May 14, 2026
Home » ମନ୍ଦିର ର ପାଣି ମୋଟର ଚୋରି : ପୋଲିସ ର ତୁରନ୍ତ ପଦକ୍ଷେପ ଯୋଗୁଁ ଉଦ୍ଧାର ହେଲା ମୋଟର

ମନ୍ଦିର ର ପାଣି ମୋଟର ଚୋରି : ପୋଲିସ ର ତୁରନ୍ତ ପଦକ୍ଷେପ ଯୋଗୁଁ ଉଦ୍ଧାର ହେଲା ମୋଟର

0
WhatsApp Image 2026-05-12 at 12.22.58 PM

ସୁବର୍ଣ୍ଣପୁର — ସୋମବାର ଦିନ ସୁବର୍ଣ୍ଣପୁର ର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ଵରୀ ଗଙ୍ଗା କୁ ସାତ ବନ୍ଧ ରୁ ପାଣି ଆସୁଥିବା 3HP ମୋଟର ଚୋରି ହୋଇଥିଲା l ଦେବୋତ୍ତର କମିଟି ସଦସ୍ୟ ବୈକୁଣ୍ଠ ଶତପଥୀ ଙ୍କ ଅଭିଯୋଗ କ୍ରମେ ସୋନପୁର ଥାନା ଅଧିକାରୀ ଶ୍ରୀ ଯାଦବ ବାଗ ଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ମା ସୁରେଶ୍ଵରୀ ମନ୍ଦିର ର ଏହି ମୂଲ୍ୟବାନ ମୋଟର କୁ ଉଦ୍ଧାର କରାଯାଇଥିବା ସୁଚନା ମିଳିଛି l ଥାନା ଅଧିକାରୀ ଯାଦବ ବାଗ ଙ୍କ ନିର୍ଦ୍ଦେଶ କ୍ରମେ ଏ ଏସ ଆଇ ଗୋବର୍ଦ୍ଧନ ନାଏକ ଙ୍କ ନେତୃତ୍ୱ ରେ ଏକ ଦଶ ଜଣିଆ ପୋଲିସ ଟିମ୍ ଆଜି ପ୍ରଚଣ୍ଡ ଖରା ରେ ଅପରାହ୍ନ ୩ ଘଣ୍ଟା ରୁ ୫ ଟା ଯାଏ ଏହି ସାତ ବନ୍ଧ ଚାରି ପାଖ ଅଞ୍ଚଳ ରେ ଛାନ୍ ଭିନ କରି ମୋଟରଟିକୁ ଉଦ୍ଧାର କରିବାରେ ସଫଳ ହୋଇଥିବା ସୁଚନା ମିଳିଛି l

ସନ୍ଧିଗ୍ଧ ବ୍ୟକ୍ତି ମାନଂକୁ ପଚରା ଉଚରା କରି ଚୋର ଧରିବାକୁ ଉଦ୍ୟମ ଜାରି ରହିଥିବା ବିଷୟ ଦେବୋତ୍ତର କମିଟି ଓ ସୋନପୁର ପୋଲିସ ପକ୍ଷରୁ ସୂଚନା ମିଳିଛି l ପ୍ରକାଶ ଥାଉ କି ଯେ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଙ୍କ ସହଯୋଗ ରେ ମା ସୁରେଶ୍ଵରୀ ଗଙ୍ଗା କୁ ମତ୍ସ୍ୟ ବିଭାଗ ର ସାତ ବନ୍ଧ ରୁ କିଛି ଦିନ ପୁର୍ବରୁ ପାଣି ଯୋଗାଉ ଥିବା ସୁଚନା ମିଳିଛି l ଆଗାମୀ ଦିନ ରେ ସହର ର ମନ୍ଦିର ମାନଙ୍କ ରେ ହେଉ କିମ୍ବା କୌଣସି ଜାଗାରୁ ଚୋରି ହେଉ ଜିଲ୍ଲା ପୋଲିସ୍ ପକ୍ଷରୁ ଅପରାଧୀ ଙ୍କ ବିରୋଧ ରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ପୋଲିସ ସହର ରେ ପେଟ୍ରୋଲିଙ୍ଗ ବ୍ୟବସ୍ଥା କୁ କଡ଼ା କଡି କରା ଯାଇଥିବା ବିଷୟ ଶ୍ରୀ ବାଗ ମିଡିଆ କୁ ସୁଚନା ଦେଇଛନ୍ତି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *