ରାଜ୍ୟ ଦନ୍ତ ସମ୍ମିଳନୀରେ ଧର୍ମଗଡର ଯୁବ ଦନ୍ତ ଚିକିତ୍ସକ ଡାକ୍ତର ସଂଗ୍ରାମ ପାଣିଗ୍ରାହି ସମ୍ମାନିତ
ଭାରତୀୟ ଦନ୍ତ ସଂଘ (IDA) ବାର୍ଷିକ ଓଡ଼ିଶା ରାଜ୍ୟ ଦନ୍ତ ସମ୍ମିଳନୀ ଅକ୍ଟୋବର ୨୫ ଏବଂ ୨୬ ତାରିଖରେ ବଲାଙ୍ଗିରରେ ସଫଳତାର ସହିତ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଥର ପାଇଁ ପଶ୍ଚିମ ଓଡ଼ିଶାରେ ରାଜ୍ୟ ସମ୍ମିଳନୀ ଆୟୋଜନ କରାଯାଇଥିଲା।

ବଲାଙ୍ଗିରର ଭୀମଭୋଇ ମେଡିକାଲ୍ କଲେଜରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟରେ ଥିବା ଦନ୍ତ ଚିକିତ୍ସାରେ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦିଆଯାଇ ସମ୍ମାନିତ କରାଯାଇଥିଲା।କଳାହାଣ୍ଡି ଜିଲ୍ଲା ଧର୍ମଗଡ ର ଲିଙ୍ଗରାଜ ଡେଣ୍ଟାଲ୍ କ୍ଲିନିକ୍ ର ଡାକ୍ତର ସଂଗ୍ରାମ ପାଣିଗ୍ରାହିଙ୍କୁ ଓଡ଼ିଶାର ଉଦୀୟମାନ ଯୁବ ଦନ୍ତ ଚିକିତ୍ସକ ଭାବରେ ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଥିଲା। ଦନ୍ତ ଚିକିତ୍ସକ ଡାକ୍ତର ପାଣିଗ୍ରାହୀଙ୍କୁ ଉତ୍ସର୍ଗୀକୃତତା ଏବଂ ଅନୁକରଣୀୟ କାର୍ଯ୍ୟ ପାଇଁ ସର୍ବୋଚ୍ଚ ସମ୍ମାନ ଦିଆଯାଇଥିଲା।

ବଲାଙ୍ଗିରର ଭୀମଭୋଇ ମେଡିକାଲ୍ କଲେଜରେ ଆୟୋଜିତ ଉକ୍ତ ରାଜ୍ୟସ୍ତରୀୟ ସମ୍ମିଳନୀରେ ବଲାଙ୍ଗୀର ବିଧାୟକ କଳିକେଶ ସିଂହ ଦେଓ ମୁଖ୍ୟ ଅତିଥି ଯୋଗଦେଇଥିବା ବେଳେ ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଇସାଲୱାର,ଭାରତୀୟ ଦନ୍ତ ସଂଘ ସଭାପତି ଡକ୍ଟର ଲଲାଟେନ୍ଦୁ ସାହୁ, ସଚିବ ଡକ୍ଟର ସୁବାଷ ନାଏକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ବଲାଙ୍ଗିର ଜିଲ୍ଲାରେ ଭାରତୀୟ ଦନ୍ତ ସଂଘ ଓ ଓଡ଼ିଶା ରାଜ୍ୟ ଦନ୍ତ ସମ୍ମିଳନୀର ଆୟୋଜନ ଓଡ଼ିଶାର ଦନ୍ତ ସଂଘ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
