ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ପବିତ୍ର ବାହୁଡା଼ ଯାତ୍ରା ରେ କଣ୍ଟାମାଳ ବଣିକ ସଂଘ ଦ୍ୱାରା ଅନ୍ନ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ l
ସୁବର୍ଣ୍ଣପୁର –ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ପବିତ୍ର ବାହୁଡ଼ାଯାତ୍ରା ଅବସରରେ କଣ୍ଟାମାଳ ବଣିକ ସଂଘ ତରଫରୁ ପ୍ରଥମଥର ପାଇଁ ‘ଅନ୍ନ ଦାନ ମହା ପୁଣ୍ୟ’ ଭଳି ଏକ ମହତ କାର୍ଯ୍ୟକ୍ରମ ଭବ୍ୟ ଅନ୍ନ ପ୍ରସାଦ ବଣ୍ଟନ୍ନ ର ଆୟୋଜନ କରିଛନ୍ତି l ବାହୁଡ଼ା ରଥ ଯାତ୍ରା ରେ ଭକ୍ତ ମାନଙ୍କ ସେବା ପାଇଁ ଏକ ସ୍ୱତନ୍ତ୍ର ପ୍ରକୋଷ୍ଠ ସ୍ଥାନୀୟ ହାଟପଦା ଛକ ସ୍ଥିତ ହନୁମାନ ମନ୍ଦିର ଠାରେ ଖୋଲିଥିବା ବେଳେ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରା ଯାଇଥିଲା l

କଣ୍ଟାମାଳ ବଣିକ ସଂଘ କର୍ମକର୍ତ୍ତା ଙ୍କ ଦ୍ୱାରା ଆୟୋଜିତ ଏହି ଅନ୍ନ ପ୍ରସାଦ ସେବା କାର୍ଯ୍ୟକ୍ରମରେ ରଥ ଟାଣିବା ଓ ରଥଯାତ୍ରା ଦେଖିବାକୁ ବିଭିନ୍ନ ଗାଁ ଗୁଡ଼ିକରୁ ଆସିଥିବା ହଜାର ହଜାର ଭକ୍ତଙ୍କୁ ମାଗଣା ପ୍ରସାଦ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମକୁ କଣ୍ଟାମାଳ ବଣିକ ସଂଘ ସଭାପତି, ଉପସଭାପତି, ସମ୍ପାଦକ, ସହସମ୍ପାଦକ, କୋଷାଧ୍ୟକ୍ଷଙ୍କ ସମେତ ସମସ୍ତ କମିଟି ମେମ୍ବର ମାନେ ଉପସ୍ଥିତ ରହି ଭକ୍ତ ମାନଙ୍କୁ ଉତ୍ସାହିତ କରିବା ସହ ଅନ୍ନ ପ୍ରସାଦ ବଣ୍ଟନ କରିଥିଲେ । ବ୍ୟବସାୟୀ ସଂଗଠନ କଣ୍ଟାମାଳ ବଣିକ ସଂଘର ଏଭଳି ମହତ ଓ ପୁଣ୍ୟ ସେଵା କାର୍ଯ୍ୟକ୍ରମକୁ ସ୍ଥାନୀୟ ଜନସାଧାରଣ ପ୍ରଶଂସା କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
