August 9, 2026
Home » ଲହଣ୍ଡାରେ ଗଞ୍ଜେଇ ଚାଲାଣ ଉପରେ ପୋଲିସର ଚଢ଼ାଉ

ଲହଣ୍ଡାରେ ଗଞ୍ଜେଇ ଚାଲାଣ ଉପରେ ପୋଲିସର ଚଢ଼ାଉ

0
WhatsApp Image 2026-08-09 at 4.11.55 PM

୧୦ କେଜି ୧୮୦ ଗ୍ରାମ ଗଞ୍ଜେଇ ଜବତ; ଦୁଇ ଅଭିଯୁକ୍ତ ଗିରଫ

ଯୋଡ଼ା – : କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅଞ୍ଚଳରେ ବେଆଇନ ଗଞ୍ଜେଇ କାରବାର ବିରୋଧରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଯୋଡ଼ା ହନୁମାନ ହଟିଂର ଯୋଗେନ ପ୍ରଧାନ (୫୯) ଏବଂ ପଶ୍ଚିମବଙ୍ଗର ଦୁଲାଲ ଚନ୍ଦ୍ର ସରକାର (୫୫)।ଶନିବାର ଅପରାହ୍ନରେ ସବ୍‌-ଇନ୍ସପେକ୍ଟର ନିତେଶ କୁମାର ବେହେରାଙ୍କ ନେତୃତ୍ୱରେ ଯୋଡ଼ା ପୋଲିସ ଟିମ୍‌ ସହର ଅଞ୍ଚଳରେ ନିୟମିତ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ଲାହଣ୍ଡା ଅଞ୍ଚଳରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ପୋଲିସକୁ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା।ସୂଚନାକୁ ଆଧାର କରି ପୋଲିସ ଲହଣ୍ଡା ବସ୍‌ ପ୍ରତୀକ୍ଷାଳୟ ନିକଟରେ ଅଭିଯାନ ଚଳାଇ ଦୁଇ ଅଭିଯୁକ୍ତଙ୍କୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ସେମାନଙ୍କ ନିକଟରୁ ମୋଟ ୧୦ କେଜି ୧୮୦ ଗ୍ରାମ ଗଞ୍ଜେଇ ଠାବ ହୋଇଥିଲା। ଯାହାର ଅନୁମାଲିକ ମୁଲ୍ୟ ଏକ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ପରେ ନିୟମାନୁଯାୟୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ପ୍ରକ୍ରିୟା ସମ୍ପନ୍ନ କରାଯାଇଥିଲା।ପୋଲିସ ଅନୁଯାୟୀ, ଯୋଗେନ ପ୍ରଧାନଙ୍କ ନିକଟରୁ ଗୋଟିଏ ମୋବାଇଲ ଫୋନ୍‌ ଓ ୧,୫୦୦ ଟଙ୍କା ନଗଦ ଏବଂ ଦୁଲାଲ ଚନ୍ଦ୍ର ସରକାରଙ୍କ ନିକଟରୁ ଗୋଟିଏ ମୋବାଇଲ ଫୋନ୍‌ ଓ ୫,୨୦୦ ଟଙ୍କା ନଗଦ ଜବତ କରାଯାଇଛି।ଏ ନେଇ ଯୋଡ଼ା ଥାନାରେ କେସ୍‌ ନମ୍ବର ୨୬୫/୨୦୨୬ ରୁଜୁ କରାଯାଇ ଶନିବାର ରାତି ପ୍ରାୟ ୧୦ଟା ୩୦ ମିନିଟ୍‌ରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ରବିବାର ସେମାନଙ୍କୁ ସମ୍ପୃକ୍ତ ଏନ୍‌ଡିପିଏସ୍‌ ଧାରାରେ କୋର୍ଟ ଚାଲାଣ କରାଯାଇଛି। ଗଞ୍ଜେଇର ଉତ୍ସ, ଚାଲାଣର ଉଦ୍ଦେଶ୍ୟ ଓ ଏହି କାରବାରରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେ ଦିଗରେ ପୋଲିସ ତଦନ୍ତ ଜାରି ରଖିଛି।
କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।

Leave a Reply

Your email address will not be published. Required fields are marked *