March 10, 2026
Home » ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳିତ

ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳିତ

0
WhatsApp Image 2026-03-10 at 1.37.02 PM

ପାରାଦ୍ୱୀପ- ପାରାଦ୍ୱୀପର ଅଗ୍ରଣୀ ମହିଳା ସ୍ୱେଚ୍ଛାସେବୀ ସଂଗଠନ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ମହିଳା ଦିବସ-୨୦୨୬ ମାର୍ଚ୍ଚ ୮ ତାରିଖ ରବିବାର ପୂର୍ବାହ୍ନରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସଭାଗୃହରେ ପାଳିତ ହୋଇ ଯାଇଛି। ଟ୍ରଷ୍ଟର ଅଧ୍ୟକ୍ଷା ଉର୍ମିଳା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ସର୍ବଜୟା ଭାରତୀ, ମୁଖ୍ୟ ବକ୍ତା ଭାବରେ ଡକ୍ଟର ବନ୍ଦିତା ଶୁଭଦର୍ଶିନୀ ପଟ୍ଟନାୟକ, ସ୍ୱତନ୍ତ୍ର ଅତିଥି ଭାବରେ ଶ୍ରୀଯୁକ୍ତ ସୁରଜ ବେହେରା, ସମ୍ମାନିତ ଅତିଥି ଭାବରେ ଶ୍ରୀମତୀ ଚିନ୍ମୟୀ ମହାରଣା, ପ୍ରୀତି ଆରତୀ ପରିଜା, ସ୍ନେହମୟୀ ଆଚାର୍ଯ୍ୟ, ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଧରଣୀଧର ପରିଡା ଯୋଗ ଦେଇଥିଲେ।
ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଟ୍ରଷ୍ଟର ମୁଖ୍ୟ ପରାମର୍ଶଦାତା ଶ୍ରୀ ପ୍ରଶାନ୍ତ କୁମାର ରାଉତ, ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ ସମ୍ପାଦିକା ନିଳିମା ପ୍ରିୟଦର୍ଶିନୀ, ମଞ୍ଚ ପରିଚାଳନା କରିଥିଲେ ଟ୍ରଷ୍ଟର କାର୍ଯ୍ୟକାରୀ ଅଧ୍ୟକ୍ଷା ସଂଘମିତ୍ରା ସ୍ୱାଇଁ।
ଏହି ଉତ୍ସବରେ ଆଦର୍ଶ ସଙ୍ଗଠନ ଭାବେ ଜ୍ୟୋତି ଲେଡିଜ କ୍ଳବ ଇଫ୍କୋ, ଭରଷା ଚାରିଟେବୁଲ ଟ୍ରଷ୍ଟ, ନିଆଳି, କଟକ, ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ, କୁଜଙ୍ଗ ଏବଂ ବିନୋରି ସେବା ଫାଉଣ୍ଡେସନ, କୁଜଙ୍ଗଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସେହି ପରି ବରିଷ୍ଠ କବି ଓ ସଙ୍ଗଠିକା ଗୋଲାପ ରାଣୀ ସାହୁ, ଅଲମ୍ପିକ ପଦକ ବିଜେତା ମହିଳା କ୍ରୀଡାବିତ ଲୋମା ସ୍ୱାଇଁ, ଓଡିଶୀ ନୃତ୍ୟ ଶିଳ୍ପୀ ଇତିଶ୍ରୀ ନାୟକ ,ମେଧାବୀ ଡାକ୍ତରୀ ଛାତ୍ରୀ ମନୀଷା ଧଳ, କଣ୍ଠଶିଳ୍ପୀ ଆକାଂକ୍ଷା ମହାନ୍ତି। ସମାଜସେବୀ, ଶ୍ରୀ ପ୍ରଭାତ କୁମାର ରାଉତ, ପ୍ରଭାତ କୁମାର ବେହେରା(ବାବୁନା) ଶଙ୍ଖେଶ୍ୱର ପ୍ରସାଦ ମହାନ୍ତି ,ରଶ୍ମିତା ନାୟକ, ଏବଂ କଳାକାର କସ୍ତୁରୀ ବିଶ୍ୱାଳ ପ୍ରମୁଖଙ୍କୁ ଉତ୍ତରୀୟ ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଧନ୍ୟବାଦ ଅର୍ପଣ କରିଥିଲେ ଅନ୍ନପୂର୍ଣ୍ଣା ନାୟକ ଏବଂ ସୁଚରିତା ପ୍ରିୟଦର୍ଶିନୀ ପଣ୍ଡା, ସାବିତ୍ରୀ ପଣ୍ଡା, ବାସନ୍ତୀ ମୁଦୁଲି, କଳ୍ପନା ବେହେରା, ବାସୁକା ମଲ୍ଲିକ, ପ୍ରତିମା ସାହୁ, ଲିପିକା ସାହୁ, ପୁଷ୍ପାଞ୍ଜଳି ମିଶ୍ର, ପ୍ରେମଲତା ବାରିକ, ନମିତା ରାଉତ, ବିଜୟ ଲକ୍ଷ୍ମୀ ପରିଜା, ସରସ୍ବତୀ ବାରିକ ଓ ଟୁନି ଖୋଜି ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ।।ଏହି ଉତ୍ସବରେ ଶତାଧିକ ଅସହାୟ ମହିଳା ମାନଙ୍କୁ ଅନ୍ନ ବସ୍ତ୍ର ଦାନ ଦିଆ ଯାଇଥିଲା।

 

paradeep ru prasanta dash nka report epa news

Leave a Reply

Your email address will not be published. Required fields are marked *