August 23, 2026
Home »  ମହାନ ସାହିତ୍ୟ ସୃଷ୍ଟି ପାଇଁ ମହାନ ଭାଷା ଜରୁରୀ ନୁହେଁ

 ମହାନ ସାହିତ୍ୟ ସୃଷ୍ଟି ପାଇଁ ମହାନ ଭାଷା ଜରୁରୀ ନୁହେଁ

0
WhatsApp Image 2026-08-03 at 1.37.19 PM

 

ଭେଡେନରେ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ ପାଳିତ

ବରଗଡ/ଭେଡେନ : ପ୍ରତ୍ୟେକ ଅଞ୍ଚଳର ଲୋକଙ୍କ ଭାଷା ଓ ସଂସ୍କୃତିର ସ୍ବାତନ୍ତ୍ର୍ୟ ଏବଂ ଗୁରୁତ୍ୱ ରହିଛି । ଯେ କୌଣସି ଭାଷାରେ ଉଚ୍ଚାଙ୍ଗ ସାହିତ୍ୟ ସୃଷ୍ଟି ହୋଇପାରିବ, ଯେପରି ପୈଶାଚି, ମୈଥିଲି, ଅବଧି ଭଳି ଭାଷାରେ ରଚିତ ହଜାର ବର୍ଷ ପୂର୍ବର ଆମର ପ୍ରାଚୀନ ସାହିତ୍ୟକୁ ଦୃଷ୍ଟାନ୍ତ ଆକାରରେ ନିଆଯାଇପାରେ । ତେଣୁ ସମଗ୍ର ପଶ୍ଚିମ ଓଡ଼ିଶାର ଜନ ଜୀବନର ଭାଷା ଓ ସଂସ୍କୃତି ସମ୍ବଲପୁରୀ ହୋଇଥିବାରୁ ଏହାକୁ ସ୍ୱୀକାର କରିନେବାରେ କୌଣସି ବାଧକ ନ ରହିବା ଉଚିତ ହେବ । ଏପରି ବାର୍ତ୍ତା ପ୍ରତିଫଳିତ ହୋଇଛି ଭେଡେନ ସିଦ୍ଧେଶ୍ବର ବାବା ମନ୍ଦିର ପରିସରରେ ଆୟୋଜିତ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ ପାଳନ ଅବସରରେ ।

ମନୋହର ସାଂସ୍କୃତିକ ସଂସଦ ଓ ଶ୍ରୀଧର ସାହିତ୍ୟ ସଂସଦର ମିଳିତ ଆୟୋଜନରେ ଅନୁଷ୍ଠିତ ଉକ୍ତ ଉତ୍ସବ ପ୍ରାରମ୍ଭରୁ ବଜା-ଗଜା ସହିତ ଏକ ସାଂସ୍କୃତିକ ଶୋଭାଯାତ୍ରା ସ୍ଥାନୀୟ ସିଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣରୁ ବାହାରି ନଗର ପରିକ୍ରମା ପୂର୍ବକ ସମଲେଇ ମନ୍ଦିରକୁ ଯାଇ ମାଆଙ୍କୁ ବରଣ କରାଯାଇଥିଲା । ଏହା ପରେ ନାଟ୍ୟକାର କେଶରଞ୍ଜନ ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ.ନୃପରାଜ ସାହୁ, ସ୍ୱତନ୍ତ୍ର ଅତିଥି ଭାବେ ପଦ୍ମଶ୍ରୀ ହଲଧର ନାଗ ଓ ପଦ୍ମଶ୍ରୀ ଭାଗବତ ପ୍ରଧାନ ଉପସ୍ଥିତ ଥିଲେ । ମନୋହର ସାଂସ୍କୃତିକ ସଂସଦର ସଭାପତି ଉତ୍ପନ୍ନ କୁମାର ଭୋଇଙ୍କ ସଭା ପରିଚାଳନା, କବି ଗୌରାଚରଣ ପ୍ରଧାନ ଉଦ୍ଦେଶ୍ୟ ଜ୍ଞାପନ ଓ ସଂଗଠକ ଲଳିତ କୁମାର ସାହୁ ସ୍ୱାଗତ ବକ୍ତବ୍ୟ ପରେ କାର୍ଯ୍ୟକ୍ରମ ଆଗେଇ ଚାଲିଥିଲା l କବି ରଞ୍ଜିତ ପ୍ରଧାନ ପ୍ରାରମ୍ଭିକ ସଂଗୀତ ଗାୟନ ଓ କଥାକାର ତେଜରୁ ବାରିକ ଅତିଥି ପରିଚୟ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମରେ ଗୁରୁ ସତ୍ୟନାରାୟଣ ବହିଦାର ଓ ଗୁରୁ ଶ୍ରୀଧର ପ୍ରଧାନଙ୍କ ଜୟନ୍ତୀ ପାଳନ ଅବସରରେ ପାଳନ କରାଯାଉଥିବା ସମ୍ବଲପୁରୀ ଦିନର ମହତ୍ତ୍ୱ ଉପରେ ସୂଚନା ଦେବା ସହ ଭାଷା ଆନ୍ଦୋଳନର ମୂଳଦୁଆ ପକେଇଥିବା ଉକ୍ତ ପ୍ରତିଭା ଦ୍ବୟଙ୍କ ଜୀବନାଦର୍ଶ ଓ ସାରସ୍ୱତ ସମ୍ଭାର ଉପରେ ବିଶେଷ ଆଲୋଚନା କରାଯାଇଥିଲା । ଅନ୍ୟ ବର୍ଷ ଭଳି ଚଳିତ ୨୦୨୬ ବର୍ଷ ପାଇଁ ବିଭିନ୍ନ ପ୍ରତିଭାଙ୍କୁ ସମ୍ମାନୀତ କରାଯାଇଥିବା ବେଳେ ପ୍ରକୃତି ବନ୍ଧୁ ରାମଚନ୍ଦ୍ର ସାହୁ ବରଗଡ଼ଙ୍କୁ ଶ୍ରୀଧର ଶିକ୍ଷା ସମ୍ମାନ, କବି କ୍ଷୀରୋଦ କୁମାର କୂଅଁର ଝାରସୁଗୁଡାଙ୍କୁ ଶ୍ରୀଧର ସାହିତ୍ୟ ସାହିତ୍ୟ ସମ୍ମାନ, ଶ୍ରୀଧର ସଂସ୍କୃତି ସମ୍ମାନ ନିସାର ଅହମ୍ମଦ ନିସାର ବଲାଙ୍ଗୀରଙ୍କୁ ଶ୍ରୀଧର ସଂସ୍କୃତି ସମ୍ମାନ ଓ ଚିତ୍ରକାର ମନୋଜ କୁମାର ଚୌଧୁରୀ ସମ୍ବଲପୁରଙ୍କୁ ଶ୍ରୀଧର କଳା ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଏହା ସହିତ ତିନି ଜଣ ପ୍ରଖ୍ୟାତ ସ୍ରଷ୍ଟା ପଦ୍ମଶ୍ରୀ ହଲଧର ନାଗଙ୍କ କାବ୍ୟ “ରାମାୟଣର ଛେଦଲି କାଣ୍ଡ”, କଥାକାର ପ୍ରଫେସର ଡ.ଗୋବର୍ଦ୍ଧନ ସାହୁଙ୍କ ଭ୍ରମଣ କାହାଣୀ “ପୂର୍ବ ଦିଗବଲୟର୍ ଆର ଫାଲେଁ; ଏବଂ ନାଟ୍ୟକାର ସରୋଜ କୁମାର ଦାଶଙ୍କ ନାଟକ “ଚୋର୍” ଅତିଥିଗଣଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା । ଦିଲ୍ଲୀପ କୁମାର ଦେବତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ବିତୀୟ ଅଧିବେଶନ କବି ସମ୍ମିଳନୀରେ ଅତିଥି ଭାବେ କଥାକାର ନରେନ୍ଦ୍ର ମହାନ୍ତି, ନାଟ୍ୟକାର ମୋହନ ସିଂ କହ୍ନେଇ, ଅଧ୍ୟାପକ ସୁକୁମାର ଭୋଇ, କ୍ରାନ୍ତିକବି ହରିଲାଲ ସାହୁ, ବ୍ୟଙ୍ଗକବି ଅଧିକାରୀ ସା, ସଂସ୍କୃତି କବି ରାମପ୍ରସାଦ ବାଗ ଓ ମାନୀକବି ମନୋରଞ୍ଜନ ଲୁହା, ସଂଗଠକ ରୁଦ୍ରନାରାୟଣ ସାହୁ ଓ ନିମାଇଁ ପଧାନ ଉପସ୍ଥିତ ଥିଲେ l ପ୍ରଥମେ ସଙ୍ଗୀତଜ୍ଞ ଗୁରୁଦେବ ତ୍ରିପାଠୀଙ୍କ ନିର୍ଦ୍ଦେଶନାରେ କଣ୍ଠଶିଳ୍ପୀ ନମ୍ରତା, ନିକିତା, ଅମୃତା ଓ ସୁଚିସ୍ମିତା ଆବାହନୀ ସଂଗୀତ ପରିବେଷଣ କରିଥିଲେ ।

 

ସମସ୍ତ ଅତିଥି କବିଙ୍କ ସମେତ କବି ଈଶ୍ୱର ମେହେର, ଦୁର୍ବାଦଳ ମେହେର, ଅହଲ୍ୟା ପ୍ରଧାନ, ସୁଷମା ମଞ୍ଜରୀ ଦାଶ, ରୁବି ମେହେର, ଗଣେଶ ପ୍ରଧାନ, ଲଳିତ ବାରିକ, ଅଶ୍ୱିନୀ ସାହୁ, ଯଦୁମଣି ପଟେଲ, ମକରଧ୍ୱଜ ସାହୁ, ଯୁବରାଜ ଦୀପ, ସୁଶାନ୍ତ ଭୁସାଗର, ମାନସ ଦାଶ, ଯୁଗେଶ୍ୱର ତାଣ୍ଡି, ଜଗନ୍ନାଥ କୁମ୍ଭାର, ଲକ୍ଷ୍ମଣ ମଲ୍ଲିକ, ସଦାନନ୍ଦ ମେହେର, ଦିଲେଶ ମେହେର, ଦିଲୀପ ସାହୁ, ନାଗୁରୁ ଭୋଇ, ଧନେଶ୍ୱର ଭୁଏ, ମାଲଖୁଲୁ ହରିପାଲ, ପୁଢୁ ଭୁଏ, ଅସିତ ମେହେର, ମନବୋଧ ମାଝୀ, ସୁଦାମ ଠେଠୁଆର, ଫଣିନ୍ଦ୍ର ଠେଲା, ନିରଞ୍ଜନ ଥପା, ସୁଦାମ ମେହେର, ଶଙ୍ଖା ଅଦାବର, ସ୍ପନ୍ଦନ ପଣ୍ଡା ପ୍ରମୁଖ ଭାବଗର୍ଭକ କବିତା ଆବୃତ୍ତି କରି ଶ୍ରୋତାଙ୍କୁ ବିମୋହିତ କରିଥିଲେ । ସଂଯୋଜକ ଭାବେ ଡ.ସଂଗୀତା ପଣ୍ଡା ଷଡ଼ଙ୍ଗୀ ଓ ଡ.ନାରାୟଣ ଭୋଇ ଏବଂ ସମୀକ୍ଷକ ଭାବେ ଅଧ୍ୟାପକ ରାମଚନ୍ଦ୍ର ସାହୁ ଉପସ୍ଥିତ ରହି ସଭାକୁ ସଫଳ କରାଇଥିଲେ l ଉକ୍ତ କବିତା ପାଠୋତ୍ସବ ମଧ୍ୟରେ ସମ୍ବଲପୁରୀ ସାହିତ୍ୟ ପରିଷଦ ଦ୍ୱାରା ନିୟମିତ ଭାବେ ଆୟୋଜିତ ହେଉଥିବା “ଫି ମାସ ଗୁଟେ ଦିନ, ସାହିତ୍ୟ ଭିତରେଁ ହେମା ଲିନ” କାର୍ଯ୍ୟକ୍ରମକୁ ସାମିଲ କରାଯାଇଥିଲା । ଏହି ଅବସରରେ ଉପସ୍ଥିତ ଥିବା ସାହିତ୍ୟ ସ୍ରଷ୍ଟା ଡ.ଗୋବର୍ଦ୍ଧନ ସାହୁ, ନମିତା ଦୀପ ଯାଦବ, ସୁଦାମ ଲୁହା, କୁମୁଦ ବାରିକ, ଅଧିକାରୀ ମେହେର ଓ ରାକେଶ ସାହୁଙ୍କ ଜନ୍ମଦିନ ପାଳନ ସହିତ ଉତ୍ତରୀୟ ଓ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା । ଉତ୍ସବର ସଫଳ ଆୟୋଜନରେ ସ୍ଥାନୀୟ ଅମୃତ କୁଟୁମର କାର୍ଯ୍ୟକର୍ତ୍ତା ଆନନ୍ଦ ସୁନା, ଘନଶ୍ୟାମ ଅଗ୍ରଓ୍ବାଲ, ମହେନ୍ଦ୍ର ସେଠ, ଗୋପୀ ମେହେର, ପ୍ରହଲ୍ଲାଦ ମେହେର, ଭୀଷ୍ମ ସିଂ ଛନ୍ଦ, ପୁଟୁ ଚିନ୍ଦ୍ରା, ନରେନ୍ଦ୍ର ଭୋଇ, ଶଶୀଭୁଷଣ ପାଣିଗ୍ରାହୀ, ଭୀମ ଦୁବସାଗର, ସୌମିତ୍ରୀ ପ୍ରଧାନ, ଯୁଗଳ ଷଡ଼ଙ୍ଗୀ, ସିକି ବଡ଼ପଣ୍ଡା, ଧନେଶ୍ୱର ସାହୁ ତଥା ନାଗରିକ କମିଟି କାର୍ଯ୍ୟକର୍ତ୍ତା ପ୍ରଭାତ ମିଶ୍ର, ମୁନା ମିଶ୍ର, ଦୀପକ ମେହେର, କିଶୋର ମେହେର, ଲିଙ୍ଗରାଜ ପ୍ରଧାନ ଓ ଅନ୍ୟ ସଦସ୍ୟଗଣ ସକ୍ରିୟ ସହଯୋଗ କରିଥିଲେ । ଶେଷରେ ବରିଷ୍ଠ ସଂଗଠକ ଉମେଶ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।
: ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.

Leave a Reply

Your email address will not be published. Required fields are marked *