ମାୟାବର୍ହା ନୋଡାଲ ବିଦ୍ୟାଳୟରେ ଗଙ୍ଗାଧର ଜୟନ୍ତୀ ପାଳିତ
ସୁବର୍ଣ୍ଣପୁର —ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାୟାବର୍ହା ଠାରେ ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ165 ତମ ଜୟନ୍ତୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରୀତା ମେହେର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କବିଙ୍କର କାଳଜୟୀ ସାହିତ୍ୟ କୃତି ସମାଜକୁ ଦିଗଦର୍ଶନ କରିଥାଏ ବୋଲି ମତ ପ୍ରକାଶ କରିଥିଲେ । ମୁଖ୍ୟ ବକ୍ତା ଭାବରେ ବିଜେପୁର ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ଡ. ଶେଷ ମେହେର ଗଙ୍ଗାଧର ଗ୍ରନ୍ଥ|ବଳି ଉପରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବରେ ମଞ୍ଚ କଳାକାର, ନାଟ୍ୟକାର ତଥା କବି ବଟକୃଷ୍ଣ ସାହୁ ଯୋଗଦାନ କରି ସୁନ୍ଦର ସୁନ୍ଦର ସଂଳାପ ମାନ ଉପସ୍ଥାପନ କରି ସମବେତ ଛାତ୍ର ଛାତ୍ରୀଙ୍କୁ ଅମୋଦିତ କରିଥିଲେ | କଳାଶିକ୍ଷା ଶିକ୍ଷକ ଅବିନାଶ ମହାପାତ୍ର ସଭା ସଂଯୋଜନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ସୁଶୀଲ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ବିଦ୍ୟାଳୟର ଛାତ୍ରୀମାନେ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ। କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟର ପରିଚାଲିକା ଚନ୍ଦ୍ରମା ମହାପାତ୍ର, ଶିକ୍ଷକ ଦୟାସାଗର ପଧାନ,ସଦାନନ୍ଦ ପଧାନ, ଚୈତନ୍ୟ ବାରିକ ଶିକ୍ଷୟିତ୍ରୀ ମୌନାବତୀ ଜାଲ,ସୁରଭି ଭୋଇ, ଲକି ସାହୁ, ରାଜଲକ୍ଷ୍ମୀ ସାହାଦେଓ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
