ରଥଖଳା:ରଥନିର୍ମାଣ କାର୍ଯ୍ୟ ୬୦ ତମ ଦିବସ
ରଥ ନିର୍ମାଣକାରୀଙ୍କ ଉପସ୍ଥାନ
*ତିନିରଥର ମହାରଣା ସେବକ – ୭୬*ତିନିରଥର ଭୋଇ ସେବକ – ୭୪*ତିନିରଥର କରତି ସେବକ – ୪*ତିନିରଥର ରୂପକାର ସେବକ – ୨୧*ତିନିରଥ ଓଝା କମାର ସେବକ – ୨୦*ତୁମ୍ବ ବିନ୍ଧ କାରୀଗର – ୨*ପାହି ମହାରଣା – ୨*ଚିତ୍ରକାର – ୨୫*ରଥଖଳା ସହାୟକ(ପାଣି ବାଲା) ୧
ମୋଟ – ୨୨୫ ଜଣ ରଥ ନିର୍ମାଣର ୬୦ ତମ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ସକାଳ ଘ.୮.୦୦ ଟିକା ପୂର୍ବରୁ ରଥ ଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାସ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନ ପ୍ରକାରେ ରଥ ନିର୍ମାଣ ବୁ କାର୍ଯ୍ୟ ଆରମ୍ଭ କରିଥିଲେ।
ରଥ ନିର୍ମାଣ ଅଗ୍ରଗତି
(ଗତକାଲି ସୁଦ୍ଧା ତିନି ରଥର ଅଗ ଭୂଇଁ ବା ତୃତୀୟ ଭୂଇଁ ଉଭୟ ପାର୍ଶ୍ୱରେ କଇଞ୍ଚିି ପଡ଼ି, ଅନ୍ଧାରୀ ତାଗ ବାଡ଼ିଆ କାର୍ଯ୍ୟ ସମ୍ପନ୍ନ ହେବା ସହ ତିନିରଥରେ ପଟା ପଡ଼ିବା କାର୍ଯ୍ୟ ଜାରୀ ରହିଥିଲା..)
ତିନିରଥର ପାର ଭାଡ଼ି ନିର୍ମାଣ ଶେଷ
ତିନିରଥର ମୁଖ୍ୟ ମହାରଣାଙ୍କ ଉପସ୍ଥିତିରେ ସାଥି ମହାରଣା ଏବଂ ଭୋଇ ସେବକ ମାନେ ମିଶି ତିନିରଥର ବିଭିନ୍ନ ଅଂଶ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଆଗେଇ ନେଉଛନ୍ତି, ତିନିରଥର ୧୩ ପରାସ୍ତ ପୋଟଳ ମଧ୍ୟରୁ କପୁରି ସମେତ ସମସ୍ତ ପୋଟଳ ନିର୍ମାଣ ଶେଷ ହୋଇଥିବାବେଳେ ଆଜି ୬/୭ ପରାସ୍ତ ପାରାଭାଡ଼ି ନିର୍ମାଣ ଶେଷ ହୋଇଛି, ପାରାଭାଡ଼ି ରେ ଚିତ୍ରକାର ମାନେ ରଙ୍ଗ କାର୍ଯ୍ୟ ଶେଷ କଲା ପରେ ତିନିରଥ ଏକ ନମ୍ୱର ପୋଟଳ ଉପରେ ସ୍ଥାପିତ ହେବ ଖପୁରୀ ସମେତ ବାକି ୧୨ ପରସ୍ତ ପୋଟଳ।
ତିନିରଥର ଚନ୍ଦ୍ର ଶାଳୀ ନିର୍ମାଣ ଶେଷ
ଶେଷ ହୋଇଛି ତିନିରଥର ୪ ଗୋଟି ଲେଖାଏଁ ଚନ୍ଦ୍ର ଶାଳୀ ର ନିର୍ମାଣ କାର୍ଯ୍ୟ। ତିନିରଥର ଦୁଆର ବେଢ଼ା ଫ୍ରେମ୍ ନିର୍ମାଣ ପୂର୍ବରୁ ଦୁଆର ବେଢ଼ାର ଅନ୍ୟ ଅଂଶ ମାନ ଯଥା ୮ ଟି ଲେଖାଏଁ ଗାରେଡ଼ି ସହ ଆଠଟି ଲେଖାଏଁ ମଗର ମୁଖ ଏବଂ ଦୁଆର ବେଢାକୁ ବାନ୍ଧେଣି ପାଇଁ ୪ ଟି ଲେଖାଏଁ ଧ୍ୱଜ ବତା ନିର୍ମାଣ ଶେଷ ହୋଇଛି।
** ଏଥିସହ ତିନି ରଥର ବଡ଼ କଳସ ପେଣ୍ଡି ର ନିର୍ମାଣ ଶେଷ ହୋଇଛି।
** ଏଥିସହ ତିନିରଥର ଚାରି କୋଣକୁ ଛାଡ଼ି ରଥ ବେଦୀ ଚାରି ପାର୍ଶ୍ୱ ରେ ପରୁସ ପଟା ବାଡ଼ିଆ କାର୍ଯ୍ୟ ଜାରୀ ରହିଛି।
ରୂପକାର
ରୂପକାର ସେବକ ମାନେ ତିନିରଥର ୨୪ ଗୋଟି ନାଟ ଗୋଡ଼ରୁ ୧୨ ଗୋଟି ନାଟ ଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ ଶେଷ କରି ବାକି ୧୨ ଗୋଟି ନାଟ ଗୋଡରେ କନ୍ଦର୍ପ ରୂପ ଖୋଦେଇ ଜାରୀ ରଖିଛନ୍ତି।
ରଥ ଚକ ଗୁଡ଼ିକର ସୁରକ୍ଷା ପାଇଁ ଆରମ୍ଭ ହେଲା ଲୁହା ପ୍ଲେଟ୍ ଫିଟିଙ୍ଗ କାର୍ଯ୍ୟ
ତିନିରଥର ସମ୍ମୁଖ ଭାଗ ଚକ ଗୁଡ଼ିକର ସୁରକ୍ଷା ଦୃଷ୍ଟିରୁ ଆରମ୍ଭ ହୋଇଛି ଲୁହା ପ୍ଲେଟ୍ ଫିଟିଙ୍ଗ କାର୍ଯ୍ୟ।
ଆଜି ତାଳଧ୍ଵଜ ରଥର ସମ୍ମୁଖ ଭାଗ ଚକ ଉଭୟ ପାର୍ଶ୍ଵ ପଇ , ପଇ ସଂଯୋଗ ସ୍ଥାନରେ ଲୁହା ପ୍ଲେଟ୍ ମାନ ନଟ ବୋଲ୍ଟ ଦେଇ ମହାରଣା ସେବକ ମାନେ ଫିଟିଙ୍ଗ କାର୍ଯ୍ୟ ଆରମ୍ଭ କରିଛନ୍ତି।
ଚିତ୍ରକାର ଚାଳି
ଚିତ୍ରକାର ସେବକ ମାନେ ତିନିରଥର ନାଟ ଗୋଡ଼ରେ ପ୍ରାଇମର୍ ଦେବା ପରେ ନାଟ ଗୋଡ଼ ଗୁଡ଼ିକରେ ରଙ୍ଗ କାର୍ଯ୍ୟ ଆରମ୍ଭ କରିଛନ୍ତି, ଏଥିସହ ପାର୍ଶ୍ୱ ଦେବ ଦେବୀ ମୂର୍ତ୍ତି ଗୁଡ଼ିକର ରଙ୍ଗ କାର୍ଯ୍ୟ ସହ ହଂସ ପଟା, ଦେବ ଦେବୀ ଆସ୍ଥାନ ଫ୍ରେମ୍ ,କଳସ ,,ଓଲଟ ଶୁଆ ସହ ତିନିରଥର ବାହ୍ୟ ଅଂଶ ଗୁଡ଼ିକର ରଙ୍ଗ କାର୍ଯ୍ୟ ପୂର୍ବରୁ ଧଳା ପ୍ରାଇମର୍ ଦେବା କାର୍ଯ୍ୟ ଜାରୀ ରଖିଛନ୍ତି।
କମାର ଶାଳ
ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ତିନିରଥର ଦୁଆର ବେଢ଼ା ପାଇଁ ଚଉରସ ଏବଂ ଅଗ ପତେଳୀ କଣ୍ଟା ନିର୍ମାଣ ଏଲ କ୍ଲାମ୍ପ୍, ଇଉ କ୍ଲାମ୍ପ୍ ନିର୍ମାଣ ସହ ରଥର ଜଏଣ୍ଟ ସ୍ଥାନଗୁଡ଼ିକରେ ଏଲ କ୍ଳାମ୍ପ୍ ଫିଟିଙ୍ଗ ଜାରୀ ରଖିଛନ୍ତି।
ପାହି ମହାରଣା
ଦୋଳବେଦୀ ଠାରେ ପାହି ମହାରଣା ମାନେ ରଥଯାତ୍ରା ନିମନ୍ତେ ସେବା ପୂଜା ପାଇଁ କାଠ ନିର୍ମିତ ସରଞ୍ଜାମ ନିର୍ମାଣ ଜାରୀ ରଖିଛନ୍ତି।
