ରବିଧାନ ଉଠାଣ ରେ ବିଳମ୍ବ ଚାଷୀ ମାନଙ୍କ ଜାତୀୟ ରାଜପଥ ଅବରୋଧ
ଗୋପାଳପୁର-ରାୟପୁର ୫୯ ନମ୍ବର ଜାତୀୟ ରାଜପଥ ରେ ଯାତାୟାତ ବନ୍ଦ।
କଳାହାଣ୍ଡି ଜିଲ୍ଲା ମଦନ ରାମପୁର ବ୍ଲକର ଅଁଳାପାଲି ଓ ବମକ ମଣ୍ଡିରେ ଚାଷୀଙ୍କ ଚିନ୍ତା ବଢ଼ାଇଛି ଧାନ ଉଠାଣର ବିଳମ୍ବ ନେଇ ଚାଷୀକୁଳ ତାତିଛନ୍ତି। ମଣ୍ଡିରେ ୧୦ ହଜାରରୁ ଅଧିକ କ୍ୱିଣ୍ଟାଲ ଧାନ ପଡ଼ି ରହିଛି ।କାଳବୈଶାଖୀର ଅଦିନିଆ ବର୍ଷାରେ ଧାନ ଭିଜି ନଷ୍ଟ ଗଜା ହୋଇଗଲାଣି। ମିଲର, ସମବାୟ ସମିତି କିମ୍ବା ଯୋଗାଣ ବିଭାଗର କୌଣସି ଅଧିକାରୀଙ୍କ ଦେଖା ନ ମିଳିବାରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ନିଜର କଷ୍ଟ ଉପାର୍ଜିତ ଫସଲର ସୁରକ୍ଷା ଓ ଶୀଘ୍ର ଉଠାଣ ଦାବି କରି ଆଜି ଶହଶହ ଚାଷୀ ଗୋପାଳ ପୁର ରାୟପୁର ୫୯ ନମ୍ବର ଜାତୀୟ ରାଜପଥ ରେ ଆଜି ସକାଳ ୬ ଟା ରୁ ଧାନ ବସ୍ତା ରଖି ଶାନ୍ତି ଶୃଙ୍ଖଳା ରକ୍ଷା କରି ରାସ୍ତା ଅବରୋଧ କରିଛନ୍ତି। ଫଳରେ ଶହଶହ ଯାନବାହନ ରାସ୍ତା କଡ଼ ରେ ଅଟକି ରହିଛି। ଯାତ୍ରୀ ମାନଙ୍କ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମଦନ ରାମପୁର ବ୍ଲକ କଂଗ୍ରେସ ସଭାପତି ରୁଦ୍ର ପ୍ରତାପ ସିଂହ, ଚାଷୀ ନେତ ତୁମ୍ବେଶ୍ଵର ସାହୁ, ନିଗମାନନ୍ଦ ସାହୁ,ଖିରସାଗର ସାହୁ, ମିନକେତନ ସାହୁ,ଶତ୍ରୃଘ୍ନ ସାହୁ, ଝସକେତନ ସାହୁ ପ୍ରମୁଖ ଶହଶହ ଚାଷୀ ପ୍ରମୁଖ ଉପସ୍ଥିତ ରହିଛନ୍ତି। ଏପର୍ଯ୍ୟନ୍ତ କୌଣସି ସରକାରୀ ଅଧିକାରୀ ଆନ୍ଦୋଳନକାରୀଙ୍କ ପାଖରେ ପହଞ୍ଚି ନାହାନ୍ତି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ…
