August 27, 2025
Home » “ମରଣଯନ୍ତା ପାଲଟିଛି ରାସ୍ତା , ମରାମତି ଦାବୀରେ ଭେଡେନ

“ମରଣଯନ୍ତା ପାଲଟିଛି ରାସ୍ତା , ମରାମତି ଦାବୀରେ ଭେଡେନ

0
WhatsApp Image 2025-08-23 at 8.31.52 PM

ଭେଡେନ ବ୍ଳକ ଅନ୍ତର୍ଗତ ଜାଣ୍ଡୋଲ ଠାରୁ ଧୂବେନପାଲି ରାସ୍ତା ରେ ଛୋଟ, ବଡ଼ ଖାଲ ସୃଷ୍ଟି ହୋଇ ବିପଦ ସଂକୃଲ ଅବସ୍ଥା ରେ ପଡ଼ିଛି ।ଗତକିଛି ମାସ ପୂର୍ବରୁ ଗଣମାଧ୍ୟମ ତଥା ସାମାୟିକ ଗଣମାଧ୍ୟମ ରେ ପ୍ରକାଶ ପାଇବା ପରେ ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଁ ଖାଲ ମାନଙ୍କ ରେ ପଥର ଗୁଣ୍ଡ ପକାଇ ସମାନ କରାଯାଇଥିଲା । କିନ୍ତୁ କିଛି ଦିନ ପରେ ତାହା ଉଡ଼ିଯାଇ ପୁଣି ବଡ଼ ଛୋଟ ଖାଲ ରେ ପରିଣତ ହେଲା । ଏହି ରାସ୍ତା ଟି ବ୍ୟସ୍ତବହୁଳ ଅଟେ । ପ୍ରତିଦିନ ଶହଶହ ଲୋକ ଯାତାୟତ କରନ୍ତି । ଶହଶହ କର୍ମଚାରୀ ଏହି ରାସ୍ତା ରେ ଭେଡେନ କୁ ଆସିଥାନ୍ତି । ସ୍କୁଲ, କଲେଜ ର ଛାତ୍ରଛାତ୍ରୀ ମାନେ ସାଇକେଲ ରେ ପାଠପଢିବାକୁ ଆସିଲା ବେଳ ଦୁର୍ଘଟଣା ର ଶିକାର ହେଉଛନ୍ତି । ଜାଣ୍ଡୋଲ ପାଖରେ ରାସ୍ତା ଉପରେ ଅଳିଆ ଅବର୍ଜନ ପାଉଥିବାରୁ ରାସ୍ତା ଟି ସକିଣ୍ଣ ହୋଇଯାଇଛି। ପୁଣି ରାସ୍ତା କଡ଼ରେ କେନାଲ ଥିବା ରୁ ଲୋକେ ଦୁର୍ଘଟଣା ର ଶିକାର ହେଉଛନ୍ତି । ବରପାଲି ବ୍ଳକ ବଲିଟିକ୍ରା କୁ ରାସ୍ତା ସଂଯୋଗ ହୋଇଥିବା ବେଳେ ବଲିଟିକ୍ରା ରୁ ଅଇଁଳାପାଲି ପର୍ଯ୍ୟନ୍ତ ରାସ୍ତା ପୂର୍ତ୍ତ ବିଭାଗ ଡବଲ ରାସ୍ତା ନିର୍ମାଣ କରିଥିବାବେଳେ ମାତ୍ର ୮କିମି ରାସ୍ତା ଅଇଁଲାପାଲି ରୁ ଜାଣ୍ଡୋଲ ରାସ୍ତା ନିର୍ମାଣ ଦାବି ରହିଯାଇଛି ।ଦୁଇ ବର୍ଷ ହେଲା ରାସ୍ତା ମରାମତି ହେଉନଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି । ଶିଘ୍ର ରାସ୍ତା ମରାମତି ତଥା ପୁନଃ ନିର୍ମାଣ ପାଇଁ ପୃର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ବ୍ଳକ ବିଜେଡି ସଭାପତି ହରିଶଙ୍କର ବେହେରା କରିଛନ୍ତି ।

ବରଗଡ଼ ଜିଲ୍ଲା ଭେଡେନ ବ୍ଳକ ଇପିଏ ରୁ କ୍ଷମାନିଧି ବଣ୍ଡୁକି ଙ୍କ ରିପୋର୍ଟ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନସୀ)

Leave a Reply

Your email address will not be published. Required fields are marked *