ମହାଳୟାରେ ମା’ ସୁରେଶ୍ୱରୀଙ୍କ ଧବଳମୁଖୀ ବେଶ
ସୁବର୍ଣ୍ଣପୁର — ମହାଳୟା ଅମାବାସ୍ୟା ଅବସରରେ ଅଷ୍ଟ ଚଣ୍ଡୀ ଙ୍କ ପୀଠ ସୁବର୍ଣ୍ଣପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ସୁରେଶ୍ୱରୀ ଓ ଭଗବତୀ ଭକ୍ତମାନଙ୍କୁ ଦୁର୍ଲଭ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। ବର୍ଷର ଅନ୍ୟ ଦିନମାନଙ୍କରେ ଲାଲବର୍ଣ୍ଣୀ ମୁଖମଣ୍ଡଳରେ ଦର୍ଶନ ଦେଉଥିବା ମା’ ଏହି ବିଶେଷ ଦିନରେ ଶ୍ୱେତବର୍ଣ୍ଣୀ ବେଶରେ ସଜ୍ଜିତ ହୋଇଥାନ୍ତି। ଜନବିଶ୍ୱାସ ଅନୁଯାୟୀ, ମା’ଙ୍କ ଏହି ଦୁର୍ଲଭ ବେଶ ଦର୍ଶନ ଗଙ୍ଗାସ୍ନାନ ଓ ତୀର୍ଥଦର୍ଶନ ସମତୁଲ। ଭକ୍ତମାନେ ଏହାକୁ ପାପମୋଚନ, ଆତ୍ମିକ ଶାନ୍ତି ଓ ମନୋକାମନା ପୂରଣର ପବିତ୍ର ଅବସର ଭାବେ ଗ୍ରହଣ କରିଥାନ୍ତି। ମହାଳୟା ଅବସରରେ ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନଙ୍କ ଭିଡ଼ରେ ସମଗ୍ର ସହର ଭକ୍ତିମୟ ହୋଇଉଠିଛି। ଏହି ପବିତ୍ର ଅବସରରେ ମା’ ସୁରେଶ୍ୱରୀଙ୍କ ସମେତ ମା’ ଭଗବତୀ, ମା’ ମାଣିକେଶ୍ୱରୀ, ମା’ ଭୁବନେଶ୍ୱରୀ ଓ ମା’ ଦୁର୍ଗାଦେବୀ ମଧ୍ୟ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। ବିଭିନ୍ନ ଦେବୀପୀଠରେ ଏହି ବିରଳ ବେଶ ଦର୍ଶନ ପାଇଁ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଭକ୍ତିଭାବ ପରିଲକ୍ଷିତ ହୋଇଛି। ସୁରେଶ୍ଵରୀ ଙ୍କ ମନ୍ଦିର ପରିସରରେ ଷୋଳପୂଜା ଦିନଠାରୁ ଯଜ୍ଞାନୁଷ୍ଠାନ ଅନୁଷ୍ଠିତ ହେଉଛି। ଏ ସମସ୍ତ ଆଧ୍ୟାତ୍ମିକ ପରିବେଶ କୁ ଦେଖି ବା ସେ। ବିଭିନ୍ନ ଦେବୀ ପୀଠରେ ଶ୍ରଦ୍ଧାଳୁ ବିଶେଷ ସମାଗମ ହେତୁ ଭୀଡ ନିୟନ୍ତ୍ରଣ ପାଇଁ ବିଭିନ୍ନ ପୂଜା କମିଟି ର ସଦସ୍ୟ ଓ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
