August 20, 2026
Home » ମହାପ୍ରଭୁ ଙ୍କ ରଥ ନିର୍ମାଣ ରେ ଲାଗିଛନ୍ତି ରଥ ନିର୍ମାଣକାରି ସେବକ।

ମହାପ୍ରଭୁ ଙ୍କ ରଥ ନିର୍ମାଣ ରେ ଲାଗିଛନ୍ତି ରଥ ନିର୍ମାଣକାରି ସେବକ।

0
WhatsApp Image 2026-05-27 at 12.37.47 PM (2)

ଆରମ୍ଭ ହୋଇଛି ତିନିରଥର ପାଞ୍ଚ ଦଣ୍ଡା ଚଉପଟ କାର୍ଯ୍ୟ। ତିନି ରଥର ମୁଖ୍ୟ ମହାରଣାଙ୍କ ଅନୁକୂଳ ପୂଜା ସହ ଆରମ୍ଭ ହୋଇଛି ତିନି ରଥର ପାଞ୍ଚ ଦଣ୍ଡା ର ଚଉପଟ ନିର୍ମାଣ କାର୍ଯ୍ୟ। ଅନୁକୂଳ ପୂଜା ପରେ ତିନିରଥ ସାଥି ମହାରଣା ସେବକ ମାନେ ପାଞ୍ଚଦଣ୍ଡାର ଚଉପଟ କାର୍ଯ୍ୟ ଆରମ୍ଭ କରି ୪ ଟି ଲେଖାଏଁ ଦଣ୍ଡାର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। ଏହି ପାଞ୍ଚ ଦଣ୍ଡା ସହ ପାର୍ଶ୍ୱଦଣ୍ଡା ନିର୍ମାଣ ପରେ ତିନିରଥର ଚକ – ଅଖ ର ଦିଗ ନିର୍ଣ୍ଣୟ ହୋଇ ଚକ – ଅଖ କୁ ବାନ୍ଧି ରଖିବା ପାଇଁ ଚକ.ଅଖ କୁ ଉଠିବ ପାଞ୍ଚ ଦଣ୍ଡା ସହ ପାଶ୍ଵଦଣ୍ଡା ଶେଷ ହେବ ରଥ ନିର୍ମାଣର ପ୍ରଥମ ପର୍ଯ୍ୟାୟ।

ରଥ ଖଳା ପାର୍ଶ୍ୱରେ କରତୀ ସେବକ ମାନେ ତାଳ ଧ୍ୱଜ ରଥ ର ପୋଲ ଗୟଳ ଚିରଟ ପରେ ଆରମ୍ଭ ହୋଇଛି ନନ୍ଦିଘୋଷ ରଥ ପୋଲ ଗୟଳ ର ଚିରଟ କାର୍ଯ୍ୟ ।ଚିରଟ ପୂର୍ବରୁ କରତୀ ସେବକ ମାନେ ଦୁଇ ପାର୍ଶ୍ୱ କୁ ବାରିସୀରେ ହାଣି ସମତଳ ବା ଚିତା କାର୍ଯ୍ୟ ଜାରୀ ରଖିଛନ୍ତି।
ରୂପକାର ସେବକ ମାନେ ତିନିରଥର ୩୩ ଗୋଟି ସାଲ ଗୁଜ ର ରୂପ ଖୋଦେଇ ଶେଷ କରି ତିନିରଥର ୮ ଟି ଲେଖାଏଁ ତୀଖ ଗୁଜର ରୂପ ଖୋଦେଇ ଜାରୀ ରଖିଛନ୍ତି।ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା କମାର ସେବକ ମାନେ ତିନିରଥର ଦଣ୍ଡା କଣ୍ଟା,ଗରଗରା କଣ୍ଟା ନିର୍ମାଣ ଶେଷ କରି ତିନିରଥର ଗୟଳ କଣ୍ଟା, ନଦା କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।ଦୋଳବେଦୀ ଠାରେ ପାହି ମହାରଣା ମାନେ ଅଣସର ଏବଂ ରଥ ଯାତ୍ରା ରେ ସେବା ନୀତି ପାଇଁ କାଠ ନିର୍ମିତ ସରଞ୍ଜାମ ନିର୍ମାଣ ଜାରୀ ରଖିଛନ୍ତି।

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed