ରାୟଗଡ଼ା ସହରରେ ଗୁଳିକାଣ୍ଡ,ରେ ଜଣେ ମୃତ,କାରଣ ଅସ୍ପଷ୍ଟ ଥିବା ବେଳେ ତଦନ୍ତ ଜାରି..
ରାୟଗଡ଼ା ସହରରେ ଗତକାଲି ରାତି ୧୦ ଘଣ୍ଟିକା ରେ ଇନ୍ଦିରାନଗର ତୃତୀୟ ଲେନରେ ଏକ ବୁଲେଟ୍ ଏବଂ ଚାରି ଚକିଆ ଗାଡ଼ିରେ ବସି ଅପରାଧୀଙ୍କ ଏକ ଗୋଷ୍ଠୀ ଜଣେ ସ୍ଥାନୀୟ ଯୁବକଙ୍କୁ ସାମ୍ନା କରି ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ। ଏପରିକି ନିଖିଲ ନାମକ ଉକ୍ତ ଯୁବକଙ୍କ ଦେହରେ ଏକ ଗୁଳି ମଧ୍ୟ ବାଜିଥିଲା ବୋଲି ଜଣାପଡ଼ିଥିଲା। ତାପରେ ଉକ୍ତ ଯୁବକକୁ ଅପହରଣ କରି ନେଇ ଚାଲି ଯାଇଥିଲେ। ରବିବାର ସକାଳେ ତୁମ୍ବିଗୁଡ଼ ନିକଟସ୍ଥ ଅପହୃତ ଯୁବକଙ୍କ ମୃତ୍ୟୁ ହୋଇଥିବା ନେଇ ରାୟଗଡ଼ା ଏସପି ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଘଟଣା ସ୍ଥଳ ଇନ୍ଦିରା ନଗର ତୃତୀୟ ଗଳି ପହଞ୍ଚି ଉକ୍ତ ବିଷୟରେ ସେଠାକାର ଲୋକଙ୍କୁ ପଚାରି ବୁଝିବାରୁ ସେମାନେ କହିଥିଲେ ଯେ ରାତି ପ୍ରାୟ ୧୦-୧୦.୩୦ ସମୟରେ ଜଣେ ଅଜଣା ଯୁବକଙ୍କ ସହ ଗୋଟିଏ ବୁଲେଟ୍ ଗାଡ଼ି ଓ ଗୋଟିଏ କାରରେ ଅଜଣା ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ପ୍ରତ୍ୟକ୍ଷଦର୍ଶୀମାନେ ବାହାରୁ କୋଉଠୁ ଆସି କାହିଁକି ଏଠାରେ ଗହଳି କରୁଚ..ଏଠାରୁ ଚାଲି ଯାଅ ବୋଲି କହିବା ପରେ ସେହି ସ୍ଥାନରୁ ଚାଲିଯିବା ପୂର୍ବରୁ ଖୋଲା ଭାବେ ଦୁଇ ରାଉଣ୍ଡ ଗୁଳି ଫାୟାରିଙ୍ଗ କରିବା ପରେ ଯୁବକ ଜଣକ ଭୟରେ ଧାଇ ଜଣକ ଘରେ ପଶିଯାଇଥିଲା ।


ତାପରେ ଉତ୍ୟକ୍ତ ଲୋକେ ସେଘରୁ ଘଷାଡ଼ି ଆଣି ତାକୁ ଗାଡ଼ି ଭିତରେ ବସାଇ ଅପହରଣ କରି ନେଇ ଚାଲିଯାଇଥିଲେ। ତାପରେ ନିଉଜରେ କଣ ଯୁବକ ମୃତ ବୋଲି ଦେଖାଉଚି ବୋଲି କହିଥିଲେ। ପୂର୍ବ ଶତ୍ରୁତାରୁ ଉକ୍ତ ଘଟଣା ଘଟିଥାଇପାରେ ବୋଲି ସନ୍ଦେହ କରୁଥିବା ବେଳେ ଉକ୍ତ ମାମଲାରେ ରାୟଗଡ଼ା ପୋଲିସ ଅଭିଯୁକ୍ତଙ୍କୁ ଖୋଜୁଥିବା ବେଳେ ପୋଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ମୃତ ଯୁବକ ରାୟଗଡ଼ା ସହର ସ୍ଥିତ ରେଲି ସାହି ବାସିନ୍ଦାର ୧୮- ୨୦ ବର୍ଷୀୟ ନିଖିଲ ଯାହା ନାମରେ ପୂର୍ବରୁ ଅପରାଧିକ ମାମଲା ଥିବା ଜଣା ପଡିଛି। ଅପରପକ୍ଷେ ମୃତ ଯୁବକଙ୍କ ମାଆ ଗତକାଲି ରାତିରେ ୧୨.୩୦ ରେ ତାଙ୍କ ପୁଅ ଅପହରଣ ହୋଇ ଦେଖାଯାଉ ନାହିଁ ବୋଲି ଅଭିଯୋଗ କରିଥିବା ବେଳେ ସଦମ୍ ହୁସେନ ଓ ଉମେଶ ହିଆଲ ନାମକ ଦୁଇ ଜଣ ତାଙ୍କ ପରିବାରକୁ ମାରିଦେବାକୁ ଧମକ ଦେଇଥିବା କହିଥିଲେ। ରାୟଗଡ଼ା ପୋଲିସ ଏହି ମାମଲାରେ ଚାରୋଟି ଦଳ ଗଠନ କରି ତଦନ୍ତ ଜାରି ରଖିଥିବା ବେଳେ ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଛି । ଅପରପକ୍ଷରେ ଉକ୍ତ ଘଟଣାରେ ଉତ୍ୟକ୍ତ ଲୋକେ ଅଭିଯୁକ୍ତଙ୍କୁ ଗିରଫ କରି ତୁରନ୍ତ ତାଙ୍କୁ ହସ୍ତନ୍ତର କରିବାକୁ ଥାନା ଘେରାଉ କରି ଟାୟାର ଜାଳି ଦାବି କରିଛନ୍ତି। ରାୟଗଡ଼ା ପୋଲିସ ରାତି ୧୨.୫୦ରେ କେସ ନଂ: ୧୮୪/୨୬ ସେକ୍ସନ :୧୪୩ରେ ପଞ୍ଜୀକୃତ କରି ତଦନ୍ତ ଜାରି ରଖିଛି। ରାୟଗଡ଼ା ସହରରେ ଏପରି ଅପରାଧିକ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ସହ ଅସୁରକ୍ଷିତ ବାତାବରଣ ସୃଷ୍ଟି ହୋଇଛି।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଇପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
