July 4, 2025
Home » ରାଜ୍ୟସ୍ତରୀୟ ଟେରାକୋଟା ପ୍ରଦର୍ଶନୀ ୨୦୨୫ ଉଦଘାଟିତ

ରାଜ୍ୟସ୍ତରୀୟ ଟେରାକୋଟା ପ୍ରଦର୍ଶନୀ ୨୦୨୫ ଉଦଘାଟିତ

0
WhatsApp Image 2025-02-19 at 7.55.08 AM (1)

କଟକ : ରାଜ୍ୟସ୍ତରୀୟ ଟେରାକୋଟା ପ୍ରଦର୍ଶନୀ ୨୦୨୫ ଆଜି କଟକ ଖ୍ରୀଷ୍ଟିଆନ ସାହି ପଡିଆଠାରେ ଉଦଘାଟିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ପ୍ରଦର୍ଶନୀକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରି ଟେରାକୋଟାରେ ଉପଲବ୍ଧ ସାମଗ୍ରୀ ସମ୍ପର୍କରେ ଜନସାଧାରଣ ଅବଗତ ହୋଇପାରିଲେ ଏହା ପ୍ଲାଷ୍ଟିକର ବ୍ୟବହାର ହ୍ରାସ କରିପାରିବ ଓ ପରିବେଶ ଅନୁକୂଳ ହୋଇପାରିବ ବୋଲି କହିଥିଲେ।୧୮ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଦର୍ଶନୀରେ ମୋଟ ୭୫ ଟି ଷ୍ଟଲ ଲାଗିଛି।

ସମଗ୍ର ରାଜ୍ୟର ବିଭିନ୍ନ ସ୍ଥାନରୁ ଉତ୍ପାଦକ ଗୋଷ୍ଠୀ ଓ ବ୍ୟକ୍ତିବିଶେଷ ଏହି ପ୍ରଦର୍ଶନୀରେ ଭାଗ ନେଇଛନ୍ତି। ପ୍ରଦର୍ଶନୀରେ ଖୁବ ଆକର୍ଷଣୀୟ ଟେରାକୋଟା ସାମଗ୍ରୀ ପ୍ରଦର୍ଶିତ ହେଉଛି। ଉଦଘାଟନି ଉତ୍ସବରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ, ଉପନିର୍ଦ୍ଦେଶକ ହସ୍ତଶିଳ୍ପ, କଟକ ଶ୍ରୀ ଜ୍ୟୋତି ରଞ୍ଜନ ଜେନା, ହସ୍ତଶିଳ୍ପ ବିକାଶ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ସାମଲ, ତାପସ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ହସ୍ତଶିଳ୍ପ ଅଧିକାରୀ ଶ୍ରୀ ମାନସ ରଞ୍ଜନ ସେଠୀ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।

ଏହି ପ୍ରଦର୍ଶନୀ ଟେରାକୋଟା କାରିଗରମାନଙ୍କୁ ବିଶେଷ ସହାୟତା ଯୋଗାଇବାରେ ସହାୟକ ହେବ। ପ୍ରଦର୍ଶନୀର ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

କଟକ ଇପିଏ ରୁ ଲଳିତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *