September 30, 2026
Home » ରାଜ୍ୟସ୍ତରୀୟ ବର୍ଷା କବିତା ଆସର

ରାଜ୍ୟସ୍ତରୀୟ ବର୍ଷା କବିତା ଆସର

0
1001307375
  କୈଳାଶ ରଥଙ୍କ “ଶ୍ରୀମଦ ସଂକ୍ଷିପ୍ତ ଭାଗବତ ବୃକ୍ଷ” ( ସପ୍ତାକ୍ଷରୀ ଛନ୍ଦ )ପୁସ୍ତକ ଉନ୍ମୋଚନ ଓ ଲୋକାର୍ପଣ ।
ନୟାଗଡ଼ ( ଇପିଏ ) ନୟାଗଡ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ଓ ସଂସ୍କୃତି ପରିଷଦ,ନୟାଗଡ଼ ପକ୍ଷରୁ ରାଜ୍ୟସ୍ତରୀୟ ବର୍ଷା କବିତା ଆସର ଏବଂ ପଣ୍ଡିତ କୈଳାସ ଚନ୍ଦ୍ର ରଥଙ୍କ ଦ୍ୱାରା ରଚିତ “ଶ୍ରୀମଦ ସଂକ୍ଷିପ୍ତ ଭାଗବତ ବୃକ୍ଷ” ( ସପ୍ତାକ୍ଷରୀ ଛନ୍ଦ )ପୁସ୍ତକ ଆଜି ନୟାଗଡ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ମୁଖ୍ୟ ଅତିଥି ନୟାଗଡ ଜିଲ୍ଲାପାଳ ମଧୁମିତା ରଥଙ୍କ କର କମଳରେ ଉନ୍ମୋଚନ ଓ ଲୋକାର୍ପଣ ହୋଇଯାଇଛି । ବର୍ଣ୍ଣାଢ଼୍ୟ ପରିବେଶରେ ଆୟୋଜିତ ଏହି କବିତା ଆସର ଏବଂ ସାହିତ୍ୟ ସଭାରେ ପରିଷଦ ସଭାପତି ପ୍ରମୋଦ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । “ଶ୍ରୀମଦ ସଂକ୍ଷିପ୍ତ ଭାଗବତ ବୃକ୍ଷ” ପୁସ୍ତକକୁ ଉନ୍ମୋଚନ ଓ ଲୋକାର୍ପଣ ଉତ୍ସବରେ ପଣ୍ଡିତ କୈଳାଶ ଚନ୍ଦ୍ର ରଥ, ତାଙ୍କ ଧର୍ମପତ୍ନୀ ଶାନ୍ତିଲତା ରଥ, ଓ ଭାଇ ଅବସରପ୍ରାପ୍ତ ଆରକ୍ଷୀ ଅଧିକାରୀ ରମେଶ ଚନ୍ଦ୍ର ରଥ ମଧ୍ୟ ଉପସ୍ଥିତରହି କବିତା ପାଠ କରିଥିଲେ ।

କବି ଅଶୋକ ମଲ୍ଲ ପୁସ୍ତକଟିର ସମୀକ୍ଷା କରିଥିଲେ। ଅନ୍ୟତମ ଅତିଥିଭାବେ ବିଶିଷ୍ଟ ସାହିତ୍ୟିକ ଅଭିମନ୍ୟୁ ସାମନ୍ତ ସିଂହାର, ସାହିତ୍ୟ ଗବେଷକ କବି ଡ. ଶରତ କୁମାର ଜେନା, ଆକାଶବାଣୀ କଟକ କେନ୍ଦ୍ରର ସ୍ୱୀକୃତି ପ୍ରାପ୍ତ ଗୀତିକାର, କବି,ଉଦ୍‌ଘୋଷକ ତଥା ନାଟ୍ୟକାର ବିରଞ୍ଚି ନାରାୟଣ ତ୍ରିପାଠି ଏବଂ ସୁସାହିତ୍ୟିକ ତଥା ସୁବକ୍ତା କବି ଡ.ନିତ୍ୟ ସୁନ୍ଦର ସିଆ ପ୍ରମୁଖ ଯୋଗଦାନ କରି ବର୍ଷା ସମ୍ପର୍କିତ ବିଭିନ୍ନ କାବ୍ୟ କବିତା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ସଭା ପ୍ରାରମ୍ଭରେ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ଫଟୋ ଚିତ୍ରରେ ଧୂପ,ପୁଷ୍ପ ଅର୍ପଣ କରିଥିଲେ । ଅତିଥି ମାନଙ୍କ ଦ୍ୱାରା ଲେଖକ, କବି, ପଣ୍ଡିତ କୈଳାସ ଚନ୍ଦ୍ର ରଥ, ଶାନ୍ତିଲତା ରଥ, ଶିଶୁ କବି ଲକ୍ଷ୍ମୀକାନ୍ତ ଖୁଣ୍ଟିଆ, ପ୍ରକାଶକ ଶୁଭ କିଶୋର ଦାଶ, କବି ରମେଶ ଚନ୍ଦ୍ର ରଥ ପ୍ରମୁଖଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ସମ୍ପାଦକ କଣ୍ଠଶିଳ୍ପୀ ତଥା କବି ପ୍ରଶାନ୍ତ କୁମାର ଦାଶ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅନୁଷ୍ଠାନର ସହ ସମ୍ପାଦକ ଲକ୍ଷ୍ମୀଧର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ । ଅଧ୍ୟାପିକା ନୀଳିମା ନନ୍ଦ, ରବୀନ୍ଦ୍ର ମହାପାତ୍ର, ନୀଳମାଧଵ ମିଶ୍ର,ବଂଶୀଧର ମହାପାତ୍ର ଏବଂ ଗୀତାଞ୍ଜଳି ଦଳେଇଙ୍କ ମିଳିତ ସଂଯୋଜନାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଶତାଧିକ କବି ସେମାନଙ୍କ ସ୍ୱରଚିତ କବିତା ପାଠ କରିଥିବା ବେଳେ ସେମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଉପଢୌକନ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

 

ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *