ଭିନ୍ନକ୍ଷମ ବିଦ୍ୟାଳୟରେ ସିଏସଆର କାର୍ଯ୍ୟକ୍ରମ ଅନୁଷ୍ଠିତ
ସୁବର୍ଣ୍ଣପୁର— ଭିନ୍ନକ୍ଷମ ବିହାର କଳାପଥର ସ୍ଥିତ ଜିଲ୍ଲା ଭିନ୍ନକ୍ଷମ କଲ୍ୟାଣ ବିଦ୍ୟାଳୟରେ ସିଏସଆର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟିପିଡବ୍ଲୁଓଡିଏଲ ସୋନପୁର ଶାଖା ସିଏସଆର ସଂଯୋଜକ ପ୍ରଶାନ୍ତ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତ କର୍ମକର୍ତ୍ତା ଓ ଅଭିଭାବକ ଅଭିଭାବିକା ଙ୍କ ଗହଣରେ ଟାଟା ପାୱାର ପକ୍ଷରୁ ଏହି ସିଏସଆର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଟିପିଡବ୍ଲୁଓଡିଏଲ ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ସାହୁ, ଆଞ୍ଚଳିକ ସିଏସଆର ଟି ଏମ ଅରୁଣିମା ମାରାଣ୍ଡି, ଟିପିଡବ୍ଲୂଓଡିଏଲ ର ସୋନପୁର ଶାଖାର କନିଷ୍ଠ ଯନ୍ତ୍ରୀ ସଞ୍ଜିବ ସାହା ଏବଂ ଟିପିଡବ୍ଲୁଓଡିଏଲର ଏସଇବିଏଚଆର ବିଶ୍ବଜିତ ମହାପାତ୍ର ତଥା କ୍ରମେ ମୂଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଯୋଗଦାନ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ ।

ବିଦ୍ୟାଳୟର ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ପ୍ରାରମ୍ଭିକ ସଙ୍ଗୀତର ମଧୁର ମୂର୍ଚ୍ଛନାରେ ସ୍ଵାଗତ ତଥା ଅଭିନନ୍ଦନ ଜଣାଇଥିଲେ । ଜିଲ୍ଲା ସିଏସଆର କୋଡିନେଟର ପ୍ରଶାନ୍ତ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ସମ୍ପାଦକ ତଥା ଅଧ୍ୟକ୍ଷ ଉତ୍ତମ ଚରଣ ଦେହୁରୀ ସଭା ପରିଚାଳନା କରିଥିଲେ । ମୂଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ସରକାରୀ ସୁବିଧା ସୁଯୋଗ ସହିତ ଟାଟା ପାୱାର ସିଏସଆର କାର୍ଯ୍ୟକ୍ରମ ମାଧ୍ୟମରେ ସହଯୋଗ ର ହାତ ବଢ଼ାଇ ସମାଜରେ ପ୍ରତିଷ୍ଠିତ ନାଗରିକ ଭାବେ ଗଢ଼ିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ପରେପରେ ସୁବର୍ଣ୍ଣପୁର ସିଏସଆର ତରଫରୁ ବିଦ୍ୟାଳୟ ପରିସର ମଧ୍ୟରେ ବନମହୋତ୍ସବ ପାଳନ ପୂର୍ବକ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ସମସ୍ତ କର୍ମଚାରୀ ତଥା ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଏକ ହାରମୋନିୟମ ପ୍ରଦାନ କରିବା ସଙ୍ଗେ ସଙ୍ଗେ ମିଷ୍ଟାନ୍ନ ବଣ୍ଟନ କରଯାଇଥିଲା l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
