ଭେଡେନ ବ୍ଳକ ର ଉନ୍ନୟନ କାମ କାଗଜରେ ଯନ୍ତ୍ରୀ,ମଇଦାନରେ ନେତା ।
ଭେଡେନ ବ୍ଳକ ର ଉନ୍ନୟନ କାମ କାଗଜରେ ଯନ୍ତ୍ରୀ,ମଇଦାନରେ ନେତା । ବରଗଡ଼ ଜିଲ୍ଲାର ଭେଡେନ ବ୍ଳକ ରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କୁ ନେଇ ଏବେ ଅଭିଯୋଗ ର ପାହାଡ, କେଉଁଠି ରାସ୍ତା, କେଉଁଠି ଡ୍ରେନ , କେଉଁଠି ଅନ୍ୟାନ୍ୟ ନିର୍ମାଣ କର-ସରକରୀ ରେକର୍ଡ ରେ ସବୁ କିଛି ନିୟମ ଅନୁସାରେ ଚାଲୁଥିବା ଭଳି ଦେଖାଯାଉଛି , କିନ୍ତୁ ମଇଦାନକୁ ଗଲେ ଚିତ୍ର କଣ ଅଲଗା ?ଏହି ପ୍ରଶ୍ନ ଏବେ ଅଞ୍ଚଳବାସୀ ଙ୍କ ମନରେ ସ୍ଥାନୀୟ ଅଭିଯୋଗ ଅନୁସାରେ ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ୟ କାଗଜପତ୍ର ରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ କିମ୍ବା ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ନାମରେ ଚାଲୁଥିବା ବେଳେ ବାସ୍ତବରେ କାମ କିଏ କରୁଛି, ତାହାକୁ ନେଇ ସନ୍ଦେହ ପ୍ରକାଶ ପାଉଛି, ଆହୁରି ଅଭିଯୋଗ ହେଉଛି ଯେ କେତେକ ସ୍ଥାନରେ ରାଜନୈତିକ ଭାବେ ପ୍ରଭାବଶାଳୀ ବ୍ୟକ୍ତିମାନେ କାର୍ଯ୍ୟ ରେ ହସ୍ତକ୍ଷେପ କରୁଛନ୍ତି । ଏଠି ତ ଗୋଟିଏ ବ୍ୟଙ୍ଗତ୍ମକ ପ୍ରଶ୍ନ ଉଠେ -କାଗଜରେ ଯଦି ଯନ୍ତ୍ରୀ କାମ କରୁଛନ୍ତି ।

ମଇଦାନରେ ନେତା ଙ୍କ ଭୂମିକା କେଉଁଠି ଆସିଲା? ଏହାର ଉତ୍ତର ଯଦି ସରକରୀ ତଦନ୍ତ ରେ ମିଳେ, ତେବେ ଅନେକ ଅସ୍ପଷ୍ଟତା ଦୂର ହୋଇପାରେ , ସ୍ଥାନୀୟ ଲୋକଙ୍କ ଅଭିଯୋଗ ଆହୁରି ଗୁରୁତର, ସେମାନଙ୍କ କହିବା ଅନୁସାରେ, କେତେକ ଉନ୍ନୟନ କାମରେ ଗୁଣବତ୍ତା କୁ ଅବହେଳା କରାଯାଉଛି ନିର୍ମାଣ କାମ ସରିବାର କିଛି ସମୟ ପରେ ମରାମତି ର ଆବଶ୍ୟକତା ଦେଖାଦେଉଥିବା ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ଯଦି ଅଭିଯୋଗ ସତ, ତେବେ ଜନସାଧାରଣ ଙ୍କ ଟଙ୍କା ରେ ହେଉଥିବା କାମର ଏଭଳି ଅବସ୍ଥା କାହିଁକି ?”ପିସି”ଦିଆନିଆ କୁ ନେଇ ମଧ୍ୟ ଅଭିଯୋଗ ଶୁଣିବାକୁ ମିଳଛି । ତେବେ ଏହି ଅଭିଯୋଗ ର ସତ୍ୟତା କେବଳ ଆଲୋଚନା ରେ ନୁହେଁ,ସ୍ବଛ ଓ ନିରପେକ୍ଷ ତଦନ୍ତ ପ୍ରମାଣିତ ହେବା ଆବଶ୍ୟକ,କାରଣ ଅଭିଯୋଗ ଆଧାରରେ କାହାକୁ ଦୋଷୀ କହିବା ମଧ୍ୟ ଠିକ୍ ନୁହେଁ ।ତେଣୁ ଏବେ ନଜର ଭିଜିଲାନ୍ସ ଓ ସଂପୃକ୍ତ ପ୍ରଶାସନ ଉପରେ। ଭେଡେନ ବ୍ଳକ ରେ ଚାଳୁଥିବା ଉନ୍ନୟନ କାମର ଗୁଣବତ୍ତା, କାର୍ଯ୍ୟାଦେଶ,ବିଲ,ମାପ ବହି, ଓ ଅନ୍ୟାନ୍ୟ ରେକର୍ଡ ଯାଞ୍ଚ କରାଗଲେ ପ୍ରକୃତ ଚିତ୍ର ସାମ୍ନାକୁ ଆସିପାରେ ସରକାରୀ ଟଙ୍କା ଜନତାଙ୍କ ର, ତେଣୁ କାଗଜ ଉନ୍ନୟନ ନୁହେଁ,ମଇଦାନରେ ଉନ୍ନୟନ ଦେଖିବାକୁ ଲୋକଙ୍କ ଅଧିକାରୀ, ଅଭିଯୋଗ ର ସତ୍ୟତା ଯାହା ହେଉ,ତାହାର ନିରପେକ୍ଷ ତଦନ୍ତ ହିଁ ଏବେ ସବୁଠାରୁ ବଡ଼ ଆବଶ୍ୟକତା ।
