ରଥ ନିର୍ମାଣରେ ବ୍ୟସ୍ତ ଶ୍ରୀକ୍ଷେତ୍ର କ୍ଲବ ର ସଦସ୍ୟ ମାନେ
ପୁରୀ : ପବିତ୍ର ଘୋଷଯାତ୍ରା ଅବସରରେ ପୁରୀର ସାଂସ୍କୃତିକ ଅନୁଷ୍ଠାନ ‘ଶ୍ରୀକ୍ଷେତ୍ର କ୍ଲବ୍’ ପକ୍ଷରୁ ଏକ ପ୍ରଶଂସନୀୟ ତଥା ଅଭିନବ ପ୍ରୟାସ ଦେଖିବାକୁ ମିଳିଛି। ସ୍ଥାନୀୟ ରାମଚଣ୍ଡୀ ସାହିସ୍ଥିତ ଏହି କ୍ଲବ୍ର ଯୁବ ସଦସ୍ୟମାନେ ନିଜର ନିଷ୍ଠା ଓ ସେବା ମନୋଭାବର ପରିଚୟ ଦେଇ ଏକ ଆକର୍ଷଣୀୟ ୧୫ ଫୁଟ ଉଚ୍ଚ ପତିତପାବନଙ୍କ ଏକ କ୍ଷୁଦ୍ର ନନ୍ଦିଘୋଷ ରଥ ନିର୍ମାଣ କରିଛନ୍ତି।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କୃପା ଓ ପ୍ରେରଣାକୁ ପାଥେୟ କରି କ୍ଲବ୍ର କର୍ମକର୍ତ୍ତାମାନେ ଦୀର୍ଘ ଦିନର ପରିକଳ୍ପନା ଓ କଠିନ ପରିଶ୍ରମ ବଳରେ ଏହି ସୁନ୍ଦର ରଥଟିକୁ ପ୍ରସ୍ତୁତ କରିଛନ୍ତି। ଏହି ଅଭିନବ କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ସହ ସମସ୍ତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।ଏହି ସନ୍ଦର୍ଭରେ କ୍ଲବ୍ର ଜଣେ ବରିଷ୍ଠ ସଦସ୍ୟ ନିଜ ପ୍ରତିକ୍ରିୟାରେ କହିଛନ୍ତି, “ଏହି ରଥ ନିର୍ମାଣ କେବଳ ଏକ କାର୍ଯ୍ୟ ନୁହେଁ, ବରଂ ଆମ ସମସ୍ତଙ୍କ ପାଇଁ ଏକ ପରମ ଆଧ୍ୟାତ୍ମିକ ସଫଳତା। ମହାପ୍ରଭୁଙ୍କ ସେବା କରିବାର ଏହି ଅପୂର୍ବ ସୁଯୋଗ ପାଇ ଆମେ ନିଜକୁ ଧନ୍ୟ ମନେ କରୁଛୁ।
