ରାଜନଗରରେ ଜିଲ୍ଲାପାଳ ଓ ଆରକ୍ଷୀଧିକ୍ଷକଙ୍କ ମିଳିତ ଜନଶୁଣାଣିରେ ୧୧୨ ଅଭିଯୋଗ।
ରାଜନଗର: କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀଧୀକ୍ଷକଙ୍କ ମିଳିତ ଜନଶୁଣାଣି ପ୍ରତିଥର ଭଳି ଗତକାଲି ଅନୁଷ୍ଠିତ ହେଇଯାଇଛି। ଜିଲ୍ଲାପାଳ ରଘୁରାମ ଆର ଆୟାରଙ୍କ ଅଧ୍ୟକ୍ଷତାରେ ୧୧୨ଜଣଙ୍କର ଅଭିଯୋଗ ଗ୍ରହଣ କରାଯାଇ ବିଚାର ନିମନ୍ତେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଦିଆଯାଇଛି। ଜଣେ ଦିବ୍ୟାଙ୍ଗକୁ ଟ୍ରାଏ ସାଇକେଲ ପ୍ରଦାନ କରାଯାଇଥିବା ବେଳେ ବାରମ୍ଵାର ଏହି ଜନଶୁଣାଣିକୁ ଦୈ।ଡି ଦୈଡି ଫଳଶୂନ୍ୟ ବିଚାରରେ ତଥାପି କେତେଜଣ ଅଭିଯୋଗ କରିଥିବା ଜଣାପଡିଛି। ସମସ୍ତ ଅଭିଯୋଗର ତଦନ୍ତ କରାଯାଇ ବିଚାର କରାଯିବ ବୋଲି ସଵୁଥର ଭଳି ଏଥର ମଧ୍ୟ ଜିଲ୍ଲାପାଳ ଗଣମାଧ୍ୟମ ଆଗରେ ସଫେଇ ଦେଇଥିବା ଜଣାପଡିଛି। ହେଲେ ରାଜନଗର ତହସିଲଦାର ଶ୍ରୀଯୁକ୍ତ ଯିଶୁଖ୍ରୀଷ୍ଟ ଙ୍କ ନାମରେ ସରକାରୀ ଯାଗା ଧନୀକ ବ୍ୟକ୍ତିଙ୍କୁ ଟେକି ଦେଇ ନିଜେ ଫାଇଦା ହାସଲ କରିବା ଜବରଦଖଲ ଆରମ୍ଭରୁ ଗ୍ରାମବାସୀଙ୍କ ଅଭିଯୋଗ ଶୁଣି ଫାଉଣ୍ଡେସନରୁ ଉଛ୍ଛେଦ ନକରି ବରଂ ଦୁଇମହଲା ପର୍ଯ୍ୟନ୍ତ ଛାତ ପକାଇବା ସୁଯୋଗ ଦେଵା, ଜ୍ଏଣ୍ଟ ଖାତାରୁ ସ୍ବାର୍ଥ ରଖି ଏକତରଫା ଜଣଙ୍କୁ ପଟା କରିବା, ଡ୍ରେନ ପାଣି ନିଷ୍କାସନ ପାଇଁ ଜାଗାକୁ ନେଇ ଟାଳଟୁଳ ନୀତି ଅବଲମ୍ଵନକରିବା ଆଦି ରାଜନଗର, ରିଘାଗଡ, ଓ ତାଳଚୁଆ, ଶିଳପେ।ଖରୀରୁ ପୁଳା ପୁଳା ଅଭିଯୋଗ ତହସିଲଦାରଙ୍କ ନାରେ ଦେଖିବାକୁ ମିଳିଥିଲା। ସେହିପରି ପିଏମ ଆର ଆଇ, ରେସନକାର୍ଡ, ରାସ୍ତା, ପାନୀୟଜଳ,ଡିଲଳମାନେ ଅଳ୍ପ ଚାଉଳ ନେଇ ଅଧିକ ଚାଉଳ ବଦଳରେ ୨୦ଟଙ୍କା କିଲୋ ପ୍ରତି ହିତାଧିକାରୀଙ୍କୁ ଦେବା ଏପରି ଅନେକ ଅଭିଯୋଗ ହେଇଥିଲା। ଏପରିକି ପୂର୍ତ୍ତ ବିଭାଗ ଭଳି ସହକାରୀ ଯନ୍ତ୍ରୀଙ୍କୁ ରାସ୍ତାର ଅଵନତି ନେଇ ଅଭିଯୋଗ ହେଉଥିବା ବେଳେ ସହକାରୀ ଯନ୍ତ୍ରୀ ଜିଲ୍ଲାପାଳଙ୍କୁ ଖାତିରି ନକରି ଜନଶୁଣାଣିରେ ମୋବାଇଲରେ ଖେଳୁଥିବା ଦେଖିବାକୁ ମିଳିଥିଲା। କେବଳ ସେ ଜଣେ ନୁହନ୍ତି ବହୁ ଅଧିକାରୀ ଚେୟାରରେ ଵସି ମୋ ବାଇଲରେ ମାତିଥିବା ବେଳେ ଜନଶୁଣାଣି ତାଙ୍କ ପାଇଁ ପ୍ରହସନ ପାଲିଟିଛି। ବାହାରେ ଲେ।କମାନଙ୍କ କହିବା ଅନୁଯାଇ ପ୍ରତିଥର ବିଭିନ୍ନ ଅଭିଯୋଗ ଜିଲ୍ଲାପାଳଙ୍କ ଜନଶୁଣାଣିରେ କରି ଆସୁଥିଲେ ମଧ୍ୟ ଏହା କେବଳ ପ୍ରହସନରେ ପରିଣତ ହେ।ଇ ସରକାରୀ ଅର୍ଥ ଵ୍ୟୟ ହେଉଛି, କିନ୍ତ ଆମର କିଛି ବିଚାର ହେଉନି ବୋଲି ଆଜିର ଜନଶୁଣାଣିରେ ଲେ।କଙ୍କ ଭରଷା ନଥିବାରୁ ଅଳ୍ପ ଲୋକ ଆସିଥିବା ସମବେତ ଜନତା ମତପ୍ରକାଶ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଓ ବ୍ଲକ ସ୍ତରୀୟ ବିଭିନ୍ନ ଵିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।ଏଥିରେ ଦେଖିବାକୁ ମିଳିଥିଲା ଯେଉଁ ଅଧିକାରୀ ମାସ ମାସ ଧରି ତାଙ୍କର ରାଜନଗର ଅଫିସକୁ ଆସୁନଥିଲେ ଜିଲ୍ଲାପାଳଙ୍କ ଜନଶୁଣାଣିରେ ତାଙ୍କୁ ଦେଖିବାକୁ ମିଳିଛି, ହେଲେ ମୋବାଇଲିରେ ଵ୍ୟସ୍ତ ରହିଛନ୍ତି।
