August 21, 2026
Home » ଭିଜିଲାନ୍ସ ଚଢ଼ଉ: ଧର୍ମଗଡ଼ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ପାଖରୁ ମିଳିଲା ବିପୁଳ ସମ୍ପତ୍ତି, ଚଢାଉ ଜାରି।

ଭିଜିଲାନ୍ସ ଚଢ଼ଉ: ଧର୍ମଗଡ଼ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ପାଖରୁ ମିଳିଲା ବିପୁଳ ସମ୍ପତ୍ତି, ଚଢାଉ ଜାରି।

0
WhatsApp Image 2026-05-19 at 3.35.38 PM

ଧର୍ମଗଡ଼: ଧର୍ମଗଡ଼ (ଆରଏଣ୍ଡବି) ନିର୍ବାହୀ ଯନ୍ତ୍ରୀ ତଥା ଭବାନୀପାଟଣା ଦାୟିତ୍ୱରେ ଥିବା ଭୁବନେଶ୍ୱର ଶବରଙ୍କ ନାମରେ ଥିବା ବିପୁଳ ପରିମାଣର ସମ୍ପତ୍ତି ଓ ଜମିକୁ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଠାବ କରିଛନ୍ତି। ତାଙ୍କ ସମ୍ପତ୍ତି ଉପରେ କରାଯାଇଥିବା ଚଢ଼ଉ ସମୟରେ ତଦନ୍ତକାରୀ ଦଳ କୋଟି କୋଟି ଟଙ୍କାର ସମ୍ପତ୍ତି ଖୋଜି ପାଇଛନ୍ତି।ଭବାନୀପାଟଣା ଆର ଆଣ୍ଡ ବି (R&B) ଡିଭିଜନର ନିର୍ବାହୀ ଯନ୍ତ୍ରୀ (EE) ଶ୍ରୀ ଭୁବନେଶ୍ୱର ଶବରଙ୍କ ସମ୍ପତ୍ତି ଉପରେ ଚାଲିଥିବା ଚଢ଼ାଉ ବେଳେ ବର୍ତ୍ତମାନ ସୁଦ୍ଧା ୪ଟି ବହୁତଳ କୋଠା, ୩୯.୬୪ ଏକର ଜମି (୩୩ଟି ପ୍ଲଟ୍), ୯ ଏକର ପରିମିତ ଜମିରେ ଏକ ଫାର୍ମ ହାଉସ୍ ଏବଂ ୮ଟି କ୍ୟାବିନ ବିଶିଷ୍ଟ ୧ଟି ମାର୍କେଟ କମ୍ପ୍ଲେକ୍ସ ଠାବ କରାଯାଇଛି।

ଘର ଚଢ଼ାଉ ସମୟରେ ଏପର୍ଯ୍ୟନ୍ତ ଶ୍ରୀ ଶବର ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ନିମ୍ନଲିଖିତ ସମ୍ପତ୍ତି ଠାବ କରାଯାଇଛି;
୧. ଭବାନୀପାଟଣା ସହରର ଗୋସାଲିମୁଣ୍ଡା ସ୍ଥିତ ପ୍ଲଟ୍ ନଂ-୧୪୭୯/୮୪୦୭ ରେ ପ୍ରାୟ ୪୫୦୦ ବର୍ଗଫୁଟ୍ ବିଶିଷ୍ଟ ଏକ ଦୁଇ ମହଲା କୋଠା।
୨. କଳାହାଣ୍ଡି ଜିଲ୍ଲା କୋକସରା ଅନ୍ତର୍ଗତ କୁସୁମଖୁଣ୍ଟି ଠାରେ ଅବସ୍ଥିତ ପ୍ରାୟ ୨୬୨୫ ବର୍ଗଫୁଟ୍‌ର ଏକ ଦୁଇ ମହଲା କୋଠା।
୩. ମୋଟର ଛକ, କୋକସରା ଠାରେ ୪୨୨୮ ବର୍ଗଫୁଟ୍‌ର ଏକ ଦୁଇ ମହଲା (ନିର୍ମାଣାଧୀନ) କୋଠା।
୪. କଳାହାଣ୍ଡି ଜିଲ୍ଲା କୋକସରା ଅନ୍ତର୍ଗତ କୁସୁମଖୁଣ୍ଟି ଠାରେ ଅବସ୍ଥିତ ପ୍ରାୟ ୧୩୦୦ ବର୍ଗଫୁଟ୍‌ର ଅନ୍ୟ ଏକ ଦୁଇ ମହଲା (ନିର୍ମାଣାଧୀନ) କୋଠା।
୫. ମୋଟର ଛକ, କୋକସରା ଠାରେ ୮ଟି କ୍ୟାବିନ ଥିବା ୨୨୧୪ ବର୍ଗଫୁଟ୍‌ର ଏକ ମାର୍କେଟ କମ୍ପ୍ଲେକ୍ସ।
୬. ଭବାନୀପାଟଣା ସହର ନିକଟସ୍ଥ କିଟପଦର ଠାରେ ୯ ଏକର ଜମିରେ ବ୍ୟାପିଥିବା ଏକ ଫାର୍ମ ହାଉସ୍‌।
୭. ଭବାନୀପାଟଣା ଏବଂ କୋକସରା ଉପକଣ୍ଠରେ ପ୍ରାୟ ୩୯.୬୪ ଡେସିମିଲ୍ ପରିମିତ ଜମିର ୩୩ଟି ପ୍ଲଟ୍‌।
> i) କଳାହାଣ୍ଡି ଜିଲ୍ଲା ତାଲାବେଲଗାଁ ଠାରେ ଖାତା ନଂ-୧୪, ପ୍ଲଟ୍ ନଂ-୫୦ ଏବଂ ୧୯୯ ବିଶିଷ୍ଟ ୪ ଏକର ପରିମିତ ଏକ ଜମି।
> ii) କଳାହାଣ୍ଡି ଜିଲ୍ଲା କୁଟେନପଦର ଠାରେ ଖାତା ନଂ-୭୫/୯୧, ପ୍ଲଟ୍ ନଂ-୩୨/୩୩ ବିଶିଷ୍ଟ ୧ ଏକର ୮୧ ଡେସିମିଲ୍ ପରିମିତ ଏକ ଜମି।
> iii) କୋକସରା ମୋଟର ଠାରେ ଖାତା ନଂ-୧୧୭, ପ୍ଲଟ୍ ନଂ-୧୯ canvas, ୧୯୬୪, ୧୯୬ canvas, ୨୦୦୯ ଏବଂ ୨୦୧୦ ବିଶିଷ୍ଟ ୦.୯୬ ଡେସିମିଲ୍ ପରିମିତ ଏକ ଜମି।
> iv) କଳାହାଣ୍ଡି ଜିଲ୍ଲା ଦ୍ୱାରଶୁଣୀ ଠାରେ ଖାତା ନଂ-୯୫, ପ୍ଲଟ୍ ନଂ-୬୬ ଏବଂ ୨୦୩ ବିଶିଷ୍ଟ ୦.୦୮ ଡେସିମିଲ୍ ପରିମିତ ଏକ ଜମି।
> v) ଦ୍ୱାରଶୁଣୀ ଠାରେ ଖାତା ନଂ-୧୩୪/୬୮, ପ୍ଲଟ୍ ନଂ-୬୮/୪୩୧ ବିଶିଷ୍ଟ ୦.୦୮ ଡେସିମିଲ୍ ପରିମିତ ଏକ ଜମି।
> vi) କଳାହାଣ୍ଡି ଜିଲ୍ଲା କିଟପଦର ଠାରେ ଖାତା ନଂ-୫୬, ପ୍ଲଟ୍ ନଂ-୧୮୫, ୧୮୬ ଏବଂ ୨୦୧ ବିଶିଷ୍ଟ ୨ ଏକର ୦୩ ଡେସିମିଲ୍ ପରିମିତ ଏକ ଜମି।
> vii) କିଟପଦର ଠାରେ ଖାତା ନଂ-୦୮, ପ୍ଲଟ୍ ନଂ-୧୭୦, ୧୭୮ ଏବଂ ୧୭୯ ବିଶିଷ୍ଟ ୨ ଏକର ୧୩୦ ଡେସିମିଲ୍ ପରିମିତ ଏକ ଜମି।
> viii) କିଟପଦର ଠାରେ ଖାତା ନଂ-୦୪, ପ୍ଲଟ୍ ନଂ-୧୭, ୧୭୫ ଏବଂ ୧୭୬ ବିଶିଷ୍ଟ ୧ ଏକର ୮୫ ଡେସିମିଲ୍ ପରିମିତ ଏକ ଜମି।
> ix) କିଟପଦର ଠାରେ ଖାତା ନଂ-୪୦, ପ୍ଲଟ୍ ନଂ-୧୭୧, ୧୭୨ ଏବଂ ୧୭୩ ବିଶିଷ୍ଟ ୨ ଏକର ୧୨ ଡେସିମିଲ୍ ପରିମିତ ଏକ ଜମି।
> x) କିଟପଦର ଠାରେ ଖାତା ନଂ-୬୪, ପ୍ଲଟ୍ ନଂ-୧୭୭ ବିଶିଷ୍ଟ ୧ ଏକର ୮୦ ଡେସିମିଲ୍ ପରିମିତ ଏକ ଜମି।
> xi) କଳାହାଣ୍ଡି ଜିଲ୍ଲା ଦ୍ୱାରଶୁଣୀ ଠାରେ ଖାତା ନଂ-୯୫, ପ୍ଲଟ୍ ନଂ-୬୬ ବିଶିଷ୍ଟ ୧ ଏକର ୮୦ ଡେସିମିଲ୍ ପରିମିତ ଏକ ଜମି।
> xii) ଦ୍ୱାରଶୁଣୀ ଠାରେ ଖାତା ନଂ-୨୦୧/୨୩୨, ପ୍ଲଟ୍ ନଂ-୯୬, ୯୭, ୯୮, ୯୯ ଏବଂ ୧୦୦, ୮୭/୧୧୫୭, ୧୦୧/୧୩୮୦ ବିଶିଷ୍ଟ ୨୦ ଏକର ୯ ଡେସିମିଲ୍ ପରିମିତ ଏକ ଜମି।
> xiii) ଦ୍ୱାରଶୁଣୀ ଠାରେ ଖାତା ନଂ-୨୦, ପ୍ଲଟ୍ ନଂ-୪୦୫ ବିଶିଷ୍ଟ ୦.୦୮ ଡେସିମିଲ୍ ପରିମିତ ଏକ ଜମି।

ଭିଜିଲାନ୍ସର ବୈଷୟିକ ଟିମ୍ (Technical Wing) ଦ୍ୱାରା ଉପରୋକ୍ତ କୋଠା, ଫାର୍ମ ହାଉସ୍, ମାର୍କେଟ କମ୍ପ୍ଲେକ୍ସ ଏବଂ ପ୍ଲଟଗୁଡ଼ିକର ମାପଚୁପ ଏବଂ ମୂଲ୍ୟ ନିର୍ଦ୍ଧାରଣ କାର୍ଯ୍ୟ କରାଯାଉଛି।
୮. ବ୍ୟାଙ୍କ, ଡାକଘର ଜମା ଏବଂ ଅନ୍ୟାନ୍ୟ ଆର୍ଥିକ ପ୍ରତିଷ୍ଠାନରେ ହୋଇଥିବା ବିନିଯୋଗର ଆକଳନ କରାଯାଉଛି।
୯. ୧ଟି ଚାରିଚକିଆ ଯାନ (ହୁଣ୍ଡାଇ କ୍ରେଟା)।
ଚଢ଼ାଉ ଜାରି ରହିଛି। ଆଗକୁ ଅଧିକ ସୂଚନା ପ୍ରଦାନ କରାଯିବ।
ସହକାରୀ ଯନ୍ତ୍ରୀ ଙ୍କ ଏହି “ଅଜ୍ଞାତ ଆୟ ଓ ସମ୍ପତ୍ତି”ର ପରିମାଣ କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଏହି ଚଢ଼ଉ ବିଭାଗ ମଧ୍ୟରେ କମ୍ପନ ସୃଷ୍ଟି କରିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed