July 28, 2025
Home » ରାୟଗଡ଼ା ସହରରେ ରାମନବମୀ ଉତ୍ସବ ୨୦୨୫ ମହା ଆଡ଼ମ୍ବରରେ ପାଳିତ

ରାୟଗଡ଼ା ସହରରେ ରାମନବମୀ ଉତ୍ସବ ୨୦୨୫ ମହା ଆଡ଼ମ୍ବରରେ ପାଳିତ

0
WhatsApp Image 2025-04-08 at 5.53.53 PM (1)

ରାୟଗଡା ଠାରେ ଶ୍ରୀ ରାମ ନବମୀ ଉତ୍ସବ କମିଟି, ରାୟଗଡା ଦ୍ବାରା ଶ୍ରୀରାମ ନବମୀ ଉତ୍ସବ-୨୦୨୫ ତା.୦୬.୦୪.୨୦୨୫ରିଖ (ରବିବାର) ଦିନ ମହାସମାରୋହ ସହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶ୍ରୀ କୋଦଣ୍ଡରାମ ମନ୍ଦିର ଠାରେ ପୂଜା ଅର୍ଚ୍ଚନା କାର୍ଯ୍ୟକ୍ରମରେ ଭକ୍ତବୃନ୍ଦଗଣ ଯୋଗ ଦେଇ ପ୍ରଭୁ ଶ୍ରୀ ରାମଙ୍କ କରୁଣା ଓ ଆଶୀର୍ବାଦ ଲାଭ କରିଥିଲେ । ରବିବାର ଦିନ ସ୍ଥାନୀୟ କୋଦଣ୍ଡ ଶ୍ରୀରାମ ମନ୍ଦିରଠାରେ ବବିଲିରୁ ଆସିଥ‌ିବା ଶ୍ରୀରାମ ଦରବାର ଏବଂ ଚିତ୍ରକୂଟରୁ ଆସିଥ‌ିବା ଶ୍ରୀରାମ ମହାପ୍ରଭୁଙ୍କ ପାଦୁକାକୁ ପୂଜା ଅର୍ଚ୍ଚନା କରି ରାମରଥରେ ସଂକୀର୍ତ୍ତନ କରି ଭବ୍ୟ ପଟୁଆରରେ ସ୍ଥାପନ କରାଯାଇଥିଲା । ସେଠାରେ ହଜାର ହଜାର ଶ୍ରଦ୍ଧାଳୁ ଏକତ୍ରିତ ହୋଇ ବବିଲିରୁ ଆସିଥ‌ିବା ଶ୍ରୀରାମ ଦରବାର ଏବଂ ଚିତ୍ରକୁଟରୁ ଆସିଥିବା ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କ ପାଦୁକାକୁ ଦର୍ଶନ କରି ଆଶୀର୍ବାଦ ପ୍ରତ କରିଥିଲେ ।

ଦୀର୍ଘ ସମୟ ଧରି ଶ୍ରୀରାମ ମନ୍ଦିର ସମ୍ମୁଖରେ ପ୍ରଭୁ ଶ୍ରୀ ରାମଙ୍କର ପୂଜା ପାଠ ସହ ମନ୍ତ୍ର ଉଚ୍ଚାରଣ ସରିବା ପରେ ପରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରିବା ସହ କୁନି କୁନି ପିଲାଙ୍କ ପ୍ରଭୁ ଶ୍ରୀରାମ,ଲକ୍ଷ୍ମଣ,ମାତା ସୀତା,ପବନପୁତ୍ର ଭଗବାନ ଶ୍ରୀରାମ ଭକ୍ତ ହନୁମାନଙ୍କ ଭେଦରେ ସୁସଜ୍ଜିତ ହୋଇ ସଂକୀର୍ତନ ମଣ୍ଡଳୀ, ବାଜା, ବାଣ ରୋଷଣୀ ସହ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ନଗର ପରିକ୍ରମା କରି ସାରି ଶ୍ରୀ ଭେଙ୍କେଟଶ୍ଵର ମନ୍ଦିର ପହଞ୍ଚିବା ପରେ ଶ୍ରୀରାମଙ୍କର ଆଳତୀ କରାଯାଇ ମନ୍ଦିର ଭିତରେ ପୂଜାର୍ଚନା କରାଯାଇଥିଲା। ଏଥିସହ ସମସ୍ତ ଭକ୍ତାବୃନ୍ଦଙ୍କ ସକାଶେ କମିଟି ପକ୍ଷରୁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।

ରିପୋର୍ଟ:ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *