April 14, 2026
Home » ଭାରତ ରତ୍ନ ଡଃ ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜୟନ୍ତୀରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

ଭାରତ ରତ୍ନ ଡଃ ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜୟନ୍ତୀରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

0
WhatsApp Image 2026-04-14 at 3.25.26 PM

 

ଭୁବନେଶ୍ୱର:ଭାରତର ସଂବିଧାନ ରଚୟିତା, ମହାନ ଚିନ୍ତକ ଓ ସମାଜ ସଂସ୍କାରକ ଭାରତ ରତ୍ନ ଡଃ ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଆଜି ତାଙ୍କୁ ଗଭୀର ଶ୍ରଦ୍ଧା ସହ ସ୍ମରଣ କରାଯାଇଥିଲା। ସମାନତା, ନ୍ୟାୟ ଓ ମାନବିକ ଅଧିକାର ପାଇଁ ତାଙ୍କ ଅବଦାନ ଅସାଧାରଣ ଏବଂ ତାଙ୍କ ଆଦର୍ଶ ଆଜିର ସମାଜ ପାଇଁ ସଦା ପଥପ୍ରଦର୍ଶକ ହୋଇ ରହିବ ବୋଲି ଏହି ଅବସରରେ ମତ ପ୍ରକାଶ ପାଇଥିଲା।

ଏହି ଅବସରରେ ଆଜି ସକାଳ ୮.୩୦ ମିନିଟ୍ ସମୟରେ ଭୁବନେଶ୍ୱରସ୍ଥିତ ଏଜି ଛକରେ ଭାରତ ରତ୍ନ ଡଃ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ କରି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଯାଇଥିଲା।ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଶ୍ରୀଯୁକ୍ତ ଗୁରବୀର ସିଂହ, ଉପ ନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ, ଶ୍ରୀ ଅଶ୍ବିନୀ କୁମାର ଭୋଇ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଜିତେନ୍ଦ୍ରିୟ ଜେନା, ସହକାରୀ ନିର୍ଦ୍ଦେଶକ ଶ୍ରୀ ଦୀପକ କୁମାର ସାହୁ ପ୍ରମୁଖ ଯୋଗଦେଇ ମାଲ୍ୟାର୍ପଣ କରିଥିଲେ।ଏହାସହିତ ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା, ବିଭିନ୍ନ ରାଜନୈତିକ ଦଳର ସଦସ୍ୟମାନେ, ବିଧାୟକ ଓ ବିଧାୟିକାମାନେ, ସୂଚନା ଓ ଲୋକସମ୍ପର୍କ ବିଭାଗର ଅନ୍ୟାନ୍ୟ ଅଧିକାରୀମାନେ, ଛାତ୍ରଛାତ୍ରୀମାନେ ଏବଂ ସାଧାରଣ ଲୋକମାନେ ଯୋଗଦେଇ ଡଃ ଆମ୍ବେଦକରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *