ରାଜ୍ୟ ସମର ଶିକ୍ଷାର୍ଥୀ ବାହିନୀର ଐତିହାସିକ ପଦଯାତ୍ରା ଓ ରକ୍ତଦାନ ଶିବିର ଅନୁଷ୍ଠିତ

କଟକ : ରାଜ୍ୟର ସର୍ଵବୃହତ ଶୃଙ୍ଖଳିତ ଯୁବ ସଂଗଠନ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି)ଆନୁକୁଲ୍ୟରେ ୮00 ରୁ ଉର୍ଦ୍ଧ୍ବ କ୍ୟାଡେଟମାନଙ୍କୁ ନେଇ ଆଜି ଏକଐତିହାସିକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l
ଏହି ପଦଯାତ୍ରା ସମୟରେ କ୍ୟାଡେଟ ମାନେ ବିଭିନ୍ନ ଗ୍ରୁପରେ ଭାଗ ହୋଇ ବିଭିନ୍ନ ସ୍ଥାନରେ ଥିବା ସ୍ଵାଧୀନତା ସଂଗ୍ରାମୀ ମାନଙ୍କର ସ୍ମାରକୀ ପରିଦର୍ଶନ କରିବା ସହ ବୀର ସଂଗ୍ରାମୀ ମାନଙ୍କର ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ l ଏତଦବ୍ୟତୀତ ସ୍ମାରକୀ ଗୁଡ଼ିକର ପରିଷ୍କାର ପରିଚ୍ଛନ୍ନ କରିବା ସହ ରକ୍ଷଣାବେକ୍ଷଣ ଦିଗରେ କାର୍ଯ୍ୟକରିବା ପାଇଁ ଶପଥ ନେଇଥିଲେ l
କ୍ୟାଡେଟମାନେ ନେତାଜୀଙ୍କ ଜନ୍ମସ୍ଥାନ, ଉତ୍କଳମଣି ଗୋପବନ୍ଧୁ ଦାସ, ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି, ଆନନ୍ଦ ଭବନ ଆଦି ସ୍ଥାନ ପରିଚ୍ଛନ୍ନ କରିଥିଲେ। ଏକ ଦାୟିତ୍ୱ ସଂପନ୍ନ ନାଗରିକ ଭାବରେ ଜାତୀୟତାବୋଧ, ଏକତା ଓ ନିଃସ୍ଵାର୍ଥପର ଭାବଧାରାରେ ବିଶ୍ୱାସ ରଖୁଥିବା ଏହି ଯୁବ ବାହିନୀ ଏକ ବିଶାଳ ପଦଯାତ୍ରାରେ ମୁଣ୍ଡଳୀ ସ୍ଥିତ ସାଇ ଇଣ୍ଟରନ୍ୟାସନାଲ ଆବାସିକ ବିଦ୍ୟାଳୟ ପରିସରରେ ଆୟୋଜିତ ବିଶାଳ ରକ୍ତଦାନ ଶିବିରରେ ଏକତ୍ରିତ ହୋଇଥିଲେ l
ଉକ୍ତ ଶିବିରରେ ବାରବାଟି -କଟକର ମାନ୍ୟବର ବିଧାୟିକା ଶ୍ରୀମତୀ ସୋଫିଆ ଫିର୍ଦୋଷ ଉଦଘାଟକ ଭାବରେ ଯୋଗ ଦେଇ ଉପସ୍ଥିତ ସମବେତ ଯୁବକ୍ୟାଡେଟ ମାନଙ୍କୁ ଉତ୍ସାହିତ କରିବା ସହ ଏନସିସି ଭଳି ଶୃଙ୍ଖଳିତ ଯୁବପିଢ଼ି ରାଷ୍ଟ୍ରନିର୍ମାଣ କାହିଁକି ସାରା ବିଶ୍ୱନିର୍ମାଣର ବିଶ୍ୱକର୍ମା ହୋଇ ଶାନ୍ତି, ମୈତ୍ରୀ,ସଂହତି ଓ ସମୃଦ୍ଧି ସ୍ଥାପନ କରିପାରିବ ବୋଲି ମତବ୍ୟକ୍ତ କରିଥିଲେ l ଶିବିରରେ ୧୦୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। କଟକ ଗ୍ରୁପ୍ ଏନସିସିର ଗ୍ରୁପ କମାଣ୍ଡର କର୍ଣ୍ଣେଲ ସତ୍ୟବ୍ରତ ସ୍ଵାଇଁ ଏହି ବିଶାଳ ସମାବେଶକୁ ସଫଳ କରିଥିବା କ୍ୟାଡେଟ, ସାମରିକ କର୍ମଚାରୀ, ସହକାରୀ ଏନସିସି ଅଧିକାରୀ, ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ପରିଚାଳନା କମିଟିର ସମସ୍ତ ସଭ୍ୟ,ଆୟୋଜକ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିବା ସହ ଏହି ଶୃଙ୍ଖଳିତ ଯୁବପିଢ଼ି ଏକ ପରିବର୍ତ୍ତନକାରୀ ଶକ୍ତି ଧାରଣ କରିପାରିବେ, ଯାହା ଆମ ମହାନ ଜାତିର ଭାଗ୍ୟକୁ ନୂତନ ଦିଗଦର୍ଶନ ଦେବ ବୋଲି କହିଛନ୍ତି l
କଟକ ଇପିଏ ରୁ ଲଳିତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )