August 20, 2026
Home » ମୁମ୍ବାଇଠାରେ ଜାତୀୟ ପ୍ରଦର୍ଶନୀରେ ୫ଜଣ ଓଡ଼ିଆ ଶିଳ୍ପୀ

ମୁମ୍ବାଇଠାରେ ଜାତୀୟ ପ୍ରଦର୍ଶନୀରେ ୫ଜଣ ଓଡ଼ିଆ ଶିଳ୍ପୀ

0
Celestial Tusker.jpg

ଭୁବନେଶ୍ୱର,: ମୁମ୍ବାଇର ନେହେରୁ ଆର୍ଟ ସେଣ୍ଟରରେ ଚଳିତ ମାସ ୨୬ ତାରିଖରୁ ଆୟୋଜିତ ହେବାକୁ ଥିବା ଜାତୀୟ କଳା ପ୍ରଦର୍ଶନୀରେ ଓଡ଼ିଶାର ପାଞ୍ଚଜଣ ଶିଳ୍ପୀଙ୍କ କଳାକୃତି ପ୍ରଦର୍ଶିତ ହେବ।ଏଥିରେ ଧଉଳି ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ବରିଷ୍ଠ ଚିତ୍ରଶିଳ୍ପୀ ଡ. ପଞ୍ଚାନନ ସାମଲ,ଜାତୀୟ ପୁରସ୍କାର ପ୍ରାପ୍ତ ଭାସ୍କର୍ଯ୍ୟ ଶିଳ୍ପୀ ଚନ୍ଦନ କୁମାର ସାମଲ ଓ ନରୋତ୍ତମ ଦାସ,ଭାସ୍କର୍ଯ୍ୟ ଶିଳ୍ପୀ ହିମାଂଶୁ ମହାନ୍ତ ଏବଂ ଚିତ୍ରଶିଳ୍ପୀ ସୋଫିୟା ୟାସ୍ମିନ୍ ଙ୍କ ସମସାମୟିକ ଚିତ୍ରକଳା ଓ ଭାସ୍କର୍ଯ୍ୟ କଳା ପ୍ରଦର୍ଶିତ ହେବ।

ପ୍ରଦର୍ଶନୀରେ ପଞ୍ଚାନନ ସାମଲଙ୍କ ସମସାମୟିକ ବିଷୟବସ୍ତୁ ଉପରେ ଆଧାରିତ ନୈରୂପ୍ୟ ବାଦୀ ଚିତ୍ରକଳା ଗୁଡ଼ିକ ପ୍ରଦର୍ଶିତ ହେବା ସହିତ ଚନ୍ଦନ ସାମଲଙ୍କ ପ୍ରକୃତି ଶୀର୍ଷକ ସମସାମୟିକ ପ୍ରସ୍ତର ଭାସ୍କର୍ଯ୍ୟ ପ୍ରଦର୍ଶିତ ହେବ। ନରୋତ୍ତମ ଦାସ ସେରାମିକ ଭାସ୍କର୍ଯ୍ୟରେ ପୌରାଣିକ ବିଷୟବସ୍ତୁକୁ ନେଇ ଆଧୁନିକ ଶୈଳୀରେ ଭାସ୍କର୍ଯ୍ୟ ରୁପ ଦେଇଥିବା ବେଳେ ହିମାଂଶୁ ମହାନ୍ତ ଓଡ଼ିଶାର କାଳଜୟୀ ପୁସ୍ତକ ଗୁଡ଼ିକୁ ମୁଗୁନି ପ୍ରସ୍ତରରେ ବାସ୍ତବ ରୂପ ପ୍ରଦାନ କରିଛନ୍ତି ଏବଂ ସୋଫିୟା ପରିତ୍ୟକ୍ତ ଆସବା ପତ୍ର ଗୁଡ଼ିକୁ ସମସାମୟିକ ଚିତ୍ର ରୂପ ପ୍ରଦାନ କରିଛନ୍ତି ଯାହା ବେଶ୍ ମନମୁଗ୍ଧକର।ଏହି ପ୍ରଦର୍ଶନୀରେ ଚଣ୍ଡିଗଡ,ନୂଆଦିଲ୍ଲୀ,କଲିକତା,ମୁମ୍ବାଇ ଓ ରାଜସ୍ଥାନରୁ ଶିଳ୍ପୀ ମାନଙ୍କ ସମସାମୟିକ ଚିତ୍ରକଳା ଓ ଭାସ୍କର୍ଯ୍ୟ କଳା ମଧ୍ୟ ପ୍ରଦର୍ଶିତ ହେବ।

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed