆରେ ଜଣାଇଛି ଘଣ୍ଟାପଡା ପୋଲିସ l ସୂଚନା ମତେ ଗତ ତା ୦୮.୧୦.୨୦୨୪ରିଖ ରାତି ପ୍ରାୟ ୭ଘଣ୍ଟା ସମୟରେ କିଛି ଅଜଣା ଦୁର୍ବୃତ୍ତ ଘଣ୍ଟାପଡା ଥାନା ନାରାୟଣପ୍ରସାଦ ର ନୁଆଁମୁଣ୍ଡା ଗ୍ରାମର କୁଶଳେଶ୍ୱର ବାରିକ ଙ୍କ ଏକ ମାତ୍ର ପୁଅ ବ୍ୟାସ ବାରିକ (୨୫)ଙ୍କୁ ବନ୍ଧୁକରେ ଗୁଳି କରିବା ସହ ଧାରୁଆ ଅସ୍ତ୍ର ସାହାଯ୍ୟରେ ଅତି ନିର୍ମମ ଭାବେ ହତ୍ୟା କରି ନାରାୟଣପ୍ରସାଦ-ବରଗାଁ ରାସ୍ତାର ନିକଟ ପତ୍ରଫଡି ପାଖ ଏକ ବିଲରେ ଫିଙ୍ଗିଦେଇଥିବା ନେଇ ଘଣ୍ଟାପଡା ଥାନାରେ ସିଲେଟପଡ଼ା ଗ୍ରାମର ମୃତକର ବଡ଼ବାପାର ପୁଅ ଦିବ୍ୟ ବାରିକ (୩୧)ଅଭିଯୋଗ କରିଥିଲେ l ଅଭିଯୋଗ କୁ ଆଧାର କରି ଏହି ଘଟଣାରେ ବୌଦ୍ଧ ଆରକ୍ଷୀ ଅଧିକ୍ଷକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଘଣ୍ଟାପଡା ଥାନାଧିକାରୀ ନରସିଂହ ମହାପାତ୍ର ଘଟଣାର ତଦନ୍ତ ଆରମ୍ଭ କରି ତା୧୧.୧୦.୨୦୨୪ରେ ନାରାୟଣପ୍ରସାଦ ଗ୍ରାମର କିରତି ବାଘ ଓରଫ ଦିନେଶ (୨୫)କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଘଟଣା ସହ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ କେସ ନଂ ୧୨୯/୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟାକୁ ଚତୁରତାର ସହ ଜୋରଦାର କରି ଶେଷରେ ବଡ଼ ସଫଳତା ପାଇଥିଲେ l ଗତ ରବିବାର ତା ୦୯. ୦୨. ୨୦୨୫ରିଖ ଦିନ ଘଣ୍ଟାପଡା ଥାନା ଦେଢ଼େନମାଲ ଆଦିବାସୀ ପଡିଆ ସ୍ଥିତ କ୍ଲବ ଘର ଠାରେ ଅଭିଯୁକ୍ତ ମାନେ ରାଜ୍ୟ ବାହାରକୁ ଖସି ଚାଲିଯିବାକୁ ଯୋଜନା କରୁଥିବା ନେଇ ସୂଚନା ପାଇ ଘଣ୍ଟାପଡା ଥାନାଧିକାରୀ ନରସିଂହ ମହାପାତ୍ର ଏକ ପୋଲିସ ଟିମ ସହ ଚତୁରତାର ସହ ଚଢ଼ାଉ କରି ୭ଜଣ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲେ l ଅଭିଯୁକ୍ତ ମାନେ ଘଣ୍ଟାପଡା ଥାନା ନାରାୟଣପ୍ରସାଦ ର ମନ୍ଦିର ସାହି ର ଜିତେନ୍ଦ୍ର ମହାକୁଡ଼ (୨୮), ରଥପଡା ଗ୍ରାମର ବିକାଶ ଷlଣ୍ଢ (୨୮), ଜଗନ୍ନାଥ ମନ୍ଦିର ସାହି ର ରାଜେଶ ବାଘ ଓରଫ ଗୁଣ୍ଠି (୨୦),ସାନଖୋଲି ର ଶ୍ରୀଧର ସାହୁ (୨୧), ତଳସାହି ଗ୍ରାମର ଶେଷ ପ୍ରଧାନ (୨୪), ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଜଣ୍ଟିପଦର ଗ୍ରାମର ରତନ ପ୍ରଧାନୀ ଓରଫ ହଲୁ (୨୧)ବର୍ତ୍ତମାନ ବାସସ୍ଥାନ ଘଣ୍ଟାପଡା ଥାନା ନାରାୟଣପ୍ରସାଦ ତଳିସାହି ଗ୍ରାମ ଓ ପୁରୀ ଜିଲ୍ଲା ପିପିଲି ଥାନା ମଙ୍ଗଳପୁର ଗ୍ରାମର ଲିଟୁନା ବିଶ୍ଵାଳ ଓରଫ ରାଜା (୩୧) ହୋଇଥିବା ପୁଲିସ ସୂଚନା ଦେଇଛି l ଗଞ୍ଜେଇ ବ୍ୟବସାୟ କୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ହୋଇଥିବା କଳି ଓ ଝଗଡା କୁ ନେଇ ନାରାୟଣପ୍ରସାଦର ବ୍ୟାସ ବାରିକକୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ନେଇ ଅଭିଯୁକ୍ତମାନେ ପୁଲିସ ତଦନ୍ତ ସମୟରେ ନିଜ ବୟାନରେ ସ୍ୱୀକାର କରିଥିଲେ l ଅଭିଯୁକ୍ତ ମାନେ ହତ୍ୟାକାଣ୍ଡରେ ବ୍ୟବହାର କରିଥିବା ୨ଟି ଦେଶୀ ପିସ୍ତଲ, ରକ୍ତଲଗା ଷ୍ଟିଲ ପାଇପ, ଭୁଜାଲି,୧୬ଟି ଜୀବନ୍ତ ଗୁଳି ଓ ଗୋଟିଏ ବୋଡ଼କିନ ଉଦ୍ଧାର କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଘଟଣାର ଅନ୍ୟ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପ୍ରେସ ବିଜ୍ଞାପ୍ତି ଜରିଆରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ପୋଲିସ l ଏପଟେ ଏତଲାକାରୀ ଦିବ୍ୟ ବାରିକ ଗଣମାଧ୍ୟମକୁ ପ୍ରତିକ୍ରିୟାରେ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଶିଘ୍ର ଗିରିଫ କରିବାପାଇଁ ଘଣ୍ଟାପଡ଼ା ପୋଲିସକୁ ନିବେଦନ କରିଛନ୍ତି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

ଆଗାମୀ ରଥଯାତ୍ରା ରେ ଶ୍ରଦ୍ଧାଳୁ ଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଏ ନେଇ ଏକ ସମୀକ୍ଷା ବୈଠକ ପୁରୀ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ୩୦ ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ୮ ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅତିରିକ୍ତ ବ୍ୟବସ୍ଥା କରାଯାଉଛି। ଏଥି ସହିତ ୧୦ ଶଯ୍ୟା ବିଶିଷ୍ଟ ୮ ଟି ଅତିରିକ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରହିବ। ଏଥିରେ ଅତିରିକ୍ତ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ ନିୟୋଜିତ ରହିବେ। ବଡଦାଣ୍ଡ ସମେତ ପୁରୀ ସହର ର ପ୍ରମୁଖ ସ୍ଥାନ ଗୁଡିକରେ ଆଶୁ ଚିକିତ୍ସା କେନ୍ଦ୍ର ଖୋଲାଯିବ।୫୦ ରୁ ଅଧିକ ଆମ୍ବୁଲାନ୍ସ ବିଭିନ୍ନ ସ୍ଥାନରେ ମୁତୟନ କରାଯିବ। ବିଭିନ୍ନ ସ୍ୱେଚ୍ଛାସେବି ସଂଗଠନ ଙ୍କ ସହାୟତା ନିଆଯିବ। ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ସ୍ୱାସ୍ଥ୍ୟ ସେବାର ତଦାରଖ କରିବେ। ଆଇ ସି ୟୁ, ଟ୍ରମା କେୟାର କେନ୍ଦ୍ର ପ୍ରସ୍ତୁତ କରି ରଖାଯିବ। ପୁରୀ ରେ ଥିବା ସବୁ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପ୍ରସ୍ତୁତ ରଖାଯିବ। ରେଲୱେ ଷ୍ଟେସନ, ବସଷ୍ଟାଣ୍ଡ ରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବ। ଗୁରୁତର ରୋଗୀ ଙ୍କୁ କଟକ, ଭୁବନେଶ୍ୱର ସ୍ଥାନାନ୍ତର ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବ। ଆମ୍ବୁଲାନ୍ସ ଗୁଡ଼ିକ ଯେଭଳି ସୁରୁଖୁରୁରେ ଯାତାୟାତ କରିପାରିବ ସେ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ରଥଯାତ୍ରା ସମୟରେ ଲୋକ ଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ୨ ଶହ ଡାକ୍ତର ଙ୍କୁ ନିୟୋଜିତ କରାଯିବ। ଅପମିଶ୍ରିତ ଓ ବାସୀ ଖାଦ୍ୟ ବିକ୍ରି ବନ୍ଦ ପାଇଁ ଖାଦ୍ୟ ନିରାପତ୍ତା ଅଧିକାରୀ ମାନେ ଯାଞ୍ଜ କରିବେ। ରଥଯାତ୍ରା ସ୍ୱାସ୍ଥ୍ୟ ସେବାକୁ ଶୃଙ୍ଖଳିତ କରିବା ପାଇଁ ଅନୁଷ୍ଠିତ ହୋଇଥିବା ବୈଠକ ରେ ପୁରୀ ମହାନଗର ନିଗମ ର କମିଶନର, ଅତିରିକ୍ତ ଜିଲ୍ଲାପାଳ, ଏସପି, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ସାମିଲ ହୋଇଥିଲେ। ରଥଯାତ୍ରା ର ଭକ୍ତ ଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବା ସ୍ୱେଚ୍ଛାସେବୀ ଦେବାଶିଶ ମିଶ୍ର କୁହନ୍ତି, ରଥଯାତ୍ରା ଭିଡ଼ରେ ବଡ ଆମ୍ବୁଲାନ୍ସ ଯାତାୟାତ ରେ ବହୁତ୍ ସମସ୍ୟା ସୃଷ୍ଟି କରୁଛି। ଏଣୁ ଆମେ ଜିଲାପାଳ ଙ୍କୁ ପ୍ରସ୍ତାବ ଦେଲୁ କିଛି ଛୋଟ ଆମ୍ବୁଲାନ୍ସ ନିୟୋଜିତ କରାଯାଉ। ଏହା ଦ୍ଵାରା ଆମ୍ବୁଲାନ୍ସ ଯାତାୟାତ ରେ ସୁବିଧା ହେବା ସହ ଲୋକ ମାନେ ତ୍ୱରିତ ଚିକିତ୍ସା ସେବା ପାଇପାରିବେ। ଆଉ ଏକ ପ୍ରସ୍ତାବ ରହିଚି ବଡ ଦାଣ୍ଡ ରେ ଅଧିକ ଶୀତତାପ ନିୟନ୍ତ୍ରିତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଉ। ଏହା ଦ୍ଵାରା ଅଯଥା ରେ ଲୋକ ଙ୍କୁ ମୁଖ୍ୟ ଚିକିତ୍ସାଳୟ କୁ ନିଆନଯାଇ ଏହି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ତ୍ୱରିତ ଚିକିତ୍ସା ସେବା ଯୋଗାଇ ହେବ । ଆମେ ଜିଲାପାଳ ଙ୍କୁ ଅନୁରୋଧ କରିଛୁ ଗୁଣ୍ଡିଚା ମନ୍ଦିର ନିକଟ ରେ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯିବା ନେଇ ଅନୁମତି ଦିଆଯାଉ। ଏହା ହେଲେ ମନ୍ଦିର ଭିତରେ ଅବା ବାହାରେ କିଛି ଅଘଟଣ ଘଟିଲେ ସଙ୍ଗେ ସଙ୍ଗେ ଚିକିତ୍ସା ସେବା ଲୋକ ଙ୍କୁ ଓ ସେବାୟତ ଙ୍କୁ ଚିକିତ୍ସା ସେବା ଦେଇହେବ। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ନିଜ ପ୍ରତିକ୍ରିୟାରେ କହିଛନ୍ତି, ଚଳିତ ରଥଯାତ୍ରା ରେ ଲୋକ ଙ୍କୁ କିଭଳି ତ୍ୱରିତ ଚିକିତ୍ସା ସେବା ଯୋଗାଇ ହେବ ସେ ନେଇ ଏକ ମାର୍ଗଦର୍ଶିକା କରାଯାଇଛି। ବଡଦାଣ୍ଡ ସମେତ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ସ୍ଥାନରେ ୮ ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରହିବ । ମୋଟ ୮୦ ବେଡ ବିଶିଷ୍ଟ ଏହି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସବୁ ପ୍ରକାର ଚିକିତ୍ସା ସେବା ବ୍ୟବସ୍ଥା ରହିବ। ସବୁ ପ୍ରକାର ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ଉପକରଣ ଓ ସ୍ପେଶଲିଷ୍ଟ ଡାକ୍ତର ରହିବେ। ଏ ନେଇ ଆଜିର ବୈଠକ ରେ ଆଲୋଚୋନା ହେଲା। ଆମ୍ବୁଲାନ୍ସ କିଭଳି ଯାତାୟାତ କରିବ, ସ୍ୱେଚ୍ଛାସେବୀ ଙ୍କୁ ତାଲିମ ପ୍ରଦାନ ସେ ନେଇ ସବିଶେଷ ଆଲୋଚନା ହୋଇଛି। ମାର୍ଗଦର୍ଶିକା ଅନୁଯାୟୀ ରଥଯାତ୍ରା, ସୁନାବେଶ, ବାହୁଡ଼ା ରେ ସ୍ୱାସ୍ଥ୍ୟ ସେବା ଲୋକ ଙ୍କୁ ଯୋଗାଇ ଦିଆଯିବ। ଆଗାମୀ ଜୁନ ୨୯ ରେ ମହାପ୍ରଭୁ ଙ୍କ ସ୍ନାନଯାତ୍ରା ଓ ଜୁଲାଇ ୧୬ ରେ ରଥଯାତ୍ରା ଅନୁଷ୍ଠିତ ହେବ। ଏହି ଦୁଇ ଯାତ୍ରାରେ ଦଇତାପତି ସେବକ ଙ୍କ ଗୁରୁ ଦାୟିତ୍ୱ ରହିଛି । ଦଇତାପତି ସେବକମାନେ ମହାପ୍ରଭୁ ଙ୍କୁ ସ୍ନାନଯାତ୍ରାରେ ରତ୍ନସିଂହାସନ ରୁ ପହଣ୍ଡି ରେ ଆଣି ସ୍ନାନ ବେଦୀ କୁ ଆଣିବେ। ସେହିପରି ଆଗାମୀ ରଥଯାତ୍ରାରେ ମଧ୍ୟ ଦଇତାପତି ସେବକ ମାନେ ମହାପ୍ରଭୁ ଙ୍କୁ ପହଣ୍ଡି ଆଣି ରଥ ଉପରେ ଠାକୁର ଙ୍କୁ ବିରାଜମାନ କରାଇବେ। ତେବେ ଠାକୁର ଙ୍କ ପହଣ୍ଡି କିଭଳି ଶୃଙ୍ଖଳିତ ଓ ସୁରକ୍ଷିତ ଢଙ୍ଗରେ ହୋଇ ପାରିବ ସେ ନେଇ ସମୀକ୍ଷା କରିଛନ୍ତି ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପ ମୁଖ୍ୟପ୍ରଶାସକ ଦିବ୍ୟଜ୍ୟୋତି ପରିଡା। ଶ୍ରୀମନ୍ଦିର କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଥିବା ବୈଠକ ରେ ଶ୍ରୀମନ୍ଦିର ଦଇତାପତି ନିଯୋଗ ର କର୍ମକର୍ତ୍ତା ଯୋଗ ଦେଇଥିଲେ।୨୦୨୪ ରଥଯାତ୍ରା ରେ ଆଡ଼ପ ମଣ୍ଡପ ବିଜେ ବେଳେ ବଡ ଠାକୁର ଶ୍ରୀବଳଭଦ୍ର ରଥ ରୁ ଚାରମାଳ କୁ ଖସି ପଡ଼ିଥିଲେ। ଏଣୁ ଏଭଳି ଅଘଟଣ କିଭଳି ଆଗାମୀ ଦିନରେ ହେବ ନାହିଁ ଏବଂ ଶୃଙ୍ଖଳିତ ଢଙ୍ଗରେ ପହଣ୍ଡି କାର୍ଯ୍ୟ ସମାପନ ହେବ ସେ ନେଇ ଜିଲ୍ଲାପାଳ ଆଲୋଚନା କରିଥିଲେ। ପହଣ୍ଡି ପାଇଁ ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ସଂଖ୍ୟାରୁ ଯେଭଳି ଅଧିକ ସେବକ ନ ରହିବେ ସେ ନେଇ ଆଲୋଚନା ହୋଇଥିଲା। ସେହିପରି ନିର୍ଦ୍ଧାରିତ ସମୟ ଅନୁସାରେ ସମସ୍ତ ନୀତି ଯେଭଳି ପାଳନ ହେବ ସେ ନେଇ ମଧ୍ୟ ଆଲୋଚାନା ହୋଇଛି। ତେବେ ମହାପ୍ରଭୁ ସ୍ନାନଯାତ୍ରା, ଅଣସର, ନବଯୌବନ, ନେତ୍ରୋତ୍ସବ ସମସ୍ତ ନୀତି ଶୃଙ୍ଖଳିତ କରିବାକୁ ବାଡଗ୍ରାହୀ ସେବକ ମତ ରଖିଛନ୍ତି। ଦଇତାପତି ସେବକ ଭବାନୀ ଦାସ ମହାପାତ୍ର ନିଜ ପ୍ରତିକ୍ରିୟାରେ କୁହନ୍ତି, ଆଗାମୀ ରଥଯାତ୍ରା ରେ କିଭଳି ମହାପ୍ରଭୁ ଙ୍କ ସମସ୍ତ ନିତିକାନ୍ତି, ଭକ୍ତ ଙ୍କ ଦର୍ଶନ ସୁରୁଖୁରୁରେ ଶୃଙ୍ଖଳିତ ଭାବରେ ହୋଇପାରିବ ସେ ନେଇ ଜିଲ୍ଲାପାଳ ଙ୍କ ସହ ଆଲୋଚନା ହୋଇଛି। ସେବାୟତ ଙ୍କ ମଧ୍ୟରେ ଯେଭଳି ଏକ ସମନ୍ଵୟ ରହିବ ସେ ନେଇ ଆଲୋଚନା ହୋଇଥିଲା। ମହାପ୍ରଭୂ ଙ୍କ ପହଣ୍ଡି କିଭଳି ଶୃଙ୍ଖଳିତ ଢଙ୍ଗରେ ହୋଇପାରିବ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା। ତେବେ ମହାପ୍ରଭୁ ଙ୍କ କାର୍ଯ୍ଯ କୁ ଶୃଙ୍ଖଳିତ ଭାବରେ କରିବା ପାଇଁ ଦଇତାପତି ସେବକ ସମ୍ପୂର୍ଣ ପ୍ରସ୍ତୁତ ରହିଚନ୍ତି। ଏହି ଭରସା ଆମେ ପ୍ରଶାସନ କୁ ଦେଇଛୁ। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ନିଜ ପ୍ରତିକ୍ରିୟାରେ କହିଛନ୍ତି, ଆଗାମୀ ରଥଯାତ୍ରା କୁ ଶୃଙ୍ଖଳିତ ଭାବେ ଆୟୋଜନ ନେଇ ସବୁ ସେବାୟତ ବିଯୋଗ ସହ ଆଲୋଚନା କରାଯାଉଛି। ମହାପ୍ରଭୁ ଙ୍କ ଶୃଙ୍ଖଳିତ ନୀତି କାନ୍ତି ଓ ପହଣ୍ଡି ପ୍ରସଙ୍ଗ ରେ ମଧ୍ୟ ଦଇତାପତି ସେବକ ଙ୍କ ସହ ଆଲୋଚନା ହୋଇଛି। ଆମର ଆଶା ରହିଛି ମହାପ୍ରଭୁ ଙ୍କ କୃପାରୁ ରଥଯାତ୍ରା ସୁରୁଖୁରୁରେ ସମାପନ ହେବ।

Leave a Reply

Your email address will not be published. Required fields are marked *

You may have missed