October 18, 2026
Home » ରାଜନଗର ପାର୍ବଣରେ ବିଲ୍ବାଧିବାସ ଉତ୍ସବ

ରାଜନଗର ପାର୍ବଣରେ ବିଲ୍ବାଧିବାସ ଉତ୍ସବ

0
WhatsApp Image 2026-10-18 at 8.08.59 AM

ରାଜନଗର :କେନ୍ଦ୍ରାପଡା ଜିଲ୍ଲା ରାଜନଗର ସଦର ମହକୁମା ଅଞ୍ଚଳରେ ଶାରଦୀୟ ଜଗଜ୍ଜନନୀ ମା ଦୁର୍ଗାଦେବୀଙ୍କ ପବିତ୍ର ବିଲ୍ବାଧିବାସ ଧରାବତରଣରେ ସାରା  ଅଞ୍ଚଳ ଉତ୍ସବ ମୁଖର ହୋଇଉଠିଛି। ରାଜନଗର ପ୍ରସିଦ୍ଧ ଥାନପତି ମା ଜୟଦୁର୍ଗା ଓ ଗଳିଦାଣ୍ଡର ମା ବନଦୁର୍ଗାଙ୍କ ସହିତ ଗୋପାଳପୁରର ମା ଶାରଳାଦେବୀଙ୍କ ମଧ୍ଯ ପାର୍ବଣ ବିଲ୍ବବରଣ ଉତ୍ସବ ରୀତିନୀତି ଅନୁସାରେ ସମ୍ପାଦିତ ହୋଇଯାଇଛି। ଢୋଲ,ମହୁରି ରୋଶଣିରେ ୬ଷ୍ଠୀ ଦିନ ସନ୍ଧ୍ଯାରେ ବେଲବରଣ ବେଳେ ବହୁ ଶ୍ରଦ୍ଧାଳୁ ଭକ୍ତଙ୍କର ସମାବେଶ ଦେଖିବାକୁ ମିଳିଥିଲା। ଏହାଛଡା ବଜାର ମେଢଗୁଡିକର ଅଷ୍ଟମୀରୁ ପୂଜାକାର୍ଯ୍ଯ ଆରମ୍ଭ ସକାଶେ ଏବେଠୁ ତୋରଣ ଓ ଆଲୋକ ସଜାସଜିରେ ବଜାର ପୂରା ସରଗରମ ହୋଇଉଠିଛି। ରାଜନଗରର ୧୮ଟି ମେଢ, ଜରିମୂଳ ବଜାରର ୧୦ଟି ମେଢ,ମଦନପୁର ଏବଂ ଗୁପ୍ତିର ମିଶି ପ୍ରାୟ  ୪୦ଟି ଦେବୀପୀଠରେ ବିଭିନ୍ନ ଦେବଦେବୀଙ୍କ ପୂଜାଉତ୍ସବ ପାଇଁ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି। ଆଜି ମୁଖ୍ଯ ଦେବୀପୀଠଗୁଡିକରେ ୭ମୀ ପୂଜା ଆରମ୍ଭ ହେବା ବେଳେ ଆସନ୍ତାକାଲିଠୁ ଅଷ୍ଟମୀପୂଜାରେ ଗହଳି ଆହୁରି ଜମିବାର ସମ୍ଭାବନା ରହିଛି। ଏବେଠୁ ବଜାର ରାସ୍ତାଘାଟରେ ଗହଳି ହେତୁ ଟ୍ରାଫିକ ସମସ୍ଯା ଦେଖାଦେଲାଣି। ବୁଲା ଗାଈଗୋରୁଙ୍କ ରାସ୍ତା ଅବରୋଧ ହେତୁ ଲୋକ ଯାତାୟାତରେ ବଡ ସମସ୍ଯା ଉପୁଜିଛି। ଶାନ୍ତିଶୃଙ୍ଖଳା ଦାୟିତ୍ବରେ ଥିବା ଶାନ୍ତିକମିଟି ଓ ଆରକ୍ଷୀ ବିଭାଗ ଏସବୁ ଉପରେ ତୀକ୍ଷ୍ଣ ନଜର ରଖିଥିବା ବେଳେ ତିନିଟି ସ୍ଥାନରେ ବାଇକ ଷ୍ଟାଣ୍ଡର ବ୍ଯବସ୍ଥା କରାଯାଇଛି।

rajnagar ru sukanta behera nka report

Leave a Reply

Your email address will not be published. Required fields are marked *