November 28, 2025
Home » ଭାଷାର ଲାଗି ନେତା ଚେତା ସଭେ ଏକଜୁଟ ହେଉନ୍

ଭାଷାର ଲାଗି ନେତା ଚେତା ସଭେ ଏକଜୁଟ ହେଉନ୍

0
WhatsApp Image 2025-02-21 at 6.35.50 PM

ସୁବର୍ଣ୍ଣପୁର –ଓଡିଆ ଅସ୍ମୀତାର ସୁରକ୍ଷା ସମୃଦ୍ଧିର ଲାଗି ପ୍ରଚେଷ୍ଟା ଜାରି ରହୁ ମାତ୍ର ସେଥିପାଇଁ ପଶ୍ଚିମ ଓଡିଶାର ଅସ୍ମୀତାକୁ ବଳି ଚଢେଇ ଦିଆ ନ ଯାଉ କାରଣ ଭାଷା ସଂସ୍କୃତି ଓ ଅସ୍ମୀତା ଦୃଷ୍ଟିରୁ ପଶ୍ଚିମ ଓଡିଶା ସାରା ବିଶ୍ବରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି I ପଶ୍ଚିମ ଓଡିଶାର ଅସ୍ମୀତାକୁ ବର୍ତ୍ତମାନ ନେତା ଚେତା ସମସ୍ତେ ଭୁଲି ଯାଇଥିବା ପରି ମନେ ହେଉଛି I ପଶ୍ଚିମ ଓଡିଶାର ଅସ୍ମୀତା ଅର୍ଥାତ କୋଶଲି / ସମ୍ବଲପୁରୀ ଭାଷା ସଂସ୍କୃତିର ସୁରକ୍ଷା ସମୃଦ୍ଧି ତଥା ତାର ସାମ୍ବିଧାନିକ ଏବଂ ଶାସନଗତ ମାନ୍ୟତା ସକାଶେ ପଶ୍ଚିମ ଓଡିଶାର ନେତା ଓ ଚେତା ଅର୍ଥାତ ବୁଦ୍ଧିଜୀବୀ ଏକଜୁଟ ହେବା ଅତ୍ୟନ୍ତ ଜରୁରୀ ବୋଲି ଆଜି ଅନ୍ତର୍ଜାତୀୟ ମାତୃଭାଷା ଦିବସ ଉପଲକ୍ଷେ ଅନୁଷ୍ଠିତ ଏକ ସାଧାରଣ ସଭାରେ ବକ୍ତାମାନେ ସ୍ପଷ୍ଟ ମତବ୍ୟକ୍ତ କରିଥିଲେ I ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ର ସୁବର୍ଣ୍ଣପୁରରେ ଅନୁଷ୍ଠିତ କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀ ଦ୍ବାରା ଆୟୋଜିତ ଏହି ସଭାରେ ଏକାଡେମୀର ସାଧାରଣ ସଂପାଦକ ଗୋରେଖନାଥ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ପ୍ରାଧ୍ୟାପକ ଡ. ଦେବାଶୀଷ ପାଣ୍ଡିଆ ମୁଖ୍ୟବକ୍ତା, ଶିକ୍ଷାବିତ ବ୍ରଜ ମୋହନ ଦାନୀ ମୁଖ୍ୟ ଅତିଥି, କବି ଆର୍ତ୍ତତ୍ରାଣ ବାବୁ, ସଚେତନ ନାଗରିକ ସଂଘ ସଭାପତି ସୀତାଂଶୁ ଶେଖର ମିଶ୍ର, ପ୍ରାଧ୍ୟାପିକା ମୀନା ମହାରଣା ଓ ଅବସରପ୍ରାପ୍ତ ଡି.ଏଫ.ଓ ସୁଶୀଲ କୁମାର ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ବରିଷ୍ଠ ନାଗରିକ ସଂଘ ସଂପାଦକ ଜ୍ୟୋତି ରଂଜନ ପଟ୍ଟନାୟକ, ସମାଜସେବୀ ମଂଜୁଳା ମିଶ୍ର, ଭଗବତୀ ରାୟଗୁରୁ , ବ୍ରଜ କିଶୋର ପାତ୍ର, ଗୀତା ବହିଦାର, ସୁନନ୍ଦା ସାହୁ, ଉର୍ମିଳା ସାହୁ , ଯୁବନେତ୍ରୀ ଶ୍ରଦ୍ଧାଂଜଳୀ ମିଶ୍ର ପ୍ରମୁଖ ସମ୍ମାନିତ ବକ୍ତାଭାବେ ନିଜସ୍ବ ବକ୍ତବ୍ୟ ରଖିଥିଲେ I ଶେଷରେ ଶିକ୍ଷାବିଦ ଇନ୍ଦୁମତୀ ପୁରୋହିତ ଧନ୍ୟବାଦ ଦେଇଥିଲେ I

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *