June 8, 2026
Home » ଭାରତୀୟ ମଜଦୁର ସଂଘର ଜିଲ୍ଲା ସମ୍ମିଳନୀ ଓ କାର୍ଯ୍ଯକର୍ତ୍ତା ନିର୍ବାଚନ

ଭାରତୀୟ ମଜଦୁର ସଂଘର ଜିଲ୍ଲା ସମ୍ମିଳନୀ ଓ କାର୍ଯ୍ଯକର୍ତ୍ତା ନିର୍ବାଚନ

0
WhatsApp Image 2026-06-07 at 7.21.22 PM

 

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ମ୍ଯୁନିସିପାଲିଟି ପିସିଏମ୍ କଲ୍ଯାଣ ମଣ୍ଡପ ଠାରେ ଭାରତୀୟ ମଜଦୁର ସଂଘର ମୟୂରଭଞ୍ଜ ଜିଲ୍ଲା ସମ୍ମିଳନୀ ଓ କାର୍ଯ୍ଯକର୍ତ୍ତା ଚୟନ ସମାବେଶ ଅନୁଷ୍ଠିତ ହୋଇଯାଇଛି l ସଭାପ୍ରାରମ୍ଭରେ ଅତିଥିମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ଭର୍ଦ୍ଧିତ କରାଯିବା ପରେ ଶ୍ରମିକ ଗୀତ ଗାନ କରାଯାଇଥିଲା l ଏହାପରେ ଅତିଥିମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା l ଏହି କାର୍ଯ୍ଯକ୍ରମରେ ସଭାପତିତ୍ବ ସରସ୍ବତୀ ଟୁଡୁ କରିଥିଲା ବେଳେ ମୁଖ୍ଯବକ୍ତା ଭାବେ ମୟୂରଭଞ୍ଜ – କେଉଁଝର ପ୍ରଭାରୀ ଡାକ୍ତର ମହାନ୍ତ, ବିଶିଷ୍ଟ ସମ୍ମାନୀୟ ଅତିଥି ଭାବେ ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ଯ ନିଗମାନନ୍ଦ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ମନୋରମା ବେହେରା ଓ ଅଡିଟର ରତିରଂଜନ ବେହେରା ପ୍ରମୁଖ ଯୋଗଦାନ କରିଥିଲେ l ସ୍ତମ୍ଭକାର ଲଳିତ କୁମାର ମହାନ୍ତ ଅତିଥି ପରିଚୟ ପ୍ରଦାନ କରିଥିଲେ l ବିି ଏମ୍ ଏସ୍ ର ଜିଲ୍ଲା ସମ୍ପାଦକ ବୋଧି ରଜତ ମହାନ୍ତ ବାର୍ଷିକ ବିବରଣୀ ପାଠ କରିଥିଲା ବେଳେ କୋଷାଧ୍ଯକ୍ଷ ନିଳେନ୍ଦ୍ରୀ ପାତ୍ର ବାର୍ଷିକ ଆୟବ୍ଯୟ ହିସାବ ପ୍ରଦାନ କରିଥିଲେ l
ଏହି କାର୍ଯ୍ଯକ୍ରମରେ ୨୬ଟି ବ୍ଲକରୁ ଅଙ୍ଗନଓ୍ବାଡି ଓ୍ବାର୍କର ଓ ସହାୟିକା, ଆଶାକର୍ମୀ, ପାଚିକା, ଖଣିଖାଦନ, ଶିଳ୍ପ, ଅସଂଗଠିତ କ୍ଷେତ୍ରର ଶ୍ରମିକ, କୁଷିଶ୍ରମିକ ମାନଙ୍କର ବିଭିନ୍ନ ସମସ୍ଯାକୁ ଗତିଶୀଳ କରିବା ନିମନ୍ତେ ଭାରତୀୟ ମଜଦୁର ସଂଘ ଏକମାତ୍ର ଅଣରାଜନୈତିକ ଶ୍ରମିକ ସଂଗଠନ, ଯିଏ କି ସମାଜର ଦାରିଦ୍ର ସୀମାରେଖା ତଳେ ଥିବା ବ୍ଯକ୍ତି ଠାରୁ ଆରମ୍ଭ କରି ସବୁ ଶ୍ରେଣୀ ବର୍ଗ ପାଇଁ ନିସ୍ବାର୍ଥପର ଭାବେ କାର୍ଯ୍ଯ କରିଥାଏ ବୋଲି ମୁଖ୍ଯବକ୍ତା କହିଥିଲେ l ଆଗାମୀ ମାସରେ ଅଙ୍ଗନଓ୍ବାଡି ଓ ଆଶାକର୍ମୀଙ୍କର ଜିଲ୍ଲା ସମ୍ମିଳନୀ କରିବାର ନିଷ୍ପତ୍ତି ଗ୍ରହଣ କରାଯାଇ ତାରିଖ ଧାର୍ଯ୍ଯ କରିବେ ବୋଲି ଆଲୋଚନା ହୋଇଥିଲା l ଜିଲ୍ଲାରେ ଲୁହାଖଣି, ବିଦ୍ଯୁତ୍ ଶ୍ରମିକ, ଭୂମି ସମସ୍ତ ଭିତ୍ତିଭୂମି ଥାଇ ମଧ୍ଯ ବୁହତ ଶିଳ୍ପ କରିବାର ପ୍ରବଳ ଦାବୀ ସହ ରେଲଓ୍ବେ କାର୍ଯ୍ଯକୁ ତ୍ବରାନିତ କରି କେଉଁଝର ଓ ବାଙ୍ଗିରିପୋଷି ସହ ଯୋଡିବା କାର୍ଯ୍ଯ ଖୁବ୍ ଶିଘ୍ର କରିବାକୁ ଦାବୀ ହୁଏ l ରାଇରଙ୍ଗପୁରକୁ ଏକ ସ୍ବତନ୍ତ୍ର ଜିଲ୍ଲା ର ମାନ୍ଯତା ପାଇଁ ମଧ୍ଯ ଦାବୀ ହୁଏ l ଏ ସମସ୍ତ ଦାବୀ ପୂରଣ ହେଲେ ମୟୂରଭଞ୍ଜ ଅର୍ଥନୈତିକ ଉନ୍ନତି ସାଧିତ ହୋଇପାରିବ ବୋଲି ଶ୍ରମିକ ନେତା ନିଗମାନନ୍ଦ ବକ୍ତବ୍ଯ ରଖିଥିଲେ l ପ୍ରତ୍ଯେକ ବ୍ଲକର ବିଏମ୍ ଏସ୍ କମିଟୀ ଗଠନ କରାଯାଇ ସମସ୍ତ ସଂଗଠନ ର କାମକୁ କିପରି ଭଲଭାବେ କାର୍ଯ୍ଯ ହେବ , ସେ ନେଇ ଯୋଜନା କରାଯାଇଛି l ଜିଲ୍ଲାର ସମସ୍ତ କର୍ମକର୍ତ୍ତାଙ୍କୁ ବିଭିନ୍ନ ବ୍ଲକ ପ୍ରଭାରୀ ଦାୟିତ୍ବ ମଧ୍ଯ ଦିଆଯାଇଛି l

ସଭାକାର୍ଯ୍ଯ ପରେ ନୂତନ କାର୍ଯ୍ଯକର୍ତ୍ତାଙ୍କ ନାମ ବି ଏମ୍ ଏସ୍ ରାଜ୍ଯ ଉପସଭାପତି ଡାକ୍ତର ମହାନ୍ତ ଘୋଷଣା କରିଥିଲେ l ସେମାନେ ହେଲେ ଉପଦେଷ୍ଟା ହେମଲତା ମିଶ୍ର ଓ ସରସ୍ବତୀ ଟୁଡୁ, ସଭାପତି ବୋଧିରଜତ ମହାନ୍ତ, କାର୍ଯ୍ଯକାରୀ ସଭାପତି ରବି ନାରାୟଣ ମିଶ୍ର, ଉପସଭାପତି ରିନା ରଥ (କରଂଜିଆ), ଲଳିତା ବିନ୍ଧାଣୀ (ରାଇରଙ୍ଗପୁର) (ନିର୍ମାଣ ଶ୍ରମିକ), ଚିତ୍ତ ରଂଜନ ମୁଖୀ (ଉଦଳା), ସୁକାନ୍ତି ସାହୁ (ବାରିପଦା), ସଂଗଠନ ସଂପାଦକ ନିଗମାନନ୍ଦ ପଟ୍ଟନାୟକ, ସହ ସଂଗଠନ ସଂପାଦକ କୂଳ ତିଳକ ମହାନ୍ତ (ବାରିପଦା), ସପାଦକ ମେଘରାୟ ମେଘରାୟ ମାର୍ଣ୍ଡି, ସହସଂପାଦକ ଆରତୀ ସୋରେନ (ଉଦଳl), ଦେବାଶିଷ ନାଏକ (ବାରିପଦା), ବିଣାପାଣୀ ଗାଗରାଇ (ରାଇରଙ୍ଗପୁର), ସୁକାନ୍ତି ପାତ୍ର (ରାଇରଙ୍ଗପୁର), ଅଡିଟର ରତି ରଂଜନ ବେହେରା, କୋଷାଧ୍ଯକ୍ଷ ନିଳେନ୍ଦ୍ରି ପାତ୍ର, କାର୍ଯ୍ଯାଳୟ ସଂପାଦକ ଜୟନ୍ତ କୁମାର ବେହେରା, ମିଡିଆ ପ୍ରମୁଖ ଶ୍ଯାମଳେନ୍ଦୁ ପରିଡା (ରାଇରଙ୍ଗପୁର) ତଥା କାର୍ଯ୍ଯକାରିଣୀ ସଦସ୍ଯ ଭାବେ ଅଲେଖ ସେଠୀ, ନବୀନ ବେହେରା, ଅନୁପମା ଦାସ, ସୁମନ କୁମାର ମହାନ୍ତ, ମନୋରମା ବେହେରା ଓ ସଲମା ହେମ୍ବ୍ରମ ପ୍ରମୁଖଙ୍କୁ ଚୟନ କରାଯାଇଥିଲା l ଏହି କାର୍ଯ୍ଯକ୍ରମରେ ୨୬ ଟି ବ୍ଲକ୍ ରୁ ବିଭିନ୍ନ ସଂଗଠନରୁ ୨ ଶହରୁ ଉର୍ଦ୍ଧ୍ବ କାର୍ଯ୍ଯକର୍ତ୍ତା ଉପସ୍ଥିତ ଥାଇ ସର୍ବଶେଷରେ ମନ୍ଦିରରୁ ଆସିଥିବା ପ୍ରସାଦ ସେବନ କରିଥିଲେ l ଏଥିରେ ମେଘରାୟ ମାର୍ଣ୍ଡି ଧନ୍ଯବାଦ ଅର୍ପଣ କରିଥିଲେ l ସଭାକାର୍ଯ୍ଯ ଶେଷରେ ରାଇରଙ୍ଗପୁର ସହରସ୍ଥ ବିଶିଷ୍ଟ ସାମ୍ବାଦିକଭାବେ ତୁଷାରକାନ୍ତ ମହାନ୍ତ, ପ୍ରଦୀପ ମହାନ୍ତ, ପ୍ରସନ୍ନ କୁମାର ଷଡଙ୍ଗୀ, ଉତ୍ତମ ରାମ ଓ ଶ୍ଯାମଳେନ୍ଦୁ ପରିଡା ଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ଭର୍ଦ୍ଧିତ କରାଯାଇଥିଲା l
ଏହାବ୍ଯତୀତ ୨୬ଟି ବ୍ଲକ ଓ ୪ଟି ମ୍ଯୁନିସିପାଲଟି, ଏନ ଏ ସି ରେ ୩୦ ଜଣ ପ୍ରଭାରୀ ନିଯୁକ୍ତି ଦିଆଯାଇଛି l ଏହି କାର୍ଯ୍ଯକ୍ରମରେ ଲିଟୁ ମହାନ୍ତ, ଗଙ୍ଗା ଚରଣ ଦିଗି, ଝୋଶକେତନ ମହାନ୍ତ ଓ ସଂଗଠନ ମିଡିଆ ପ୍ରମୁଖ ଶ୍ଯାମଳେନ୍ଦୁ ପରିଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *

You may have missed