September 26, 2026
Home » ଯୌତୁକ ପ୍ରଥା ନିଷେଧ ଆଇନ ଉପରେ କର୍ମଶାଳା: ଝିଅମାନଙ୍କୁ ନିଜ ଅଧିକାର ସମ୍ପର୍କରେ ସଚେତନ ହେବାକୁ ଆହ୍ୱାନ

ଯୌତୁକ ପ୍ରଥା ନିଷେଧ ଆଇନ ଉପରେ କର୍ମଶାଳା: ଝିଅମାନଙ୍କୁ ନିଜ ଅଧିକାର ସମ୍ପର୍କରେ ସଚେତନ ହେବାକୁ ଆହ୍ୱାନ

0
WhatsApp Image 2026-09-25 at 5.01.03 PM

 

ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଯୌତୁକ ପ୍ରଥା ନିଷେଧ ଆଇନ ୧୯୬୧ ଉପରେ ଏକ କର୍ମଶାଳା ଅତିରିକ୍ତ ଜିଲ୍ଲାପାଳ( ସାଧାରଣ )ଶ୍ରୀମତୀ ଅଞ୍ଜଳୀନା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା।ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲା କୋର୍ଟର ଶ୍ରୀମତୀ ମଧୁମିତା ଅମାତ୍ୟ ଏବଂ ଶିଶୁ କଲ୍ୟାଣ କମିଟିର ସଦସ୍ୟ ଶ୍ରୀମତୀ ରଂଜିତା ସାହୁ ପ୍ରମୁଖ ଯୋଗଦେଇଥିଲେ। ସେମାନେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରୀମାନଙ୍କୁ ଯୌତୁକ ପ୍ରଥା ନିଷେଧ ଆଇନ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ।
ସମ୍ବିଧାନ, ଗଣତନ୍ତ୍ର, ଝିଅମାନଙ୍କ ଅଧିକାର ଏବଂ ଆଇନ ସମ୍ପର୍କରେ ଅବଗତ ହୋଇ ସେମାନେ କିପରି ସମାଜରେ ଘଟୁଥିବା ବିଭିନ୍ନ ପ୍ରକାରର ଅତ୍ୟାଚାରକୁ ପ୍ରତିରୋଧ କରିପାରିବେ, ସେ ବିଷୟରେ କର୍ମଶାଳାରେ ସୂଚନା ଦିଆଯାଇଥିଲା।
କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ କହିଥିଲେ ଯେ, ଯୌତୁକ ପ୍ରଥା ଏବେ ମଧ୍ୟ ସମାଜରେ ପ୍ରଚଳିତ ରହିଛି। ଝିଅମାନେ ଶିକ୍ଷିତ ହେବା ପରେ ମଧ୍ୟ ଯୌତୁକ ପ୍ରଥାର ଶିକାର ହେଉଛନ୍ତି। ତେଣୁ ଏହି ପ୍ରଥା ବିରୋଧରେ ସମସ୍ତଙ୍କୁ ନିଜର ସ୍ୱର ଉତ୍ତୋଳନ କରିବା ଆବଶ୍ୟକ। ଯୌତୁକର ଶୃଙ୍ଖଳକୁ ଭାଙ୍ଗିବା ପାଇଁ ଝିଅମାନଙ୍କୁ ଆଗକୁ ଆସିବାକୁ ପଡ଼ିବ ଏବଂ ଏଥିପାଇଁ ସେମାନେ ନିଜ ଅଧିକାର ଓ ଆଇନ ସମ୍ପର୍କରେ ସଚେତନ ହେବା ଆବଶ୍ୟକ ବୋଲି ସେ କହିଥିଲେ।ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ବୀଣାପାଣି ମିଶ୍ର କର୍ମଶାଳା ଆରମ୍ଭରେ ସ୍ୱାଗତ ଭାଷଣ ଦେଇଥିଲେ। ସୁରକ୍ଷା ତଥା କାର୍ଯ୍ୟକ୍ରମ ଅଧିକାରୀ ଅଞ୍ଜନା କିସାନ କର୍ମଶାଳା ପରିଚାଳନା କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *