August 21, 2026
Home » ମୁଖ୍ୟମନ୍ତ୍ରୀଙ୍କ କରକମଳରେ କଟକ ଜିଲ୍ଲାପାଳଙ୍କ ନୂତନ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

ମୁଖ୍ୟମନ୍ତ୍ରୀଙ୍କ କରକମଳରେ କଟକ ଜିଲ୍ଲାପାଳଙ୍କ ନୂତନ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

0
WhatsApp Image 2025-08-22 at 10.33.34 PM

କଟକ: ଐତିହାସିକ କଟକ ସହରର ବିଡାନାସୀ ମୌଜା ଠାରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ କଟକ ଜିଲ୍ଲାପାଳଙ୍କ ନୂତନ କାର୍ଯ୍ୟାଳୟ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହି ନୂତନ କୋଠା ଆମ ଜିଲ୍ଲାର ପ୍ରଶାସନିକ ବିକାଶରେ ଏକ ନୂତନ ଅଧ୍ୟାୟ ସଂଯୋଗ କରିବାକୁ ଯାଉଛି । ଦକ୍ଷ, ସ୍ୱଚ୍ଛ ଓ ନାଗରିକ ଅନୁକୂଳ ସେବା ଯୋଗଇଦେବାରେ ଏହି ନୂତନ କାର୍ଯ୍ୟାଳୟ ନିଶ୍ଚିତ ଭାବରେ ଏକ ମାଇଲଖୁଂଟ ସାବ୍ୟସ୍ତ ହେବ ।

ପ୍ରସ୍ତାବିତ ଜିଲ୍ଲାପାଳଙ୍କ ନୂତନ କାର୍ଯ୍ୟାଳୟ ପାଂଚ ମହଲା ବିଶିଷ୍ଟ ହେବ । ଏଥିପାଇଁ ମୋଟ ବ୍ୟୟ ଅଟକଳ ୯୪ କୋଟି ୪୬ ଲକ୍ଷ ୪୪ ହଜାର ଟଙ୍କା ରଖାଯାଇଛି । ଦୁଇ ବର୍ଷ ୬ ମାସ ମଧ୍ୟରେ ନୂତନ କାର୍ଯ୍ୟାଳୟର କାର୍ଯ୍ୟ ଶେଷ ହେବାକୁ ସମୟସୀମା ଧାର୍ଯ୍ୟ କରାଯାଇଛି ।  ସମୁଦାୟ ୫ ଏକର ୭୦ ଡିସିମିଲ ଜମି ଉପରେ ନିର୍ମାଣ ହେବାକୁ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମନ୍ୱିତ କୋଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ କଟକ ସଦର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ରହିବ ।
ପରବର୍ତୀ ପର୍ଯ୍ୟାୟରେ ଏଠାରେ  ତହସିଲ କାର୍ଯ୍ୟାଳୟ, ଉପନିବନ୍ଧକଙ୍କ କାର୍ଯ୍ୟାଳୟ,  ରାଜସ୍ୱ ପର୍ଷଦ ଓ କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟ ମଧ୍ୟ ନିର୍ମାଣ କରାଯିବ ।

ଏଠାରେ ବିଭିନ୍ନ ବିଭାଗ, ଲାଇବ୍ରେରୀ, କନଫରନେସ ହଲ, କାଫେଟେରିଆ, ୨୦୦ ଲୋକ ବସିପାରିବା ଭଳି ଅଡିଟୋରିଅମ ରଖାଯିବାର ବ୍ୟବସ୍ଥା କରାଯାଇଛି । ସମସ୍ତ ଅତ୍ୟାଧୁନିକ ଭିତିଭୂମୀ ସହ ଏହି ନୂତନ କାର୍ଯ୍ୟାଳୟ ନିର୍ମାଣ କରାଯିବ । ଏଠାରେ ପାର୍କିଂ ପାଇଁ ପର୍ଯ୍ୟାପ୍ତ ସ୍ଥାନ ସହ ଚତୁଃପାଶ୍ୱର୍ରେ ବିଭିନ୍ନ ବୃକ୍ଷରୋପଣ କରାଯାଇ ପରିବେଶ ଅନୁକୂଳ ଭିତିଭୂମୀ ସୁନିଶ୍ଚିତ କରାଯିବ । ଏହି ପ୍ରକଳ୍ପ ଶେଷ ହେବା ଦ୍ୱାରା ଜନସାଧାରଣ ଗୋଟିଏ ସ୍ଥାନରେ ସମସ୍ତ ସରକାରୀ ସେବା ପାଇପାରିବେ । କଟକ ଜିଲ୍ଲାପାଳଙ୍କ ନୂତନ କାର୍ଯ୍ୟାଳୟ ଲୋକଙ୍କ ସେବା ପାଇଁ ସମର୍ପିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା,ଶ୍ରୀଯୁକ୍ତ ସୁରେଶ ପୂଜାରୀ, ମାନ୍ୟବର ସାଂସଦ (ଲୋକସଭା), କଟକ, ଶ୍ରୀଯୁକ୍ତ ଭର୍ତ୍ତୃହରି ମହତାବ, ମାନ୍ୟବର ବିଧାୟକ, ଚୌଦ୍ବାର-କଟକ , ଶ୍ରୀଯୁକ୍ତ ସୌଭିକ ବିଶ୍ବାଳ, ମାନ୍ୟବର ବିଧାୟକ, ବାଙ୍କୀ ଶ୍ରୀଯୁକ୍ତ ଦେବୀ ରଞ୍ଜନ ତ୍ରିପାଠୀ, ମାନ୍ୟବର ବିଧାୟିକା, ବାରବାଟୀ-କଟକ, ଇଂ. ସୋଫିଆ ଫିରଦୋସ, ମାନ୍ୟବର ବିଧାୟକ, କଟକ ସଦର, ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସେଠୀ, ମାନ୍ୟବର ବିଧାୟକ, ମାହାଙ୍ଗା,ଶ୍ରୀଯୁକ୍ତ ସାରଦା ପ୍ରସାଦ ପ୍ରଧାନ, ମାନ୍ୟବର ବିଧାୟକ, ବଡ଼ମ୍ବା,ଶ୍ରୀଯୁକ୍ତ ବିଜୟ କୁମାର ଦଳବେହେରା ଓ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ, କଟକ ଶ୍ରୀଯୁକ୍ତ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ପ୍ରମୁଖ ଉପସ୍ଥିତ ଥିଲେ।

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed