ରାୟଗଡ଼ା ଜିଲ୍ଲାରେ ଦକ୍ଷତା ବିକାଶ ନିଗମର ସଚେତନତା ଯାନ “କୌଶଳ ରଥ” କାର୍ଯ୍ୟକ୍ରମ ସମାପିତ

ରାୟଗଡ଼ା ଜିଲ୍ଲାରେ ଦକ୍ଷତା ବିକାଶ ନିଗମର ସଚେତନତା ଯାନ “କୌଶଳ ରଥ” କାର୍ଯ୍ୟକ୍ରମ ସମାପିତ ହୋଇଯାଇଛି । ଶୁକ୍ରବାର ସନ୍ଧ୍ୟା ୫ ଘଣ୍ଟିକା ସମୟରେ ଈଏମ ଆରଏସ ବିଦ୍ୟାଳୟ ପରିସରରେ “କୌଶଳ ରଥ”ର ଶୁଭ ବିଦାୟ କାର୍ଯ୍ୟକ୍ରମଟିକୁ ରାୟଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ କରାଯାଇଥିଲା ।ଗ୍ରାମୀଣ ଯୁବକ, ବିଶେଷକରି ମହିଳାମାନଙ୍କୁ ପ୍ରମୁଖ ଡିଜିଟାଲ କୌଶଳ ସହିତ ସଜାଇବା ଏବଂ ସେମାନଙ୍କୁ ଚାକିରୀ ତଥା ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଲକ୍ଷ୍ୟରେ କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ତଥା ଉଦ୍ୟୋଗୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ସ୍କିଲ୍ ଅନ୍ ୱିଲ ‘ ପଦକ୍ଷେପ ଆରମ୍ଭ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମ ଅବସରରେ ରାୟଗଡ଼ ଜିଲ୍ଲାପାଳ ଓ ଆରକ୍ଷି ଅଧିକ୍ଷକ,ଜିଲ୍ଲା ନିଯୁକ୍ତି ଅଧିକାରୀ,ଉପଜିଲ୍ଲାପାଳ,ଇଏମ ଆର ଏସ ଅଧ୍ୟକ୍ଷ,ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମଞ୍ଚାସିନ ଥିଲେ । ଜିଲ୍ଲାପାଳ ନିଜ ସମ୍ଭାଷଣ ରେ ଛାତ୍ରଛାତ୍ରୀଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଯୁବପିଢି ଙ୍କ ଦକ୍ଷତା ବିକାଶ ସକାଶେ ସଚେତନତା ଯାନ “କୌଶଳ ରଥ” ବିଷୟ ନେଇ ପୁନଙ୍ଖାନୁପୁଙ୍ଖ ରୁପେ ବୁଝେଇ କହିଥିଲେ । ତାପରେ କୌଶଳ ରଥ”ରେ ଥିବା ବ୍ୟବସ୍ଥାକୁ ପରିଦର୍ଶନ କରି ଥିଲେ । ଛାତ୍ରଛାତ୍ରୀଙ୍କ ଶିକ୍ଷା ସହ ଦକ୍ଷତା ବିକାଶ ଦିଗରେ ପ୍ରତ୍ୟୈକ ଯୁବପିଢି ଙ୍କ ସକାଶେ ସରକାରଙ୍କ ଏକ ଉତ୍ତମ ପ୍ରୟାସ ଯାହା ଛାତ୍ରଛାତ୍ରୀଙ୍କ ବିଭିନ୍ନ ଦିଗରେ ନିଯୁକ୍ତି ପାଇବାରେ ସଫଳପ୍ରଦ ପ୍ରୟାସ ହେଉଛି କୈଶଳ ରଥ । କୌଶଳ ରଥ ମାଧ୍ୟମରେ ରାଜ୍ୟର ଯୁବକମାନଙ୍କୁ ନିଗମ ଦ୍ୱାରା ପରିଚାଳିତ ତାଲିମ କାର୍ଯ୍ୟକ୍ରମ ତଥା ଅନ୍ୟାନ୍ୟ କାର୍ଯ୍ୟକଳାପ ବିଷୟରେ ସୂଚନା ପ୍ରଦାନ କରାଯିବ। ରଥଟି ଦୁର୍ଗମ ଅଞ୍ଚଳରେ ପହଞ୍ଚି କୌଶଳ ତାଲିମର ସୁବିଧା ବିଷୟରେ ସଚେତନତା ସୃଷ୍ଟି କରୁଛି । ରିଟ୍ରୋଫିଟେଡ୍ ଉପକରଣ ସହିତ କଷ୍ଟୋମାଇଜ୍ ବସ୍ ‘ସ୍କିଲ୍ ଇଣ୍ଡିଆ ମିଶନ୍’ ପଦକ୍ଷେପକୁ ‘ସ୍କିଲ୍ ଅନ୍ ହ୍ୱିଲ୍’ ମାଧ୍ୟମରେ ପ୍ରୋତ୍ସାହିତ କରିବ |
ଜିଲ୍ଲାପାଳ କହିଛନ୍ତି ଯେ ନିଗମ ରାଜ୍ୟର ଯୁବକମାନଙ୍କୁ ମାଗଣା ତାଲିମ ପ୍ରଦାନ କରିବା ସହିତ ଗୁଣାତ୍ମକ ଦକ୍ଷତା ଭିତ୍ତିଭୂମି ବିକାଶ କରିବା ସହ ନିଗମ ଜିଲ୍ଲା ତଥା ରାଜ୍ୟର ଦକ୍ଷତା ବିକାଶ ପ୍ରକଳ୍ପ ଅଧୀନରେ ରାଜ୍ୟରେ ଉନ୍ନତ ଦକ୍ଷତା ପ୍ରତିଷ୍ଠାନ ବିକଶିତ କରିପାରିବ ଯେଉଁଥିରେ ଜିଲ୍ଲାର ଥିବା ସମସ୍ତ ଦକ୍ଷତା ବିକାଶ ସମ୍ପର୍କୀତ ଶିକ୍ଷା କେନ୍ଦ୍ରରେ ଥିବା ସମସ୍ତ ଶିଷାର୍ଥିଙ୍କ ସକାଶେ ଏକ ସୁବର୍ଣ ସୁଯୋଗ ଅଟେ । ଶିଳ୍ପରେ ଆବଶ୍ୟକ କୁଶଳୀ ଲୋକ ଏବଂ ବେକାର ଯୁବକମାନଙ୍କ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ଯେ ଏକ ନିର୍ଦ୍ଦିଷ୍ଟ ଚାକିରି ପ୍ରତି ଆଗ୍ରହ ଥିବା ସଠିକ୍ ପ୍ରାର୍ଥୀ ତାଙ୍କ ଶିକ୍ଷାଗତ ପୃଷ୍ଠଭୂମି, ଦକ୍ଷତା ଏବଂ ଦକ୍ଷତା ସେଟ୍ ଅନୁଯାୟୀ ସଠିକ୍ ପାଠ୍ୟକ୍ରମ ବାଛିବେ, ଷ୍ଟେଟମେଣ୍ଟ ଯୋଡିଛି।”ସ୍କିଲ୍, ରିସ୍କିଲିଂ ଏବଂ ଅପ୍ ସ୍କିଲ୍ ର ପରିବର୍ତ୍ତନଶୀଳ ଶକ୍ତି ସହିତ ଭାରତର ଗ୍ରାମୀଣ ଯୁବକମାନଙ୍କୁ ସଶକ୍ତ କରିବା ଏହାର ପ୍ରମୁଖ ମିଶନ ଅଟେ। ସରକାରୀ ଏବଂ ବେସରକାରୀ କ୍ଷେତ୍ର, ଭାରତର ଦକ୍ଷତା ବିକାଶ ଦୃଶ୍ୟ ମଧ୍ୟରେ ନୂତନତା ଏବଂ ଅଭିବୃଦ୍ଧିକୁ ପ୍ରଜ୍ୱଳିତ କରିବାକୁ ଚେଷ୍ଟା କରିବ । ମାଗଣା କୌଶଳ ତାଲିମ କାର୍ଯ୍ୟକ୍ରମ ବିଷୟରେ ତୃଣମୂଳ ସ୍ତରରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଯୁବକମାନଙ୍କୁ ସେମାନଙ୍କ ଜୀବନର ଗତିପଥକୁ ଗଭୀର ଭାବରେ ପରିବର୍ତ୍ତନ କରିବାରେ ସକ୍ଷମ ହୋଇଛି। ଅର୍ଥାତ୍ ବହୁ ସଂଖ୍ୟକ ଯୁବକଙ୍କୁ ଶିଳ୍ପ ସମ୍ବନ୍ଧୀୟ କୌଶଳ ତାଲିମ ନେବାକୁ ସକ୍ଷମ କରିବା ଯାହା ସେମାନଙ୍କର ତତ୍ତ୍ୱ ତଥା ବ୍ୟବହାରିକ ଜ୍ଞାନକୁ ଉନ୍ନତ କରିବ ଏବଂ ଆବଶ୍ୟକ ସମନ୍ୱୟ, ତଦାରଖ ଏବଂ ପ୍ରଭାବଶାଳୀ ସମନ୍ୱୟ ଆଣି ଏକ ଉନ୍ନତ ଜୀବିକା ନିର୍ବାହ କରିବାରେ ସାହାଯ୍ୟ କରିବ |”ଭୁବନେଶ୍ୱରରୁ ପ୍ରଥମେ ବାହାରି ଗଞ୍ଜାମ, ଗଜପତି, ରାୟଗଡ଼, କୋରାପୁଟ,ମାଲକାନଗିରି,ନବରଙ୍ଗପୁର,କଳାହାଣ୍ଡି,ନୀଆପଡା,ବରଗଡ଼,ବଲାଙ୍ଗିର,ସୋନପୁର,ବୈଦ୍ୟ,ଫୁଲବାଣୀ,ନୟାଗଡ଼,ଖୋର୍ଦ୍ଧା ପରେ ପରିଶେଷରେ ଭୁବନେଶ୍ୱର ପହଞ୍ଚିବ । ରାଜ୍ୟରେ ଦୁଇଟି ରଥ ବୁଲୁଥିବା ବେଳେ ପ୍ରତି ରଥରେ ୦୮ ଜଣ କର୍ମଚାରୀ ରହିଛନ୍ତି । ରାୟଗଡ ଜିଲ୍ଲାର ସଫଳ ଯାତ୍ରା ଶେଷ କରି କୌଶଳ ରଥ କୋରାପୁଟ ଜିଲ୍ଲାକୁ ଶନିବାର ପହଞ୍ଚିଥିଲା ।