May 10, 2026
Home » ରଥ ନିର୍ମାଣ କାର୍ଯ୍ୟ ଊନବିଂଶ ତମ ଦିବସ

ରଥ ନିର୍ମାଣ କାର୍ଯ୍ୟ ଊନବିଂଶ ତମ ଦିବସ

0
Screenshot 2026-05-10 134846

ରଥ ନିର୍ମାଣକାରୀଙ୍କ ଉପସ୍ଥାନ
*ତିନିରଥ ର ମହାରଣା ସେବକ – ୭୮*ତିନିରଥ ର ଭୋଇ ସେବକ – ୭୭*ତିନିରଥ ର କରତୀ ସେବକ – ୪*ତିନିରଥ ଓଝା କମାର ସେବକ – ୧୭*ତିନିରଥ ରୂପକାର ସେବକ – ୨୧*ତୁମ୍ବ ବିନ୍ଧ କାରୀଗର – ୨*ରଥଖଳା ସହାୟକ(ପାଣି ବାଲା) – ୧ମୋଟ – ୨୦୦ ଜଣ
ଆଜି ଊନବିଂଶ ତମ ଦିବସରେ ତିନି ରଥର ନିର୍ମାଣକାରୀ ସେବକ ମାନେ ସକାଳ ଘ.୮.୦୦ ଟିକା ପୂର୍ବରୁ ରଥଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ବିଶ୍ଵକର୍ମା ସେବକଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।ରଥ ନିର୍ମାଣ ଅଗ୍ରଗତି ଭଉଁରୀ ତିଥିରେ ତିନିରଥ ର ଚକ..ଅଖ ଡେରା ନୀତି ସମ୍ପନ୍ନ ପବିତ୍ର ଭଉଁରୀ ତିଥିରେ ଚକ..ଅଖ ଡେରା ନୀତି ପରମ୍ପରା ପ୍ରକାରେ ପାଳିତ ହୋଇଅଛି।

 

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ, ବଳଭଦ୍ର ମହାପ୍ରଭୁଙ୍କ ତାଳଧ୍ଵଜ ରଥ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପ ଦଳନ ରଥର ଚକ ସହ ଅଖ ସଂଯୋଗ ପୂର୍ବକ ଆଜି ଚକ ଡେରା ନୀତି ଶ୍ରୀମନ୍ଦିରରୁ ଶ୍ରୀବିଗ୍ରହଙ୍କ ଆଜ୍ଞାମାଳ ବିଜେ ପରେ ପୂଜାର୍ଚ୍ଚନା ପୂର୍ବକ ଏହି ନୀତି ସମ୍ପନ୍ନ ହୋଇଅଛି।
ମହାପ୍ରଭୁଙ୍କ ସକାଳଧୂପ ଘ ୧୧.୪୫ ମି଼ନିଟ ରେ ଶେଷ ହେବାପରେ ରତ୍ନ ସିଂହାସନରୁ ତିନି ଠାକୁରଙ୍କ ଆଜ୍ଞାମାଳ ଘ.୧୨..୨୫ ରେ ବିଜେ ହୋଇ ଶ୍ରୀନଅରକୁ ଘ.୧୨.୩୫ ମି. ରେ ବିଜେ ହୋଇ ଆସିବାରେ ତାଳଧ୍ଵଜ ରଥ ର ଚକ ..ଅଖ ଘ ୧୨.୩୫ ମିନିଟରେ, ନନ୍ଦି ଘୋଷ ରଥର ଚକ.. ଅଖ ଘ.୧୨.୩୮ ମିନିଟରେ ଏବଂ ଦେବଦଳନ ରଥର ଚକ.. ଅଖ ଘ.୧୨.୪୦ ମିନିଟରେ ସଂଯୋଗ ଭୋଇ ସେବକ ମାନେ ଭୋଇ ସର୍ଦ୍ଦାର ରବି ଭୋଇ ଏବଂ କାର୍ତ୍ତିକ ଭୋଇ ଙ୍କ ତତ୍ତ୍ଵାବଧାନରେ ତିନି ରଥର ଚକ – ଅଖ ସଂଯୋଗ ସମ୍ପନ୍ନ ପରେ ଶ୍ରୀନଅର ଠାରୁ ତିନି ପୂଜାପଣ୍ଡା ସାମନ୍ତଙ୍କ ଦ୍ଵାରା ତାଳଧ୍ଵଜ ରଥ ଚକ.. ଅଖରେ ଆଜ୍ଞାମାଳ ଲାଗି ଘ.୧୨ ୪୫ ମିନିଟରେ, ନନ୍ଦିଘୋଷ ରଥ ଚକ.. ଅଖରେ ଆଜ୍ଞାମାଳ ଲାଗି ଘ.୧୨.୪୮ ମିନିଟ ରେ ଏବଂ ଦର୍ପଦଳନ ରଥଚକ.. ଅଖରେ ଘ.୧୨.୫୦ମିନିଟ୍ ରେ ଆଜ୍ଞାମାଳ ଲାଗି ସମ୍ପନ୍ନ ହୋଇଥିଲା।ଶ୍ରୀମନ୍ଦିର ରତ୍ନସିଂହାସନରୁ ଶ୍ରୀବିଗ୍ରହମାନଙ୍କ ଆଜ୍ଞାମାଳ ବିଜେ କରାଇ ଶୋଭାଯାତ୍ରାରେ ବଡ଼ଠାକୁରଙ୍କ ବାଡରୁ ଶ୍ରୀ ଦାଶରଥୀ ପୂଜାପଣ୍ଡା ସାମନ୍ତ,ଦେବୀ ସୁଭଦ୍ରାଙ୍କ ବାଡରୁ ଶ୍ରୀ ବୈରାଗୀ ପୂଜାପଣ୍ଡା ସାମନ୍ତ ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ବାଡରୁ ଶ୍ରୀ ଗୋପାଳ କୃଷ୍ଣ ପୂଜାପଣ୍ଡା ସାମନ୍ତେ ଆସି ଭଉଁରୀ ତିଥିରେ ତିନି ରଥର ଚକ..ଆଖରେ ଆଜ୍ଞାମାଳ ଲାଗି ସମ୍ପନ୍ନକରିଥିଲେ।*ଭଉଁରୀ ତିଥିରେ ଚକାଡେରା ନୀତି ପରେ ପରମ୍ପରା ପ୍ରକାରେ ରଥ ଖଳାରେ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥାଏ।ଆଜି ମଧ୍ୟାହ୍ନ ବିରତି ପର୍ଯ୍ୟନ୍ତ ରଥ ଖଳାରେ ତିନି ରଥର ନିର୍ମାଣକାରୀ ସେବକ ମାନେ ରଥ ନିର୍ମାଣ କାର୍ଯ୍ୟ ଜାରୀ ରଖିଥିଲେ।

Leave a Reply

Your email address will not be published. Required fields are marked *