February 5, 2025
Home » ମହାନଦୀରୁ ଉଧାର ମହିଳା ଛତିଶଗଡ ରାଜ୍ୟର

ମହାନଦୀରୁ ଉଧାର ମହିଳା ଛତିଶଗଡ ରାଜ୍ୟର

0

 

ଭୁବନେଶ୍ବର: ଜଣେ ମହିଳା ନିଜ ଜୀବନ ବଳରେ ଛତିଶଗଡରୁ ସୁଦୂର ୬୦ କିଲୋମିଟର ମହାନଦୀରେ ଭାସି ଭାସି ଆସି ଓଡିଶାରେ ଲାଗିଛନ୍ତି । ୬୦ କିଲୋ ମିଟର ଭାସିବା ପରେ କିଛି ମତ୍ସଜୀବି ତାଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ।
ତେବେ ମିଳିଥିବା ସୂଚନା ଅନୁଯାୟୀ, ଛତିଶଗଡର ପୁରଥର ସରୋଜିନୀ ରଣବୀର ନାମକ ଜଣେ ମହିଳା ମହାନଦୀରେ ପ୍ରାୟ ୬୦ କିଲୋମିଟର ଭାସି ଆସି, ଆଜି ସକାଳୁ ସକାଳୁ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପଲସଦା ଦେଇ ଯାଇଥିବା ମହାନଦୀ କୂଳରେ ଲାଗିଥିଲେ । ସେଠାକୁ ମାଛ ଧରି ଯାଇଥିବା କିଛି ମତ୍ସଜୀବିମାନେ ତାଙ୍କୁ ଦେଖିବା ପରେ ସେଠାରୁ ଉଦ୍ଧାର କରିଥିଲେ । ତେବେ ଉଦ୍ଧାର ସମୟରେ ତାଙ୍କ ଗୋଡରେ ଲୁହା କଡି ବନ୍ଧା ହୋଇଥିବା ଦେଖିବାକୁ ମିଳିଥିଲା । ତେବେ କେଉଁ ପରିସ୍ଥିତିରେ ସେ ଭାସିଆସିଥିବା ଜଣାପଡିନଥିଲେ ମଧ୍ୟ ତାଙ୍କର ମାନସିକ ଅବସ୍ଥା ଠିକ୍ ନଥିବା ଅନୁମାନ କରାଯାଉଛି । ତେବେ କହିରଖୁଛୁ, ଠିକ୍ ଏହିପରି ସମାନ ଘଟଣା ୪ ବର୍ଷ ତଳେ ଘଟିଥିଲା । ୨୦୨୦ ମସିହାରେ ସୋନି ଯାଦବ ନାମକ ଜଣେ ଯୁବତୀ ଛତିଶଗଡରୁ ମହାନଦୀରେ ଭାସି ଆସି ଓଡିଶା ସୀମାବର୍ତ୍ତୀ କୁସୁମେଲଠାରେ ଲାଗିଥିଲେ । ତେବେ ସେତେବେଳେ ତାଙ୍କୁ ଉଦ୍ଧାର କରାଯିବା ପରେ ତତ୍କାଳୀନ ବ୍ରଜରାଜନଗରର ବିଧାୟକ କିଶୋର ମହାନ୍ତି ତାଙ୍କୁ ଝିଅ ଭାବେ ଗ୍ରହଣ କରି ପରେ ତାଙ୍କର ବିବାହ ମଧ୍ୟ କରାଇଥିଲେ ।

 

ଇପିଏ ରୁ ବିରଞ୍ଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *