September 21, 2026
Home » ମହାଡ଼ମ୍ବରରେ ଜିଲ୍ଲାସ୍ତରୀୟ ‘ସ୍ପାର୍କ ୨୦୨୬’ କାର୍ଯ୍ୟକ୍ରମ

ମହାଡ଼ମ୍ବରରେ ଜିଲ୍ଲାସ୍ତରୀୟ ‘ସ୍ପାର୍କ ୨୦୨୬’ କାର୍ଯ୍ୟକ୍ରମ

0
WhatsApp Image 2026-09-20 at 4.03.23 PM

ପ୍ରତିଭାର ମହାମିଳନରେ ଉତ୍ସବମୁଖର ଓଏଭି ଏମ୍.ଗଣ୍ଡପାଲି

 

ବରଗଡ଼/ବିଜେପୁର : ବରଗଡ଼ ଜିଲ୍ଲାର ଏମ୍.ଗଣ୍ଡପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଉଲ୍ଲସିତ ମହାଡ଼ମ୍ବରରେ ଜିଲ୍ଲାସ୍ତରୀୟ ‘ସ୍ପାର୍କ ୨୦୨୬’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ଅନ୍ୱେଷଣ, ସୃଜନଶୀଳତାର ବିକାଶ ଏବଂ ବିଭିନ୍ନ କ୍ଷେତ୍ରରେ ନିଜ ଦକ୍ଷତା ପ୍ରଦର୍ଶନ ନିମିତ୍ତ ଊକ୍ତ ଉତ୍କୃଷ୍ଟ ମଞ୍ଚ କାର୍ଯକ୍ରମର ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ଆବାହକ ଜିଲ୍ଲା ଶିକ୍ଷାଧିକାରୀ ସରୋଜ କୁମାର ଭୁଏଙ୍କ ଉପସ୍ଥିତିରେ ମୁଖ୍ୟ ବକ୍ତା ଭାବେ ଅନୁଗୋଳ, ଆଠମଲ୍ଲିକ କଲେଜର ପ୍ରଧାନାଚାର୍ଯ୍ୟ ଡ.ତ୍ରିଲୋଚନ ପଧାନ, ଛାତ୍ର ଜୀବନରେ ପ୍ରତିଭା ବିକାଶ, ଅଧ୍ୟବସାୟ, ଶୃଙ୍ଖଳା ଓ ଆତ୍ମବିଶ୍ୱାସର ଗୁରୁତ୍ୱ ଉପରେ ଉଦ୍‌ବୋଧନ ଦେଇଥିଲେ ।

ଆୟୋଜନ ସଚିବ ସ୍ଥାନୀୟ ପ୍ରିନ୍ସିପାଲ୍ ତଥା ଓଏଭିଏସ୍ ବରଗଡ଼ର ନୋଡାଲ୍ ପ୍ରଧାନ ଶିକ୍ଷକ ମୁରାରୀ ପ୍ରସାଦ ସାହୁଙ୍କ ନେତୃତ୍ୱ ତଥା ତତ୍ତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଭାଭିତ୍ତିକ ଓ ସୃଜନଶୀଳ କାର୍ଯ୍ୟକ୍ରମରେ ନିଜ ନିଜର ଦକ୍ଷତା ଉତ୍କୃଷ୍ଟ ଦକ୍ଷତା ପ୍ରଦର୍ଶନ କରିଥିଲେ । ଶିକ୍ଷକ ଲିଙ୍ଗରାଜ ପଧାନ ଓ ଶିକ୍ଷୟିତ୍ରୀ ସୋନି ଲେଙ୍କାଙ୍କ ସଭା ପରିଚାଳନା ସୁନ୍ଦର ଉପସ୍ଥାପନା କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିଥିଲା । ଉଦ୍ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବରଗଡ଼ ଲୋକସଭା ସାଂସଦ ପ୍ରଦୀପ କୁମାର ପୁରୋହିତ, ସମ୍ମାନୀତ ଅତିଥି ଭାବେ ମାନ୍ୟବର ବିଜେପୁର ବିଧାୟକ ସନତ କୁମାର ଗଡତୀୟା, ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀ ବଲ୍ଲଭ ମେହେର ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ପ୍ରତିଭାର ପ୍ରଶଂସା କରିବା ସହିତ ଶିକ୍ଷା ଓ ସୃଜନଶୀଳ ଦକ୍ଷତାର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲାର ୧୨ ଗୋଟି ଓଏଭିରୁ ପ୍ରାୟ ୮୦୦ ଜଣ ପ୍ରତିଯୋଗୀ ଅଶଂ ଗ୍ରହଣ କରିଥିଲେ । ଶିକ୍ଷକ ଗୋପ ମହାନନ୍ଦଙ୍କ ପରିଚାଳନାରେ ବିଭିନ୍ନ କୃତୀ ପ୍ରତିଯୋଗୀଙ୍କୁ ପୁରଷ୍କୃତ କରାଯାଇଥିଲା ଯାହା ସେମାନଙ୍କ ଉତ୍ସାହକୁ ଦ୍ବିଗୁଣିତ କରିଥିଲା । କାର୍ଯ୍ୟକ୍ରମରେ ଓଏଭି ଏମ୍.ଗଣ୍ଡପାଲିର ଶିକ୍ଷକ/ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ସକ୍ରୀୟ ସହଯୋଗ କରିଥିଲେ । ସୂଚାରୁ ରୂପେ ସମାପିତ ଉକ୍ତ କାର୍ଯ୍ୟକ୍ରମର ଶେଷରେ ଉଦୟ ଶଙ୍କର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ,

Leave a Reply

Your email address will not be published. Required fields are marked *