ମାନ୍ୟବର ମତ୍ସ୍ଯ ଓ ପ୍ରାଣୀ ସମ୍ପଦ ବିକାଶ, ଅଣୁ କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଓଡିଶାଙ୍କ ରାୟଗଡ ଜିଲ୍ଲା ଗସ୍ତ ଓ ବିଭାଗୀୟ କାର୍ଯ୍ୟକ୍ରମ ଉପରେ ସମୀକ୍ଷା

ରାୟଗଡ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ତା.୨୪/୦୧/୨୦୨୫ ରିଖ ଦିନ ମାନ୍ୟବର ମନ୍ତ୍ରୀ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ତଥା ସୁକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ତିନି ଗୋଟି ବିଭାଗର ବିଭିନ୍ନ ସରକାରୀ ଯୋଜନାର ପ୍ରଗତି ବିଷୟରେ ସମୀକ୍ଷା କରିଥିଲେ । ପ୍ରାଣୀ ସମ୍ପଦ ବିକାଶ ବିଭାଗର – ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ମାଧ୍ୟମରେ ଗୋପାଳନ, ଘାସ ଚାଷ ତଥା ପ୍ରାଣୀ ସମୃଦ୍ଧି ଯୋଜନା ମାଧ୍ୟମରେ କୁକୁଡା ପାଳନ ଓ ଅଣ୍ଡା ଉତ୍ପାଦନ କୁ ପ୍ରଧ୍ୟାନ୍ୟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମତ୍ସ୍ୟ ବିଭାଗର ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ଓ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ମାଧ୍ୟମରେ ଚାଷୀ ମାନଙ୍କ ଆୟକୁ ବହୁଗୁଣିତ କରିବା ସହ ସମସ୍ତ ଯୋଜନାମାନଙ୍କୁ ଚାଷୀମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ସଚେତନତା ଶିବିରର ଆୟୋଜନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପଦ୍ମପୁର ବ୍ଲକ, କେନ୍ଦୁଗୁଡା ଠାରେ ଥିବା, ଜଳଭଣ୍ଡାର ରେ ପଞ୍ଜୁରୀ ମାଧ୍ୟମରେ ମାଛ ଚାଷ କରିବା ପାଇଁ କହିଥିଲେ । ସୁକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମାଧ୍ୟମରେ ଲୋକ ମାନଙ୍କର ଆୟକୁ ବୃଦ୍ଧି କରିବା ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ରାୟଗଡ଼ା ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରି, ସଭାପତିତ୍ବ କରିଥିବା ବେଳେ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାଃ ଦେବରାଜ ନାୟକ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ଜ୍ଞାନ ରଞ୍ଜନ ସେଠି ଏବଂ ସାଧାରଣ ପରିଚାଳକ ଜିଲ୍ଲା ଶିଳ୍ପକେନ୍ଦ୍ର, ରାୟଗଡା ବିଜୟ କୁମାର ସାହୁ ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାର ଏଗାର ଗୋଟି ବ୍ଲକରୁ ଆସିଥିବା. ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ, ସହକାରୀ ମତ୍ସ୍ୟ ଅଧିକାରୀ, ଜୀ. ଏମ୍. ଓମଫେଡ୍ ଏବଂ ଆଇ ପି ଓ, ମଧ୍ୟ ଉପସ୍ଥିତ ଥିଲେ ।
ରିପୋର୍ଟ:ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ