October 12, 2026
Home » ମୂଷାଖୋରୀ ପଞ୍ଚାୟତ ତରଫରୁ ସ୍ଵଚ୍ଛତା ହିଁ ସେବା କାର୍ଯ୍ଯକ୍ରମ

ମୂଷାଖୋରୀ ପଞ୍ଚାୟତ ତରଫରୁ ସ୍ଵଚ୍ଛତା ହିଁ ସେବା କାର୍ଯ୍ଯକ୍ରମ

0
WhatsApp Image 2026-09-18 at 6.34.29 PM

କେନ୍ଦୁଝର:କେନ୍ଦୁଝର ଜିଲ୍ଲା ସ୍ଵାମପାଟଣା ବ୍ଲକ ଅନ୍ତର୍ଗତ ମୂଷାଖୋରୀ ପଞ୍ଚାୟତ ତରଫରୁ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପଞ୍ଚାୟତର ସରପଞ୍ଚ ଭାମାମଣୀ ଦାସଙ୍କ ଆବାହକତ୍ବ ଓ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ହୋଇଯାଇଛି। ଭାରତ ସରକାରଙ୍କ ସ୍ଵଚ୍ଛ ଭାରତ ବିକଶିତ ଭାରତକୁ ସଫଳକରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କିପରି ଜନସେବାରୁ ରାଷ୍ଟ୍ରସେବା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ପହଂଚି ପାରିବ ସେଥିପାଇଁ ସଭିଙ୍କୁ ସଚେତନତା କରାଯାଇଛି। ଆଜି ମଲ୍ଲିପଶି ହାଟଛକ ସମେତ ମଧ୍ଯ ଇଂରାଜୀ ବିଦ୍ୟାଳୟ ପରିସରରେ ସଫେଇ କାର୍ଯ୍ୟକ୍ରମ ହୋଇଛି। ତତ ସହିତ ସଭିଙ୍କୁ ସ୍ଵଚ୍ଛତା ଉପରେ ସଚେତନତା କରାଯାଇଛି। ବିଭିନ୍ନ ସ୍ଥାନରେ ଥିବା ଅଳିଆ ଆବର୍ଜନାକୁ ସଫା କରାଯାଇଛି। ଏହି ସଫେଇ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଭାମାମଣି ଦାସଙ୍କ ସମେତ ବି.ଏଫ.ଟି. ରାଜଲକ୍ଷ୍ମୀ ମହାନ୍ତ, ଏ.ଡି.ଓ ପଦ୍ମାବତୀ ମହାନ୍ତ, ପି.ଇ.ଓ ଲୋପାମୁଦ୍ରା ମହାନ୍ତ, ମହିଳା ସୁପରଭାଇଜର ସନ୍ତାପି ମହାନ୍ତଙ୍କ ସମେତ ପଞ୍ଚାୟତ ୱାଚମ୍ଯାନ ଇଶ୍ଵର ଚନ୍ଦ୍ର ଦାସ ଓ ମହିଳା ସ୍ୱେଚ୍ଛାସେବୀ ମାନେ ଯୋଗଦାନ କରିଥିଲେ। ତେବେ ପଞ୍ଚାୟତ ତରଫରୁ ଏହିପରି ଏକ କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।

କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *