June 12, 2025
Home » ମହାପ୍ରଭୁଙ୍କ ହାତୀବେଶ ବେଶ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ଯାୟରେ

ମହାପ୍ରଭୁଙ୍କ ହାତୀବେଶ ବେଶ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ଯାୟରେ

0
WhatsApp Image 2025-06-10 at 2.19.53 PM

ପୁରୀ: ଜୁନ ୧୧ ତାରିଖ ବୁଧବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଅଗଣିତ ଭକ୍ତମାନଙ୍କୁ ସ୍ନାନବେଦୀରେ ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ଗଜାନନ ବେଶ ପ୍ରସ୍ତୁତି ଶେଷ ପର୍ଯ୍ଯାୟରେ ପହଞ୍ଚିଛି । ବେଶ ପ୍ରସ୍ତୁତିରେ ସେବକ ନିମଗ୍ନ ଅଛନ୍ତି । ଦରଜି ସେବକଙ୍କ ଏଥିରେ ପ୍ରମୁଖ ଭୂମିକା ରହିଛି । ଚିତ୍ରକର ସେବକ ମଧ୍ଯ ବେଶ ପ୍ରସ୍ତୁତିରେ ସହଯୋଗ କରୁଛନ୍ତି । ରାଘବଦାସ ମଠ ପକ୍ଷରୁ ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ବେଶ ସାମଗ୍ରୀ ଯୋଗଇ ଦିଆଯାଇଛି । ଗୋପାଳତୀର୍ଥ ମଠ ପକ୍ଷରୁ ପ୍ରଭୁ ବଳଭଦ୍ରଙ୍କ ବେଶ ସାମଗ୍ରୀ ଯୋଗାଉ ଦିଆଯାଇଛି । ସ୍ନାନ ପୂର୍ଣ୍ଣିମା ଦିନ ଗୋପାଳତୀର୍ଥ ଓ ରାଘବଦାସ ଦାମ ମଠ ନିକଟରୁ ଏକ ଆଧ୍ୟାତ୍ମିକ ଶୋଭାଯାତ୍ରାରେ ଘଣ୍ଟ, ଘଣ୍ଟା କାହାଳୀ ମଧ୍ଯରେ ଶ୍ରୀମନ୍ଦିର ନିକଟକୁ ବେଶ ସାମଗ୍ରୀ ଅଣାଯିବ । ମହାପ୍ରଭୁ ରତ୍ନସିଂହାସନରେ ପହଣ୍ଡି ହୋଇ ସ୍ନାନ ବେଦୀରେ ବିରାଜମାନ କରିବେ । ୧୦୮ ଗଡୁ ଅଧବାସ ଜଳରେ ତିନିଠାକୁର ସ୍ନାନ କରିବେ । ସ୍ନାନ ପରେ ଗଜାନନ ବେଶ ଅନୁଷ୍ଠିତ ହେବ । ଏଥିପାଇଁ କାରିଗର ମାନେ ରାଘବଦାସ ମଠ ପରିସରରେ ବେଶ ନିର୍ମାଣ ପାଇଁ ବାଉଁଶ ବେତ, କନା,ଜରି, ଜମ୍ବୁରା, ସୋଲ କଦଳୀ ପାଟୁକା, ଲେସ ଓ କଇଁଥ ଅଠା ସାମଗ୍ରୀ ଆଦି ବ୍ଯବହାର କରୁଛନ୍ତି । ପ୍ରଥମେ ବାଉଁଶକୁ ସରୁ ସରୁ ପାତିଆ କାଟିବା ପରେ ଜମ୍ବୁରା ସୋଲ ଆଦିରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ହାତୀବେଶ ପ୍ରସ୍ତୁତି କରାଯାଉଛି । ବସନ୍ତ କୁମାର ରଣାଙ୍କ ନେତୃତ୍ବରେ ସତ୍ଯନାରାୟଣ ବେହେରା ସନ୍ତୋଷ କୁମାର ମିଶ୍ର, ରଘୁନାଥ ବେହେରା ଜରି ଓ ସୋଲ କାରିଗର ଭାବେ କାର୍ଯ୍ୟରତ ଥିବାବେଳେ ଦରଜି ସେବକ ଭାବେ ଲୋକନାଥ ମହାପାତ୍ର, କୃଷ୍ଣଚନ୍ଦ୍ର ମହାପାତ୍ର ଓ ବିଜୟ କୁମାର ମହାପାତ୍ର ଗଜାନନ ବେଶ ପ୍ରସ୍ତୁତିରେ କାର୍ଯ୍ୟରତ ଅଛନ୍ତି । ଚନ୍ଦ୍ର ସୂର୍ଯ୍ୟ, ଛାତି,କାନ,ଚିତା,ଯୋଡିହସ୍ତ,ଅଧର, ତୋରଣ,ଗଜଖୁମ୍ବ ନିର୍ମାଣ କରାଯିବ ସୁଭଦ୍ରାଙ୍କ ପାଇଁ ୨ଟି ତଡକି, ଜାଡୁଆସୀ, ତରାସ , ଛତି,ଚୂଳ,ଓ ଚିତା ଆଦି ବେଶ ଉପକରଣ ଆଦି ପ୍ରସ୍ତୁତି କାର୍ଯ୍ୟରତରେ ନିମଗ୍ନ ଅଛନ୍ତି କାରିଗର । ହବିଷ ବ୍ରତ ପାଳନ କରି ବେଶ ପ୍ରସ୍ତୁତି କରୁଛନ୍ତି । ହାତୀବେଶ ପ୍ରସ୍ତୁତ କରି କାରିଗର ନିଜକୁ ଧନ୍ଯ ମନେ କରିଥିବା କହିଛନ୍ତି । ସ୍ନାନ ପୂର୍ଣ୍ଣିମା ପାଇଁ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଯୋରଦାର କରାଯାଇଛି ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *