ମହିଳାମାନଙ୍କ ଦ୍ୱାରା ଶ୍ରାବଣ ମାସର ଶୁକ୍ରବାର ଦେବୀ ବରଲକ୍ଷ୍ମୀଙ୍କୁ ବିଶେଷ ପୂଜା ଅନୁଷ୍ଠିତ
ଶ୍ରାବଣ ମାସରେ ମହିଳାମାନେ ଭକ୍ତିର ସହିତ ଦେବୀ ବରଲକ୍ଷ୍ମୀଙ୍କୁ ବିଶେଷ ପ୍ରାର୍ଥନା କରିଥାନ୍ତି। ପ୍ରତ୍ୟେକ ମନ୍ଦିରରେ, ଦେବୀଙ୍କ ଅନନ୍ୟତାକୁ ଉଜାଗର କରିବା ପାଇଁ ତାଙ୍କୁ ଭିନ୍ନ ଭିନ୍ନ ଭାବରେ ସ୍ୱତନ୍ତ୍ର ଉପାୟରେ ସଜାଇବା ସହ ପୂଜା ପାଇ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ରାୟଗଡ଼ା ସତ୍ୟନାରାୟଣ ମନ୍ଦିରରେ ଶ୍ରାବଣ ମାସରେ ଶୁକ୍ରବାର ଦେବୀ ଲକ୍ଷ୍ମୀଙ୍କୁ ସମର୍ପିତ ପୂଜା କରିବା ପାଇଁ ସୁସଜ୍ଜିତ ମନ୍ଦିରରେ ମହିଳାଙ୍କ ସମାଗମ ହୋଇଥିଲେ। ଏହି ଅବସରରେ ମହିଳାଭକ୍ତମାନେ ବରଲକ୍ଷ୍ମୀ ବ୍ରତ ପାଳନ କରବା ସମୟରେ ସେମାନେ ପୂଜା ଏବଂ ଉପବାସ ରହି ହଳଦୀ, ଫୁଲ, ଫଳ ସହ କୁମକୁମ ପୂଜା ଏବଂ ଅଷ୍ଟୋତ୍ତର ଶତନାମ ପୂଜା ଭଳି ବିଶେଷ ପୂଜା କରିବା ସହ ବରଲକ୍ଷ୍ମୀ ବ୍ରତର କାହାଣୀ ଶ୍ରବଣ କରିଥିଲେ।

ହିନ୍ଦୁ ଧର୍ମ ଅନୁସାରେ ଶ୍ରାବଣ ମାସ ବହୁତ ସ୍ୱତନ୍ତ୍ର, ବିଶେଷକରି ମହିଳାମାନଙ୍କ ପାଇଁ, ଯେଉଁମାନେ ଏହି ସମୟରେ ଉପବାସ ଏବଂ ପୂଜା କରନ୍ତି। କେତେକ ସ୍ଥାନରେ ମହିଳା ମାନେ ଏହି ମାସରେ ତିନି ଦେବୀ – ଲକ୍ଷ୍ମୀ, ଗୌରୀ ଏବଂ ସରସ୍ୱତୀଙ୍କୁ ପୂଜା କରିଥାଆନ୍ତି। ନବ ବିବାହିତ ମହିଳାମାନେ ମଙ୍ଗଳ ଗୌରୀ ଉପବାସ ପାଳନ କରିବା ସହ ପୂର୍ଣ୍ଣିମା ପୂର୍ବରୁ ଶୁକ୍ରବାର ଦେବୀ ବରଲକ୍ଷ୍ମୀ ପୂଜା ପରେ ଦେବୀ ସରସ୍ୱତୀଙ୍କୁ ପୂଜା କରିଥାନ୍ତି। ଏହି ଦେବୀମାନଙ୍କୁ ପୂଜା କରିବା ଦ୍ୱାରା ଶହେ ବର୍ଷର ସୁଖମୟ ଜୀବନ, ଉତ୍ତମ ଶିକ୍ଷା ଏବଂ ଧନ ମିଳିଥାଏ ବୋଲି ବିଶ୍ୱାସ କରାଯାଏ। ଶ୍ରାବଣ ମାସକୁ ବିବାହ ପାଇଁ ମଧ୍ୟ ଶୁଭ ବୋଲି ବିବେଚନା କରାଯାଏ, ଯାହା ଭଗବାନ ବିଷ୍ଣୁ ଏବଂ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ଆଣିଥାଏ।ପୂଜା ସରିବା ପରେ ଆଳତି ସହ ବିଶେଷ ନୈବେଦ୍ୟ ବଣ୍ଟନ କରାଯାଇଥିଲ। ।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
