August 30, 2026
Home » ମହାନଦୀ ଧାରା ପକ୍ଷରୁ ‘ଭିଜୁଆଲ୍ ଆର୍ଟସ୍ ଓ ଡିଜାଇନ୍’ ଉପରେ କ୍ୟାରିୟର କାଉନ୍‌ସେଲିଂ ଅନୁଷ୍ଠିତ

ମହାନଦୀ ଧାରା ପକ୍ଷରୁ ‘ଭିଜୁଆଲ୍ ଆର୍ଟସ୍ ଓ ଡିଜାଇନ୍’ ଉପରେ କ୍ୟାରିୟର କାଉନ୍‌ସେଲିଂ ଅନୁଷ୍ଠିତ

0
WhatsApp Image 2026-08-30 at 5.09.06 PM (1)

ସୁବର୍ଣ୍ଣପୁର —ଯୁବପିଢ଼ି ମଧ୍ୟରେ ସୃଜନଶୀଳତାକୁ ପ୍ରୋତ୍ସାହନ ଦେବା ଏବଂ କଳା କ୍ଷେତ୍ରରେ ଉପଲବ୍ଧ ବିଭିନ୍ନ କ୍ୟାରିୟର ସୁଯୋଗ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ମହାନଦୀ ଧାରା ପକ୍ଷରୁ ଆଜି ‘କ୍ୟାରିୟର କାଉନ୍‌ସେଲିଂ ଅନ୍ ଭିଜୁଆଲ୍ ଆର୍ଟସ୍ ଆଣ୍ଡ ଡିଜାଇନ୍’ ଶୀର୍ଷକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଭିଜୁଆଲ୍ ଆର୍ଟସ୍, ଡିଜାଇନ୍, ଆର୍ଟ ଏଡୁକେସନ୍, ପ୍ରିଣ୍ଟମେକିଂ, କମିକ୍ସ ଇଲଷ୍ଟ୍ରେସନ୍ ଆଦି କ୍ଷେତ୍ରରେ ଥିବା ବିଭିନ୍ନ ଶିକ୍ଷାଗତ ଓ ବୃତ୍ତିଗତ ସୁଯୋଗ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିସହିତ ଏହି କ୍ଷେତ୍ରରେ ଆବଶ୍ୟକ ଦକ୍ଷତା, ଶିକ୍ଷାର ବିଭିନ୍ନ ପଥ ଏବଂ ଭବିଷ୍ୟତରେ କ୍ୟାରିୟର ଗଢ଼ିବାର ସମ୍ଭାବନା ଉପରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦିଆଯାଇଥିଲା।କାର୍ଯ୍ୟକ୍ରମରେ ଭିଜୁଆଲ୍ ଆର୍ଟସ୍ ପ୍ରାକ୍ଟିସନର୍, ଆର୍ଟ ଏଡୁକେଟର୍ ଏବଂ କମିକ୍ସ ଇଲଷ୍ଟ୍ରେଟର୍ ଅଂଶୁକା ମହାପାତ୍ର ମୁଖ୍ୟ ମାର୍ଗଦର୍ଶିକା ଭାବେ ଯୋଗଦେଇଥିଲେ। ସେ ଜାମିଆ ମିଲିଆ ଇସ୍ଲାମିଆ, ନୂଆଦିଲ୍ଲୀରୁ BFA (Art Education) ଏବଂ ୟୁନିଭର୍ସିଟି ଅଫ୍ ହାଇଦ୍ରାବାଦରୁ MFA (Printmaking) ଶିକ୍ଷା ଗ୍ରହଣ କରିଛନ୍ତି।ନିଜର ଅଭିଜ୍ଞତା ଓ ଶିକ୍ଷାଗତ ଜ୍ଞାନକୁ ଆଧାର କରି ଅଂଶୁକା ଛାତ୍ରଛାତ୍ରୀଙ୍କୁ ‘କଳା କେବଳ ଏକ ଶୌକ ନୁହେଁ, ଏହା ଏକ ସମ୍ଭାବନାମୟ କ୍ୟାରିୟର ମଧ୍ୟ ହୋଇପାରେ’ ବୋଲି ବିଭିନ୍ନ ଉଦାହରଣ ମାଧ୍ୟମରେ ବୁଝାଇଥିଲେ। ଏହା ସହିତ ଛାତ୍ରଛାତ୍ରୀଙ୍କ ପ୍ରଶ୍ନ ଓ କ୍ୟାରିୟର ସମ୍ପର୍କିତ ଦ୍ୱନ୍ଦ୍ୱର ଉତ୍ତର ଦେବା ପାଇଁ ଏକ ଇଣ୍ଟରଆକ୍ଟିଭ୍ Q&A ସେସନ୍ ମଧ୍ୟ ଅନୁଷ୍ଠିତ ହୋଇଥିଲା।
ମହାନଦୀ ଧାରାର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ପ୍ଲାବନ ମହାପାତ୍ର କହିଥିଲେ ଯେ, ଛାତ୍ରଛାତ୍ରୀମାନେ ଯେପରି ନିଜର ସୃଜନଶୀଳ ପ୍ରତିଭାକୁ ଚିହ୍ନଟ କରିବା ସହ ତାହାକୁ ଏକ ସଫଳ କ୍ୟାରିୟରରେ ପରିଣତ କରିପାରିବେ, ସେଥିପାଇଁ ଏଭଳି କାର୍ଯ୍ୟକ୍ରମ ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ।“ସୃଜନଶୀଳତାକୁ ଚିହ୍ନଟ କରିବା, ସଠିକ୍ ମାର୍ଗଦର୍ଶନ ପାଇବା ଏବଂ ନିଜ ସ୍ୱପ୍ନକୁ ଏକ ସାର୍ଥକ ଭବିଷ୍ୟତରେ ପରିଣତ କରିବା ଏହା ହିଁ ମହାନଦୀ ଧାରାର ଲକ୍ଷ୍ୟ,” ବୋଲି ସେ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମଟି ଛାତ୍ରଛାତ୍ରୀ ଓ କଳାପ୍ରେମୀମାନଙ୍କ ପାଇଁ ନୂତନ ସୃଜନଶୀଳ ସମ୍ଭାବନା ଆବିଷ୍କାର, ଶିଖିବା ଓ ନିଜ ଭବିଷ୍ୟତ ଗଢ଼ିବାର ଏକ ଉପଯୋଗୀ ମଞ୍ଚ ପ୍ରଦାନ କରିଥିଲା।

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *