August 11, 2026
Home » ମାୟାବର୍ହା ହାଇସ୍କୁଲରେ ଜାତୀୟ କୃମିନାଶକ ଦିବସ ପାଳିତ l

ମାୟାବର୍ହା ହାଇସ୍କୁଲରେ ଜାତୀୟ କୃମିନାଶକ ଦିବସ ପାଳିତ l

0
WhatsApp Image 2026-08-10 at 3.55.53 PM

ସୁବର୍ଣ୍ଣପୁର –ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ଜାତୀୟ କୃମିନାଶକ ଦିବସ ପାଳିତ ହୋଇଯାଇଛି |ପ୍ରଧାନ ଶିକ୍ଷକ ତଥା ବିଜ୍ଞାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ଛାତ୍ର ଛାତ୍ରୀ ମାନଙ୍କୁ କୃମିନାଶକ ବଟିକା ଖାଇବାର ଆବଶ୍ୟକତା ବିଷୟରେ ବୁଝାଇଥିଲେ |

ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ସ୍ୱାସ୍ଥ୍ୟକର୍ମୀ ପୌରବି କର୍ମୀଙ୍କ ତତ୍ୱାବଧାନରେ ଶିକ୍ଷକ ଚିନ୍ମୟ କୁମାର ଦାସ ବଟିକା ଖାଇବାର ଵିଧି ବୁଝିଥିଲେ | ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ଆଭା, ପ୍ରୀତି, ଅଙ୍କିତା, ଆକାଶ, ମନୀଷା, ରୋଜି, ଖୁସି ପ୍ରଭୁତି ନିଜ ନିଜ ବକ୍ତବ୍ୟ ରଖିଥିଲେ | ଶିକ୍ଷକ ରାଜୁ ମେହେର, ନନ୍ଦିଘୋଷ ବାରିକ,ଲିପି ପଧାନ,କିରଣ କୁମର ପଟେଲ କର୍ମଚାରୀ ବିଭୀଷଣ ଖମାରି, ସୁରଜ ଖମାରି, ସମୀର କଥାର ସହଯୋଗ କରିଥିଲେ |

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *