December 3, 2025
Home » ଲାଇଫଲାଇନ୍ ବୋଲି କୁହାଯାଉଥିବା ଫ୍ଲାଇ ଓଭର୍ ବର୍ତମାନ ସଙ୍କଟଘେରରେ ତୁରନ୍ତ ସମାଧାନ ପାଇଁ ରାୟଗଡ଼ା ବିଧାୟକଙ୍କ ପ୍ରୟାସ

ଲାଇଫଲାଇନ୍ ବୋଲି କୁହାଯାଉଥିବା ଫ୍ଲାଇ ଓଭର୍ ବର୍ତମାନ ସଙ୍କଟଘେରରେ ତୁରନ୍ତ ସମାଧାନ ପାଇଁ ରାୟଗଡ଼ା ବିଧାୟକଙ୍କ ପ୍ରୟାସ

0
IMG-20250611-WA0306

ରାୟଗଡ଼ା : ରାୟଗଡା ସହରର ଲାଇଫଲାଇନ୍ ବୋଲି କୁହାଯାଉଥିବା ଫ୍ଲାଇ ଓଭର୍ ବର୍ତମାନ ସଙ୍କଟଘେରରେ ପଡ଼ି ରହିଛି। ଏହି ବିପଦ ସଙ୍କୁଳ ପୋଲ ଦେଇ ଯାତାୟତ କରିବା ଅର୍ଥ ବିପଦକୁ ଆମନ୍ତ୍ରଣ କରିବା ସହ ସମାନ ହୋଇପଡିଛି। ତଥାପି ଏଥିପ୍ରତି ଜିଲ୍ଲା ପ୍ରଶାସନର ନିଘା ନାହିଁ । ୯୩ ମିଟରର ବ୍ରିଜ ଉପରେ ୯୦ ରୁ ଅଧିକ ସ୍ଥାନରେ ଗାତ ହେବା ସାଙ୍ଗକୁ ଫାଟ ସୃଷ୍ଟି ହୋଇଛି ।

ଉଭୟ ପାର୍ଶ୍ଵରୁ ବିଭିନ୍ନ ଗଛ ଲତା ୩୪ଟି ସ୍ଥାନରେ ବର୍ଷ ବର୍ଷ ହେଲା ବାହାରି ଜରାଜୀର୍ଣ୍ଣ ଅବସ୍ଥାରେ ପଢ଼ି ରହିଛି । ଏହା ଉପର ଦେଇ ପ୍ରତି ଦିନ ଶହଶହ ଯାନ ଯାତାୟତ କରୁଛି। ପୋଲର ଉପର ଆବରଣ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଏହାର ଭିତର ଚଟାଣ ମଧ୍ୟ ନଷ୍ଟ ହୋଇଥିବା ଅନୁମାନ କରାଯାଉଛି । ଏନେଇ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇଛି । ଏହାର ପ୍ରତିକାର ସ୍ବରୂପ ନିୟମିତ ବ୍ଯବଧାନରେ ବାଲି ଗୋଡି ପକାଇ ସିମେଣ୍ଟ ଚଟାଣକୁ ମରାମତି କରାଯାଉଛି। କିନ୍ତୁ ସ୍ଥାୟୀ ପ୍ରତିକାର କରାଯାଉନାହିଁ। ଏନେଇ ରାୟଗଡ଼ା ବିଧାୟକ କାଡ୍ରାକା ଆପାଲା ସ୍ବାମି ନିର୍ବାଚିତ ହେବା ପରେ ବିଧାନସଭାରେ ପ୍ରଶ୍ନ କରିଥିଲେ। ସେଥିରେ କହିଛନ୍ତି ମରାମତି ଏବଂ ପୁନରୁଦ୍ଧାର ପାଇଁ ଅଟକଳ କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ ମନ୍ତ୍ରଣାଳୟ ପଠାଯାଇଛି ବୋଲି ୧୦ ମାସ ତଳେ ଲିଖିତ ଦେଇଥିଲେ କିନ୍ତୁ କିଛି କାମ ହୋଇ ନଥିଲା । ଅଳ୍ପ କିଛି ଦିନ ତଳେ ବଡ଼ ଦୁର୍ଘଟଣା ଘଟିଥିଲା। କିନ୍ତୁ ମା ମଝିଘରିଆଣୀ କୃପାରୁ କାହାର ଜୀବନ ହାନୀ ହୋଇନାହିଁ। ଏନେଇ ରାୟଗଡା ଠାରେ ଥିବା ଜାତୀୟ ରାଜପଥ କାର୍ଯ୍ଯାଳୟକୁ ବିଧାୟକ ଯିବା ବେଳେ ଏଠାରେ କେବଳ ପିଅନ ଭରସା ଚାଲିଛି ବିଭାଗ। ତେଣୁ ବିଧାୟକ ସୁନାବେଡା ଅଧିକ୍ଷଣ ଯନ୍ତ୍ରୀ ଶ୍ରୀମତୀ ସୌମାର୍ଜିନୀ ସେଠୀଙ୍କୁ ରାୟଗଡ଼ା ଫ୍ଲାଇଓଭର ତଦାରଖ ପାଇଁ କହିଥିଲେ ।

ସେ ଆସି ତଦାରଖ କରି କହିଛନ୍ତି ଏହାର ମରାମତି କାମ ପାଇଁ ୪ଥର ଟେଣ୍ଡର ଡକାଗଲା କିନ୍ତୁ କେହି ଭାଗ ନେଉ ନାହାଁନ୍ତି। ତେଣୁ ବିଳମ୍ବ ହୋଇଛି ବର୍ତ୍ତମାନ ପଞ୍ଚମ ଥର ଟେଣ୍ଡର ଡକାଗଲା ଏଥିରେ ଦୁଇ ଜଣ ଭାଗ ନେଇଛନ୍ତି। ଅଳ୍ପ ଦିନ ମଧ୍ୟରେ କାମ ଆରମ୍ଭ ହେବ। ପାଦଚଲା ରାସ୍ତା ମରାମତି , ପାରାପିଟ ମରାମତି ଏବଂ ବ୍ରିଜ ଉପରେ ଥିବା ସିମେଣ୍ଟ ହଟାଇବା ସହିତ ସମ୍ପୂର୍ଣ୍ଣ ବେରିଙ୍ଗ କୋଟ ଦିଆଯିବ। ତଳ ପଟରୁ ଯାହା ସମସ୍ୟା ରହିଛି ମରାମତି କରାଯିବ। ଯେଉଁ ଗଛ ଗୁଡିକ ରହିଛି ଦୁଇ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ବାହାର କରାଯିବ ବୋଲି କହିଛନ୍ତି। ଆଗାମୀ ଦିନରେ ସହର ଜନ ଗହଳି ହେତୁ ନୂତନ ଫ୍ଲାଇଓଭର ପାଇଁ ସରକାରଙ୍କୁ ଅତିଶୀଘ୍ର ପ୍ରସ୍ତାବ ଦିଆଯିବ ବୋଲି ବିଧାୟକ କାଡ୍ରାକା ଆପାଲା ସ୍ବାମି କହିଛନ୍ତି। ଏବଂ ଜିଲ୍ଲାରେ ଯେଉଁ ଜାତୀୟ ରାଜପଥ ବିଭାଗ ରହିଛି ସେଠାରେ ତୁରନ୍ତ ନିର୍ବାହୀ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀ ନିଯୁକ୍ତି ପାଇଁ ମଧ୍ୟ ଲିଖିତ ଦିଆଯିବ ବୋଲି ରାୟଗଡ଼ା ବିଧାୟକ କାଡ୍ରାକା ଆପାଲା ସ୍ବାମି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *