ରାସ୍ତା ନିର୍ମାଣ ପାଇଁ ପ୍ରତିଶୃତି ମିଳିବା ପରେ ସାଧାରଣ ରେ ସନ୍ତୋଷ ପ୍ରକାଶ
ସୁବର୍ଣ୍ଣପୁର –ସୋନପୁର ପୌର ପରିଷଦ ର ୱାର୍ଡ ନମ୍ବର 10 ରାମଜୀ ନଗର ବାସିନ୍ଦାଙ୍କର ଏସ ପି ଅଫିସ ରୁ ଜିଲ୍ଲାପାଳ ଙ୍କର ଅଫିସ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ର ଦୁରବସ୍ଥା ସୁବର୍ଣ୍ଣପୁର ଜିଲ୍ଲାପାଳ, ମୁନିସିପାଲିଟି ଇ ଓ ଏବଂ ଜେ ଇ ରାମଜୀନଗର ସ୍ଥାୟୀ ବାସିନ୍ଦା ଙ୍କ ସହିତ ସରଜମିନ ତଦନ୍ତ କରି ରାସ୍ତା ତୁରନ୍ତ ନିର୍ମାଣ ପାଇଁ ଜିଲ୍ଲାପାଳ ଇଓ ଙ୍କୁ ରାସ୍ତା ମଝିରେ ନିର୍ଦ୍ଦେଶ ଦେବାପରେ ପୌରପରିଷଦ ଇଓ, ଜେଇ ଆଜିହିଁ ଠିକା ସଂସ୍ଥାକୁ ଅର୍ଡର ଦେଇ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି l ପ୍ରତିଶୃତି ଦେବାପରେ ପଡାବାସୀ ଜିଲ୍ଲାପାଳଙ୍କ ତୁରନ୍ତ ପଦକ୍ଷେପ ପାଇଁ କୃତଜ୍ଞତା ଜଣାଇଛନ୍ତି। ତା ସହିତ ରାମଜୀନଗର ର ନିର୍ମାଣାଧୀନ କଲ୍ୟାଣ ମଣ୍ଡପ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବାପରେ ସର୍ବସାଧାରଙ୍କ ବ୍ୟବହାର ପାଇଁ ପଦକ୍ଷେପ ନେବାପାଇଁ ପୌରସଂସ୍ଥା କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ସାଧାରଣରେ ଜିଲ୍ଲପାଳଙ୍କ ପ୍ରଶଂସନୀୟ ପଦକ୍ଷେପ କୁ ସ୍ୱାଗତ କରିଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
