ମହାପ୍ରଭୁ ଙ୍କ ନୀଳାଦ୍ରି ବିଜେ ନୀତି ସଂପନ୍ନ

ମହାପ୍ରଭୁ ଙ୍କ ନୀଳାଦ୍ରି ବିଜେ ନୀତି ସଂପନ୍ନ ହୋଇଛି। ଶେଷ ହୋଇଚି ରଥ ଯାତ୍ରା। ଶ୍ରୀଜିଉ ରତ୍ନ ସିଂହାସନ କୁ ଫେରିଛନ୍ତି। ଶାନ୍ତି ଶୃଙ୍ଖଳା ରେ ନୀଳାଦ୍ରି ବିଜେ ସମାପନ ହୋଇଥିଵାରୁ ମହାପ୍ରଭୂ ଙ୍କୁ ଧନ୍ୟବାଦ ଦେଇଛନ୍ତି ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ । ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀ ନିଜ ପ୍ରତିକ୍ରିୟାରେ କହିଛନ୍ତି , ନୀଳାଦ୍ରି ବିଜେ ନୀତି ସହିତ ଚଳିତ ବର୍ଷ ର ରଥ ଯାତ୍ରା ନୀତି ସମ୍ପନ ହୋଇଛି। ତେବେ ପୁଣି ବୁଧବାର ଠାରୁ ଭକ୍ତ ମାନେ ମହାପ୍ରଭୁ ଙ୍କ ଦର୍ଶନ ପାଇବା ସହ ଅବଢ଼ା ପାଇ ପାରିବେ। ଚଳିତ ବର୍ଷ ଘୋଷ ଯାତ୍ରା ଶୃଙ୍ଖଳିତ ଭାବରେ ହୋଇଚି। ସେବାୟତ ଙ୍କ ସହଯୋଗ ପାଇଁ ଆମେ ଗଭିର କୃତଜ୍ଞତା ଜ୍ଞାପନ କରୁଚୁ। ପହଣ୍ଡି ନୀତି ମଧ୍ୟ ସୂଚାରୁରୂପେ ଅନୁଷ୍ଠିତ ହୋଇଛି।
ରଥ ଉପରେ ମୋବାଇଲ ଫୋନ୍ ବ୍ୟବହାର ନିଷିଦ୍ଧ ଥିବା ବେଳେ 7 ଜଣ ସେବାୟତ ରଜ ନିୟମ ଉଲଘଂନ କରିଥିବାରୁ ସେମାନଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସିଂହ ଦ୍ଵାର ଥାନା ରେ ଏତଲା ଦେଇଛୁ। ତେବେ ନୀଳାଦ୍ରି ବିଜେ ଅବସରରେ ମଙ୍ଗଳବାର ଅପରାହ୍ନ 2 ଟା 30 ରୁ 2 ଟା 40 ମଧ୍ୟରେ ସନ୍ଧ୍ୟା ଆଳତି ତିନି ରଥ ଉପରେ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟା ଧୂପ 2 ଟା 55 ରୁ 3 ଟା 30 ମଧ୍ୟରେ ଅନୁଷ୍ଠିତ ହୋଇଥିଲା। 3 ଟା 45 ରୁ 6 ଟା 30 ଯାଏ ଚାର ବନ୍ଧା ଯାଇଥିଲା। ପରେ ଶ୍ରୀଜିଉ ଙ୍କ ପୁଷ୍ପାଞ୍ଜଳି ନୀତି ପରେ ସନ୍ଧ୍ୟା 7 ଟା 25 ରେ ନୀଳାଦ୍ରି ବିଜେ ପହଣ୍ଡି ଅନୁଷ୍ଠିତ ହୋଇଥିଲା। ଏହା ରାତି 12 ଟା 20 ରେ ଶେଷ ହୋଇଥିଲା।
puri epa ru soubhagya pattanayak nka report
epa news