ରାଜ୍ୟ ସ୍ତରୀୟ କୃଷକ ଉତ୍ପାଦକ ସଂଗଠନ ଫେଡେରେସନ ନିମନ୍ତେ ସାମ୍ବିଧାନିକ ସମ୍ବିଳନୀ ଅନୁଷ୍ଠିତ l
ସୁବର୍ଣ୍ଣପୁର: ଓଡିଶା କୃଷି ବିଶ୍ୱ ବିଦ୍ୟାଳୟ ସମ୍ପ୍ରସାରଣ ସମ୍ବିଳନୀ ଗୃହ ଠାରେ ସହକାର ଭାରତୀ ର ଏଫ.ପି.ଓ ପ୍ରକୋଷ୍ଠ ପ୍ରମୁଖ ଡ. ଶୁଶାନ୍ତ କୁମାର ନାୟକ ଙ୍କ ସଭାପତିତ୍ବ ରେ, ରାଜ୍ୟ ସହ ସଂଯୋଜକ ସୋନାଶିଷ ଜେନାଙ୍କ ଆବାହକତ୍ୱରେ ଓ ରାଜ କିଶୋର ଅଗ୍ରୱାଲଙ୍କ ସଂଯୋଜନାରେ ଓଡିଶାର ଅଗ୍ରଣୀ କୃଷକ ଉତ୍ପାଦକ ସଂଗଠନ ମାନଙ୍କ ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କ ଉପସ୍ଥିତିରେ ରାଜ୍ୟ ସ୍ତରୀୟ କୃଷକ ଉତ୍ପାଦକ ସଂଗଠନ ଫେଡେରେସନ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ସର୍ବପ୍ରଥମେ ନିଜ ନିଜ ପରିଚୟ ପ୍ରଦାନ, ସଂଗଠନ ମନ୍ତ୍ର, ଘଣ୍ଟ ଓ ଶଙ୍ଖ ଧ୍ୱନୀ ସହ ଦୀପ ପ୍ରଜ୍ୱଳନ, ଅତିଥି ଓ ଆଲୋଚକ ମାନଙ୍କୁ ଉତ୍ତରୀୟ ଓ ଲଙ୍ଗଳ ଦେଇ ସଂମ୍ମାନିତ କରାଯାଇଥିଲା l ଆଲୋଚନା ଚକ୍ରର ମୁଖ୍ୟ ଅତିଥି ଭାବେ ଓଡିଶା କୃଷି ବିଶ୍ୱ ବିଦ୍ୟାଳୟ ଡିନ ଡ଼. ପ୍ରଶ୍ନଜିତ ମିଶ୍ର, ସଂମ୍ମାନିତ ଅତିଥି ଭାବେ କୃଷି ବିଶ୍ୱ ବିଦ୍ୟାଳୟ ଶିକ୍ଷା ସମ୍ପ୍ରସାରଣ ବିଭାଗ ର ଯୁଗ୍ମ ନିର୍ଦ୍ଧେଶିକା ଡ. ସର୍ବାଣୀ ଦାସ, ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ସମ୍ପାଦିକା , କ୍ଷେତ୍ରୀୟ ପ୍ରମୁଖ,
ସହକାର ଭାରତୀ, କଲିକତା,ଶ୍ରୀମତୀ ନନ୍ଦିନୀ ରାୟ ଯୋଗଦେଇଥିବାବେଳେ ଆଲୋଚକ ଭାବେ କୃଷିବିତ୍ତ୍ ଓ କୃଷି ବିଶାରଦ, ଅବସରପ୍ରାପ୍ତ କୃଷି ବୈଜ୍ଞାନିକ ପ୍ରଫେସର ଡ଼. ମନୋରଞ୍ଜନ ମିଶ୍ର, ଡ଼. ଏକାଦଶୀ ନନ୍ଦୀ, ଡ଼.ବିଦ୍ୟାଧର ମହାରଣା ଓ ଗୁରୁ ପ୍ରସାଦ ତ୍ରିପାଠୀ ପ୍ରମୁଖ ଯୋଗଦେଇ ବିସ୍ତୃତ ଭାବେ ମାର୍ଗଦର୍ଶନ ଦେଇଥିଲେ lଉକ୍ତ ସମ୍ମିଳନୀ ରେ, ରାଜ୍ଯ ର 24 ଟି ଜିଲ୍ଲାର 55 ଟି ଏଫ୍. ପି. ଓ ର ନିର୍ଦ୍ଦେଶକ ର କର୍ମକର୍ତ୍ତା ରାଜ୍ଯ ସ୍ତରୀୟ ଏଫ୍. ପି. ଓ ଫେଡେରେସନ ଗଠନ ର କାରଣ ଓ ତାର କାର୍ଯ୍ୟଶୈଳୀ ତଥା ଏଫ.ପି ଓ ର ଉପକାରିତା ଉପରେ ବିଚାର ମନ୍ଥନ କରିଥିଲେ l ଉପସ୍ଥିତ ଥିବା ସମସ୍ତ , ଅଭିଜ୍ଞ କୃଷି ବିଷାରଦ, କୃଷିବିତ୍ତ ଓ କୃଷି ବୈଜ୍ଞାନିକ ଙ୍କ ସୁଚିନ୍ତିତ ମତାମତ ରେ ଆଗାମୀ ଦିନର କର୍ୟଶ୍ଷେଲି ଓ କାର୍ଯ୍ୟପଦ୍ଧତି ର ନିର୍ଦ୍ଧାରଣ ହୋଇଥିଲା,କିଛି ପ୍ରମୁଖ ଏଫ. ପି. ଓ କର୍ମକର୍ତ୍ତା ଙ୍କ ତରଫରୁ, ଏଫ୍. ପି.ଓ ଙ୍କ ନିମ୍ନ ମତାମତ ଆସିଥିଲା lସେଗୁଡିକ ହେଲା ଜିଲ୍ଲା ରେ ଥିବା କୃଷି ବିଜ୍ଞାନ କେନ୍ଦ୍ର, ଜିଲ୍ଲାର ଏଫ୍. ପି. ଓ ମାନଙ୍କର ନୋଡାଲ ଏଜେନ୍ସୀ ଭାବେ ଦାୟିତ୍ୱ ନିଅନ୍ତୁ,
କୃଷି ବିଜ୍ଞାନ କେନ୍ଦ୍ରର ର ଏଫ୍.ପି.ଓ ପ୍ରତି, ପ୍ରମୁଖ ଭୂମିକା କୁ ଆଭାସି ମାଧ୍ୟମ ରେ ତାଲିମ୍ ଦିଆଯାଉ,ଏଫ୍.ପି. ଓ ଙ୍କୁ ଆର୍ଥିକ ଅନୁଦାନ କିପରି ସହଯୋଗ ମିଳିବ, ତାର ମାଧ୍ୟମ ବିଷୟରେ ଅବଗତ ପାଇଁ ତାଲିମ୍ ପ୍ରଦାନ,ବିକଶିତ ଓଡ଼ିଶା 2036 ରେ ଥିବା କୃଷି, କୃଷକ ତଥା ଏଫ୍. ପି. ଓ ମାନଙ୍କର ଯୋଜନା କୁ ଧ୍ୟାନ ଦେଇ କାର୍ଯକାରୀ କରଯାଉ, ଜିଲ୍ଲା ସ୍ତରରେ ଏଫ୍.ପି.ଓ ଙ୍କ ର କାମକୁ ଅଗ୍ରାଧିକାର ଭିତ୍ତିରେ କାର୍ଯକାରୀ କରାଯାଉ,ରାଜ୍ୟ କୋପରଟିଭ ସୋସାଇଟୀ କୁ ମିଳୁ ଥିବା ସାର ଦାମ୍ ରେ, ଏଫ୍. ପି. ଓ ଙ୍କୁ ମଧ୍ଯ ମିଳୁ, ବିଭିନ୍ନ ସମୟରେ ଏଫ୍.ପି. ଓ କର୍ମକର୍ତ୍ତା ଙ୍କୁ ବିଷାରଦ, ଅଭିଜ୍ଞ ତାଲିମ୍ ଦାତା ଙ୍କ ଦ୍ୱାରା ତାଲିମ ଦେବାର ବ୍ୟବସ୍ଥା ହେଉ,ଏଫ୍.ପି.ଓ ଙ୍କୁ ଜାତୀୟ ବ୍ୟାଙ୍କ୍ ଙ୍କ ସହସଂଯୋକିକରଣ କରାଯିବା ପାଇଁ, ନିୟମ କୁ କୋହଳ କରାଯାଉ,ଏଫ୍.ପି. ଓ ଦ୍ଵାରା ଚାଷୀ ଙ୍କ ଆର୍ଥିକ ଉନ୍ନତି ପାଇଁ, ବ୍ୟବସାୟିକ ବିକାଶ ଯୋଜନା କାର୍ଯକାରୀ କରାଯାଉ,ଜିଲ୍ଲା ରେ, କୃଷି ବିଜ୍ଞାନ କେନ୍ଦ୍ରର, ଜିଲ୍ଲା କୃଷି ବିଭାଗ, ଜିଲ୍ଲା କୃଷି ଉଦ୍ୟାନ ବିଭାଗ ମିଳିତ ଭାବରେ ଯୋଜନା କରି, ଏଫ୍.ପି.ଓ ଙ୍କ ଉନ୍ନତି ଦିଗରେ ତାଲିମ୍ ଦିଆ ଯିବାର ଯୋଜନା ପ୍ରସ୍ତୁତ ହେଉ, ହିସାବ ଓ ଅଡିଟ ପାଇଁ ବିଷାରଦ ପ୍ରଶିକ୍ଷକ ଙ୍କ ଦ୍ଵାରା, ଜିଲ୍ଲା ସ୍ତରରେ ତାଲିମ ର ଯୋଜନା ହେଉ, କୃଷି ଓ କୃଷକ ତଥା ଏଫ୍.ପି. ଓ ଙ୍କ ହୀତ ଦ୍ରୁଷ୍ଟିରୁ ସମସ୍ତ ଯୋଗାଯୋଗ ଓ ତାଲିମ କୁ ଓଡିଆ ଭାଷା ରେ କରାଯାଉ l ଶେଷରେ, ବୌଦ୍ଧ ଜିଲ୍ଲା ର ଏଫ୍.ପି.ଓ ଫେଡେରେସନ ର ସମ୍ପାଦକ, କୃତ୍ତିବାସ ପଲିଆ ଧନ୍ୟବାଦ୍ ଓ କୃତଜ୍ଞତା ଜ୍ଞାପନ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
