ଲିଡ୍ସ ସ୍ପୋଟିଙ୍ଗ କ୍ଲବ୍ ତରଫରୁ ଗ୍ରୀଷ୍ମ କାଳୀନ କ୍ରିକେଟ ପ୍ରଶିକ୍ଷଣ ଶିବିର

ବ୍ରହ୍ମପୁର ୧୦/୫ ମହାତ୍ମା ଗାନ୍ଧୀ ଷ୍ଟାଡିୟମ୍ ପରିସରରେ ଲିଡ୍ସ ସ୍ପୋଟିଙ୍ଗ କ୍ଲବ୍ ତରଫରୁ ଗ୍ରୀଷ୍ମ କାଳୀନ କ୍ରିକେଟ ତାଲିମ ଶିବିର ଅନୁଷ୍ଠିତ ହେଉଅଛି । ଏହି ଅବସରରେ ଶନିବାର ତାଲିମ୍ ନେଉଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା । କ୍ଲବ୍ ସାଧାରଣ ସମ୍ପାଦକ ଇ. ମନୋଜ ଦଣ୍ଡପାଟ ଅଧ୍ୟକ୍ଷତାରେ ଅନୁଷ୍ଠିତ କାଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଅର୍ବାନ ବ୍ୟାଙ୍କ୍ ସଭାପତି ଆର୍ .ମୁରଲୀ ମୋହନ ଯୋଗ ଦେଇ ସଭିଙ୍କୁ ଉତ୍ସାହିତ କରିବା ସହ କ୍ରିକେଟ ଖେଳ ର ଆବଶ୍ୟକତା ଉପରେ ଆଲୋକ ପାତ କରିଥିଲେ।
ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ୱାଦିକ ସୁଦିପ କୁମାର୍ ସାହୁଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ । ୮ବର୍ଷ ରୁ ୧୯ବର୍ଷ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ତାଲିମ ନେଉଛନ୍ତି ।୧୪୮ ବାଳକ ଓ ବାଳିକା ଙ୍କୁ ନେଇ ଆୟୋଜିତ ଦ୍ଵାଦଶ ଗ୍ରୀଷ୍ମ କାଳୀନ କ୍ରିକେଟ ଶିବିର ମେ ୪ ତାରିଖ ରୁ ଆରମ୍ଭ ହୋଇଥିବାବେଳେ ୧୪ ତାରିଖରେ ଶେଷ ହେବ l ଛତ୍ରପୁର କ୍ରିକେଟ କ୍ଲବ୍ ର ସମ୍ପାଦକ ସଂଜିତ୍ ରାଉଳ ଓ ଗଞ୍ଜାମ ଜିଲ୍ଲା କ୍ରୀଡ଼ା ସଂଘର ସାଧାରଣ ସଂପାଦକ ତଥା ଲିଡ୍ସ ସ୍ପର୍ଟିଂ କ୍ଲବ୍ ର ଉପସଭାପତି ଜେ.କIମେଶ୍ୱର୍ ରାଓ ପ୍ରଥମ ଦିବସରେ ଅତିଥି ରୂପେ ଯୋଗଦାନ୍ କରିଥିଲେ l ଏହି ପ୍ରଶିକ୍ଷଣ ଶିବିର ରେ କୋଲକତା ର କୋଚ୍ ସIହିଲ ସର୍ଦ୍ଦାର, କୋଚ୍ ସୁବାସ ପାତ୍ର, ଓଡିଶା କୋଚ୍ ଲଳିତ ମହାନ୍ତି ଙ୍କ ତତ୍ତ୍ଵାବଧାନରେ ପ୍ରଶିକ୍ଷଣ୍ ପ୍ରଦାନ କରାଯାଉଛି I ଏହି ଶିବିରକୁ ଭିଭିନେଶ୍ ପାତ୍ର, ସତ୍ୟବ୍ରତ ସାହୁ, ଭବାନୀ ମହାନ୍ତି, ସୂର୍ୟ ନାରାୟଣ ଗୌଡ଼, ତପନ ପଟ୍ଟନାୟକ , ସିଦ୍ଧାନ୍ତ ଗଙ୍ଗଦେବ, ସୁଲଭ ପଣ୍ଡା ଏବଂ ଲିଡ୍ କ୍ଲବ୍ ର କୋଚ୍ ବିଶ୍ୱବନ୍ଧୁ ପାଢ଼ୀ ସହାୟତା କରୁଛନ୍ତି I
ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )