October 16, 2024
Home » ରାଇରଙ୍ଗପୁର ଠାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ. ପୂଜା ସମୟରେ ଶାନ୍ତି ଶୃଙ୍ଖଳା ଓ ସୁରକ୍ଷା ଉପରେ ଉପଜିଲ୍ଲାପାଳଙ୍କ ଗୁରୁତ୍ୱ.

ରାଇରଙ୍ଗପୁର ଠାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ. ପୂଜା ସମୟରେ ଶାନ୍ତି ଶୃଙ୍ଖଳା ଓ ସୁରକ୍ଷା ଉପରେ ଉପଜିଲ୍ଲାପାଳଙ୍କ ଗୁରୁତ୍ୱ.

0

 

ରାଇରଙ୍ଗପୁର : : ବାମନଘାଟି ଉପଖଣ୍ଡ ରେ ଚଳିତ ପାର୍ବଣ ଋତୁ ରେ ମହାମାୟୀ ଜଗଦଜନନୀ ମା ଦୁର୍ଗା, ମା ଲକ୍ଷ୍ମୀ, ମା କାଳୀ ଙ୍କ ପୂଜା ତଥା ବିସର୍ଜନ ଉତ୍ସବ ସହିତ ଅନ୍ୟାନ୍ୟ ପର୍ବ କୁ ଶାନ୍ତି ଶୃଙ୍ଖଳା ସହିତ ପାଳନ ନିମନ୍ତେ ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ପୂର୍ବାହ୍ନ ୧୧ ଘଟିକା ସମୟରେ ଉପଜିଲ୍ଲାପାଳ ଶ୍ରୀ ସୌମ୍ୟରଞ୍ଜନ ପ୍ରଧାନ, ଭା.ପ୍ର.ସେ. ଙ୍କ ଅଧ୍ୟକ୍ଷତା ରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି.

ଉକ୍ତ ବୈଠକ ରେ ରାଇରଙ୍ଗପୁର ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ଗୋକୁଳାନନ୍ଦ ସାହୁ,ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଶ୍ରୀ ରବୀନ୍ଦ୍ର କୁମାର ମାରାଣ୍ଡି ଯୋଗ ଦେଇଥିବା ବେଳେ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ, ଟାଟା ପାୱାର କତୃପକ୍ଷ, ୱାଟକୋ କତୃପକ୍ଷ, ଅଗ୍ନିଶମ ଅଧିକାରୀ, ବିଭିନ୍ନ ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ବିଭିନ୍ନ ପୂଜା କମିଟି ର ସଭାପତି, ସମ୍ପାଦକ ଓ ସଦସ୍ୟବୃନ୍ଦ, ସହରର ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବି ଓ ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ମାନେ ଯୋଗ ଦେଇ ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ.

ପ୍ରାରମ୍ଭ ରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ବୈଠକ ରେ ଉପସ୍ଥିତ ସମସ୍ତଙ୍କୁ ଶାରଦୀୟ ଅଭିନନ୍ଦନ ଜଣାଇ ସ୍ୱାଗତ କରିଥିଲେ ଏବଂ ଉକ୍ତ ବୈଠକର ମୁଖ୍ୟ ଉଦେଶ୍ୟ ସମ୍ପର୍କ ରେ ପ୍ରକାଶ କରିଥିଲେ.

ଏହା ପରେ ସମ୍ମାନୀୟ ଉପଜିଲ୍ଲାପାଳ ୨୦୨୩ବର୍ଷରେ ଅନୁଷ୍ଠିତ ହୋଇଥିବା ଶାନ୍ତି କମିଟି ବୈଠକର ବିବରଣୀ କୁ ଅନୁଧ୍ୟାନ କରିଥିଲେ. ଏହାକୁ ଭିତ୍ତି କରି ସମସ୍ତ ବିଷୟବସ୍ତୁ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ଓ ପର୍ଯ୍ୟାଲୋଚନା ତଥା ସମସ୍ତ ଦିଗ ପ୍ରତି ଦୃଷ୍ଟି ରଖି ସର୍ବ ସମ୍ମତି କ୍ରମେ ଶାନ୍ତି ଶୃଙ୍ଖଳା ସହିତ ସୌହାର୍ଦ୍ଧପୂର୍ଣ୍ଣ ବାତାବରଣ ଭିତରେ ଯେପରି ପାର୍ବଣ ପାଳନ ହେବ ସେ ସମ୍ଭନ୍ଧ ରେ ସମ୍ପୃକ୍ତ ବିଭାଗୀୟ ଅଧିକାରଙ୍କୁ ନିଜ ନିଜ ଦାୟିତ୍ୱ ସୁଚାରୁ ରୂପେ ସମ୍ପାଦନ ପାଇଁ ନିଷ୍ପତ୍ତି ନିଆଯାଇଥିଲା.

ନିଷ୍ପତ୍ତି ଅନୁଯାୟୀ
ପୂଜା ସମୟରେ ଟ୍ରାଫିକ ନିୟନ୍ତ୍ରଣ, ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୂଜା ମଣ୍ଡପ ନିକଟରେ ତଥା ସହର ରେ ଆବଶ୍ୟକ ସଂଖ୍ୟକ ପୋଲିସ ମୃତୟନ ପାଇଁ ପୋଲିସ ବିଭାଗ କୁ, ପୂଜା ପୂର୍ବରୁ ରାସ୍ତାଘାଟ ମରାମତି,ପୂଜା ସମୟରେ ପାନୀୟ ଜଳ ଯୋଗାଣ, ସହର ରେ ଉପଯୁକ୍ତ ଆଲୋକୀକରଣ, ପରିଷ୍କାର ପରିଚ୍ଛନ୍ନ,ପଚା ସଢ଼ା ଅସ୍ୱାସ୍ଥ୍ୟକର ଖାଦ୍ୟ ଦ୍ରବ୍ୟ ବିକ୍ରୟକୁ ନିଷେଧ କରିବା ସହ ଏହାର ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନେବା ଏବଂ ମୂର୍ତ୍ତି ବିସର୍ଜନ ପାଇଁ ଅସ୍ଥାୟୀ ପୋଖରୀ ନିର୍ମାଣ କରିବା ପାଇଁ ପୌରପାଳିକାକୁ ଦାୟିତ୍ୱ ଦିଆଯାଇଛି.ସେହିପରି ପୂଜା ସମୟରେ ନିରବିଛିନ୍ନ ବିଦ୍ୟୁତ ସରlବରାହ ଯୋଗାଇଦେବା ତଥା ପୂଜା କମିଟି ମାନଙ୍କୁ ଆବଶ୍ୟକୀୟ ବୈଦ୍ୟୁତିକ ପ୍ରମାଣ ପତ୍ର ଯୋଗାଇଦେବା ପାଇଁ ଟିପିଏନଓଡିଏଲ କୁ ନିର୍ଦେଶ ଦିଆଯାଇଛି.ସେହିପରି ପୂଜା ସମୟରେ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ଯୋଗାଇବା କ୍ଷେତ୍ର ରେ ସବୁ ପ୍ରକାର ବ୍ୟବସ୍ଥା ପ୍ରସ୍ତୁତ ରଖିବା ପାଇଁ ଉପଖଣ୍ଡ ଚିକିତ୍ସାଧିକାରୀ ଙ୍କୁ ପରାମର୍ଶ ଦିଆଯାଇଛି. ସେହିପରି ପୂଜା ମଣ୍ଡପ ଗୁଡିକ ନିକଟରେ ପାନୀୟ ଜଳ ଟାଙ୍କି ଯୋଗାଇବା ପାଇଁ ୱାଟକୋ କତୃପକ୍ଷଙ୍କୁ ଅନୁରୋଧ କରାଯାଇଛି. ପୂଜା ସମୟରେ ମଦ ଓ ମାଦକ ଦ୍ରବ୍ୟ ବିକ୍ରି କୁ ସମ୍ପୂର୍ଣ୍ଣ ନିଷେଧ କରାଇବା ପାଇଁ ଅବକାରୀ କତୃପକ୍ଷ ଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଅଗ୍ନିଶମ ଅଧିକାରୀ ଙ୍କୁ ଆବଶ୍ୟକ ପରିମାଣ ର ଅଗ୍ନିନିର୍ବାପକ ଉପକରଣ ପ୍ରସ୍ତୁତ ରଖିବା ଓ ପୂଜା କମିଟି ମାନଙ୍କୁ ଅଗ୍ନିନିରାପଦ ପ୍ରମାଣ ପତ୍ର ପ୍ରଦାନ କରିବା ପାଇଁ ପରାମର୍ଶ ଦିଆଯାଇଛି.ପୂଜା ମଣ୍ଡପ ସ୍ଥାନରେ ଅଗ୍ନିନିର୍ବାପକ ଉପକରଣ ରଖିବା ସହିତ ପୂଜା ଓ ଭସାଣି ଉତ୍ସବ ସମୟ ରେ ରୋଗୀ ଓ ବୟସ୍କ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇ କମ ଶବ୍ଦ ରେ ଡାକବାଜି ଓ ଅନ୍ୟାନ୍ୟ ଶବ୍ଦ ଉପକରଣ ବ୍ୟବହାର କରିବା ପାଇଁ ପୂଜା କମିଟି ମାନଙ୍କୁ ଉପଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି.

ସର୍ବୋପରି ଭକ୍ତ, ଶ୍ରଦ୍ଧାଳୁ ତଥା ଜନସାଧାରଣ ଙ୍କ ହିତ ଦୃଷ୍ଟି ରୁ ପୂଜା କମିଟି ମାନେ ସରକାରଙ୍କ ସମସ୍ତ ନିୟମ ନୀତି କୁ ଅନୁପାଳନ କରି ଦେବଦେବୀ ଙ୍କ ପୂଜା, ନୀତିକାନ୍ତି, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭସାଣି ଉତ୍ସବ କୁ ବ୍ୟବସ୍ଥିତ ଢଙ୍ଗରେ ଆୟୋଜନ କରିବା ପାଇଁ ଉପଜିଲ୍ଲାପାଳ ପୂଜା କମିଟି ର କର୍ମକର୍ତ୍ତା ମାନଙ୍କ ସହଯୋଗ କାମନା କରିବା ସହ ବୈଠକ ରେ ଯୋଗ ଦେଇ ଆଲୋଚନା ରେ ସକ୍ରିୟ ଅଂଶ କରିଥିବା ରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ.

Leave a Reply

Your email address will not be published. Required fields are marked *