ଲକର୍ମା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ l
ସୁବର୍ଣ୍ଣପୁର —ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ଲକର୍ମା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ | ବିଦ୍ୟାଳୟର ଜୁନିଅର ରେଡ଼ କ୍ରସ୍ ର ପରାମର୍ଶଦାତା ଶିକ୍ଷକ ବିକ୍ରମ କୁମାର ନନ୍ଦଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶଙ୍କର୍ଷଣ ମିଶ୍ର ସଭାପତିତ୍ୱ କରି ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ | ଉକ୍ତ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ଆରୋଗ୍ୟ ମନ୍ଦିର ସାହାଜପିଟାର ଆୟୁଷ ଡାକ୍ତର ପ୍ରସନ୍ନ କୁମାର ଦାସ,ହରଡ଼ଖୋଲ ପଞ୍ଚାୟତ ସରପଞ୍ଚ ମୋହନ କର୍ମୀ,ସମିତି ସଭ୍ୟ ମନୁରାଜ କର୍ମୀ,ଲକର୍ମା ଅଙ୍ଗନୱାଡି କର୍ମୀ, ସହାୟିକା ଓ ଆଶା କର୍ମୀ ଯୋଗ ଦେଇ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଉପସ୍ଥିତ କିଶୋରୀ ବାଳିକାମାନଙ୍କୁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ |ଶେଷରେ ବିଦ୍ୟାଳୟର ଶିକ୍ଷକ ଦୟାନିଧି ପଧାନ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
