ମାଁ ଦଣ୍ଡକାଳୀ ଗଞ୍ଜାମ ଢୋଲିଆ ମହାସଂଘ ପ୍ରଥମ ବାର୍ଷିକ ଉତ୍ସବ

ବ୍ରହ୍ମପୁର ତା-୦୬/୦୧. ମାଁ ଦଣ୍ଡକାଳୀ ଗଞ୍ଜାମ ଢୋଲିଆ ମହାସଂଘର ବ୍ରହ୍ମପୁରର ପ୍ରଥମ ବାର୍ଷିକ ମହୋତ୍ସବ ନୀଳକଣ୍ଠେଶ୍ଵର ମନ୍ଦିର ମଣ୍ଡପ ଠାରେ ପାଳନ ହୋଇଯାଇଛି । ଗଞ୍ଜାମ ଢୋଲିଆ ମହାସଂଘର ସଭାପତି ଲୋକନାଥ ସାମନ୍ତରା ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଅତିଥି ଭାବେ ଦକ୍ଷିଣାଞ୍ଚଳ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ରବି ନାରାୟଣ ବେହେରା, ପୁର୍ବତନ ଜିଲ୍ଲା ସଂସ୍କୃତି ଅଧିକାରୀ କୃଷ୍ଣଚନ୍ଦ୍ର ନିଶଙ୍କ , କାର୍ତ୍ତିକ ପାଣିଗ୍ରାହୀ, ରାଜ୍ୟର ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସମ୍ପାଦକ ତୁତୁନ୍ ପାତ୍ର, ଗଞ୍ଜାମ ଜିଲ୍ଲାର ବିଜେପି ଯୁବମୋର୍ଚ୍ଚାର ସଭାପତି ଶିବଶଙ୍କର ନାୟକ, ଗଞ୍ଜାମ ଜିଲ୍ଲାର ବିଜେପି ଯୁବମୋର୍ଚ୍ଚାର ସମ୍ପାଦକ ବି. ରବି ରାଓ, ଓଡ଼ିଶୀ ନାଟ୍ୟଗୁରୁ ଶିବରାମ ବାରିକଙ୍କ ସମେତ ସମାଜସେବୀ ବାବୁ ଗୌଡ଼, ଅଭୟେନ୍ଦୁ ଶେଖର ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ସୁଦୀପ୍ କୁମାର ସାହୁ ଓ ତାରାତାରିଣୀ ମନ୍ଦିରର ମୁଖ୍ୟ ପୂଜକ ଧ୍ରୁବ ରଣା ପ୍ରମୁଖ ଉପସ୍ଥିତ ଥିଲେ। ଗଞ୍ଜାମ ଢ଼େଲିଆ ମହାସଂଘର ଜେ. ଶ୍ରୀନୁ, ମିଟିକ ନାୟକ, ସୀମାଞ୍ଚଳ ଜେନା, ବିଶୁ ନାୟକ, ଜଗନ୍ନାଥ ଦାସ ପ୍ରମୁଖ ଗୁରୁମାନଙ୍କୁ ଗୁରୁ ସମ୍ମାନରେ ସମ୍ମାନିତ କରାଗଲା ।
ଉପସଭାପତି ତାରା ପ୍ରସାଦ ଦାଶ ମଞ୍ଚ ପରିଚାଳନା ସମ୍ପାଦକ ଖଲି ଦାସ, ଉପସମ୍ପାଦକ ରଞ୍ଜନ ଦାସ ଓ କୋଷାଧ୍ଯକ୍ଷ ସନ୍ତୋଷ କୁମାର ସାହୁ ସହଯୋଗ କରିଥିଲେ। ଗଞ୍ଜାମ ଢୋଲିଆ ମହାସଂଘର ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ପ୍ରଥମ ବାର୍ଷିକ ଉତ୍ସବ ପାଳନ ହୋଇଥିଲା। ଆଗାମୀ ଦିନରେ ସଂଘ ର ବିକାଶ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ନେଇ ଏଠାରେ ଆଲୋଚନା କରାଯାଇଥିଲା ।
ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )